୭୪୬ ସୁଲଭ କେନ୍ଦ୍ରରୁ ପଞ୍ଚାୟତ ହାତରେ ୧

ଯାଜପୁର ଅଫିସ,୩୦ା୧୨:ଜଷ୍ଟିସ ୱାଧ୍ୱା କମିଶନଙ୍କ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ସରକାର ୨୦୧୧ରେ ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏହିକ୍ରମରେ ୨୦୧୨ ଏପ୍ରିଲରୁ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରି ଜିଲାସ୍ତରରେ ବିଭାଗୀୟ ଷ୍ଟୋରେଜ ସେଣ୍ଟର କରାଯାଇଥିଲା। ଏଥିପାଇଁ ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ନିଯୁକ୍ତ କରି ରିଟେଲର ସେଣ୍ଟର ବା ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରଗୁଡିକ ଜରିଆରେ ପିଡିଏସ୍‌ ସାମଗ୍ରୀ ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୨୧ ମାର୍ଚ୍ଚରେ ଡିଲର ବ୍ୟବସ୍ଥା ଉଚ୍ଛେଦ କରି ପଞ୍ଚାୟତ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍‌ଏଚ୍‌ଜି), ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଜରିଆରେ ଖାଉଟୀ ସାମଗ୍ରୀ ବିକ୍ରି ପାଇଁ ସରକାର ଘୋଷଣା କରିଥିଲେ। ହେଲେ ଯାଜପୁର ଜିଲାରେ ଥିବା ମୋଟ ୭୪୬ଟି ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରୁ ମାତ୍ର ୧ଟି ପଞ୍ଚାୟତ ହାତରେ ରହିଛି। ୩୬ଟି କେନ୍ଦ୍ର ଡବ୍ଲୁଏସ୍‌ଏଚ୍‌ଜି ଓ ଏସ୍‌ଏଚ୍‌ଜି ଏବଂ ୭୦୯ଟି କେନ୍ଦ୍ର ବ୍ୟକ୍ତିଗତ ଭାବେ ଖାଉଟି ସାମଗ୍ରୀ ବଣ୍ଟନ କରାଯାଉଛି। ଏଥିରେ ବ୍ୟାପକ ବାଟମାରଣା ସୁଯୋଗ ରହିଥିବାରୁ ଶାସକ ଦଳର କେତେଜଣ ସମର୍ଥିତ ବ୍ୟକ୍ତି ଏହାକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି। ଫଳରେ ଜିଲା ଯୋଗାଣ ବିଭାଗ ପକ୍ଷରୁ ପଞ୍ଚାୟତ କିମ୍ବା ଡବ୍ଲୁଏସ୍‌ଏଚ୍‌ଜିଙ୍କୁ ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱ ଦେବାରେ ଅବହେଳା କରାଯାଉଛି ବୋଲି ଅଭିଯୋଗ ହେଉଛି। ଏଥିରୁ ମହିଳାମାନଙ୍କୁ କେତେ ସଶକ୍ତିକରଣ କରାଯାଉଛି ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।
ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଯାଜପୁର ଜିଲାର ଯାଜପୁର ଏବଂ ବ୍ୟାସନଗର ପୌରପରିଷଦ ସମେତ ସମୁଦାୟ ୧୦ଟି ବ୍ଳକରେ ୪,୧୭,୨୭୪ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩,୯୩,୬୧୨ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ୨୩,୬୬୨ ପରିବାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି। ଏହାବାଦ୍‌ ଅନ୍ତ୍ୟୋଦୟ ଯୋଜନାରେ ୪୫,୨୮୯ ଜଣ ହିତାଧିକାରୀ ରହିଛନ୍ତି। ଏହି ଯୋଜନା ଆରମ୍ଭ ହେବାଠାରୁ ୫,୨୯୩ ଜଣ ହିତାଧିକାରୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ମାତ୍ର କଣ୍ଟ୍ରୋଲ ସାମଗ୍ରୀ ପରିବହନ ଠିକାଦାରଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁ ଗରିବ ହିତାଧିକାରୀଙ୍କ ପ୍ରାପ୍ୟରୁ ସେମାନେ ମାସିକ ବିପୁଳ ପରିମାଣର ଚାଉଳ ବାଟ ମାରଣା ହେଉଥିବା ଅଭିଯୋଗ ହୋଇ ଆସୁଛି। ଅଧିକାଂଶ ଡିଲର ଓଜନରେ ଠକେଇ କରି ପରିବାର ପିଛା ୪ ରୁ ୫ କିଲୋଗ୍ରାମ କମ୍‌ ଖାଉଟି ସାମଗ୍ରୀ ଯୋଗାଣ କରୁଛନ୍ତି ବୋଲି ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି ା ଏ ସଂକ୍ରାନ୍ତରେ ଗରିବ ହିତାଧିକାରୀ ଅଭିଯୋଗ କଲେ ସମ୍ପୃକ୍ତ ଡିଲର ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରୁଛନ୍ତି। ମାତ୍ର ୧ ଟଙ୍କାରେ ସ୍ବଳ୍ପ ମୂଲ୍ୟରେ ହିତାଧିକାରୀ ସାମଗ୍ରୀ ପାଉଛି, ତେଣୁ ହିତାଧିକାରୀ କୌଣସି ଝାମେଲାକୁ ନ ଯାଇ ଚୁପ୍‌ ରହିବାକୁ ବାଧ୍ୟ ହେଉଛି। ଏଥି ସହିତ ବହୁ ଅଯୋଗ୍ୟ ବ୍ୟକ୍ତି ରାଶନ କାର୍ଡ ହାତେଇଥିବାରୁ କଟିଯିବା ଭୟରେ ଏହି ଅନ୍ୟାୟର ପ୍ରତିବାଦ ନ କରି ଚୁପ ରହିବାକୁ ଉଚିତ୍‌ ମଣୁଛନ୍ତି ା ଏହାସହ ସରକାର ମୁଣ୍ଡ ପିଛା ୬୩୦ ମିଲିଲିଟର କିରୋସିନ ପ୍ରଦାନ କରୁଥିବା ବେଳେ ସମ୍ପୃକ୍ତ ଡିଲର ମୁଣ୍ଡ ପିଛା ୫୦୦ ମିଲିଲିଟର କିରୋସିନି ବଣ୍ଟନ କରି ଅବଶିଷ୍ଟ ୧୩୦ ମିଲିଲିଟରକୁ ବାଟମାରଣା କରି ଚଢା ଦରରେ ବିକ୍ରୟ କରୁଛନ୍ତି ା ଏହାକୁ ହିସାବ କଲେ ଗୋଟିଏ ବ୍ଲକରେ ପ୍ରାୟ ୧୫ ହଜାର ଲିଟର କିରୋସିନ ବାଟ ମାରଣା ହେଉଥିବା ସନ୍ଦେହ କରାଯାଉଛି। ଏହି କିରୋସିନକୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଅପମିଶ୍ରଣ କରାଯାଉଥିବା କୁହାଯାଉଛି। ଖାଉଟିମାନଙ୍କୁ ନିର୍ଦ୍ଧାରିତ ଓଜନରୁ କମ୍‌ ସାମଗ୍ରୀ ଯୋଗାଣକୁ ନେଇ କେତେଜଣ ଡିଲର ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି, ଖାଉଟି ସାମଗ୍ରୀ ପରିବହନ କରୁଥିବା ଠିକାଦାର ଠିକ୍‌ ଓଜନର ସାମଗ୍ରୀ ଦେଉ ନାହାନ୍ତି। ବସ୍ତା ପିଛା ୫୦ କେଜି ହାରରେ ସାମଗ୍ରୀ ଯୋଗାଣ ହେବା କଥା। କିନ୍ତୁ ବାସ୍ତବରେ ଏକ ବସ୍ତାରେ ୪୭ ରୁ ୪୮ କିଲୋ ଓଜନର ସାମଗ୍ରୀ ଥାଏ ା ତେଣୁ ବାଧ୍ୟ ହୋଇ ଖାଉଟିମାନଙ୍କୁ ନିର୍ଦ୍ଧାରିତ ଓଜନଠାରୁ କମ କରି ଦେବାକୁ ପଡିଥାଏ। କେତେକ ସ୍ଥାନରେ ଡିଲରମାନେ ପ୍ରତି ମାସର ବଳକା ସାମଗ୍ରୀକୁ ବେଆଇନ ଭାବେ ଗଚ୍ଛିତ ରଖି ପରବର୍ତ୍ତୀ ସମୟରେ କଳା ବଜାରରେ ବିକ୍ରୟ କରୁଛନ୍ତି ା ଗ୍ରାମବାସୀ ସେମାନଙ୍କୁ ଧରାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରିବା କଳାବଜାରୀଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ମତପ୍ରକାଶ ପାଇଛି।
ଖାଉଟି ସାମଗ୍ରୀ ଯୋଗାଣରେ ଏଭଳି ଭାବେ ଅତ୍ୟଧିକ ଲାଭ ଥିବାରୁ ପରିବହନ ଠିକାଦାର ନିଯୁକ୍ତି ପାଇଁ ପ୍ରତିଯୋଗିତା ହୋଇଥାଏ। ୨୦୨୧ ଅକ୍ଟୋବରରେ କଷ୍ଟମ ମିଲ୍ଡ ଚାଉଳ ଆର୍‌ଆର୍‌ସି(ରାଇସ ରିସିଭିଂ ସେଣ୍ଟର) ରୁ ସୁଲଭ ବିକ୍ରୟ କେନ୍ଦ୍ରକୁ ପରିବହନ ପାଇଁ ଲେବୁଲ-୨ ଠିକାଦାର ନିଯୁକ୍ତି ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। କେତେଜଣ ନିର୍ଦ୍ଦିଷ୍ଟ ପରିବହନ ଠିକାଦାର ଅସାଧୁ ମେଣ୍ଟ କରି ଡମି ନିଲାମ ଡକାଳି(ବିଡର) ଦେଇ ଟେଣ୍ଡର ହାତେଇଥିବା ନେଇ ସୁକିନ୍ଦା ଓ ଦାନଗଦି ବ୍ଲକର ୨ ଜଣ ବିଡର ଅଭିଯୋଗ କରିଥିଲେ। ଆଶ୍ଚର୍ଯ୍ୟର ବିଷୟ, କେତେଜଣ ଠିକାଦାର ଧାର୍ଯ୍ୟଦରଠାରୁ ୫୨% ପର୍ଯ୍ୟନ୍ତ କମରେ ପରିବହନ ଠିକାଦାର ନିଯୁକ୍ତି ପାଇଁ ଆବେଦନ କରିଥିଲେ। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ପଞ୍ଚାୟତ ଓ ଏସଏଚ୍‌ଜି ଜରିଆରେ ରାଶନ ସାମଗ୍ରୀ ଯୋଗାଣ ପାଇଁ ଉଦ୍ୟମ ଜାରି ରଖିଛୁ ା


Enter your email to get our daily news in your inbox.

All Right Reserved By Dharitri.Com

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?