୧୬୭ ମଣ୍ଡିରୁ ଖୋଲିଛି ୨

ନୟାଗଡ଼ ଅଫିସ,୩୦ା୧୨:ନୟାଗଡ଼ ଜିଲାରେ ଅଭାବୀ ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି ା ଧାନ କିଣା ତ୍ୱରାନ୍ବିତ ନ ହେବା ପଛରେ ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଛି ା ଚାଷୀ ବାଧ୍ୟ ହୋଇ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହୋଇ ଆସୁଛି ା ଜିଲାରେ ଏଯାବତ ୧୬୭ ମଣ୍ଡିରୁ ୨ଟି ଖୋଲିଛି। ଗତ ୭ଦିନରେ ୮୧ କୁଇଣ୍ଟାଲ ୭୦ କେଜି ଧାନ କିଣା ହୋଇଛି । ଡିସେମ୍ବର ଶେଷ ହେବାକୁ ମାତ୍ର ୨ ଦିନ ଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିବାର ସୁଯୋଗ ପାଇ ପାରୁ ନାହିଁ ବୋଲି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ା
ସୂଚନା ଅନୁଯାୟୀ, ଚଳିତ ଖରିଫ ଋତୁୁ ୨୦୨୨-୨୩ରେ ଧାନ ମଣ୍ଡିର ଶୁଭାରମ୍ଭ ଗତ ୨୩ ତାରିଖରେ ନୟାଗଡ ଜିଲା ସଦର ମହକୁମାରେ କରାଯାଇ ୬୪.୭୦ କୁଇଣ୍ଟାଲ ଧାନ କିଣା ହୋଇଥିଲା। ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଖଣ୍ଡପଡ଼ା ରୋଡର ବହୁବିଧ ପଣ୍ୟଦ୍ରବ୍ୟ ବଜାର ପ୍ରାଙ୍ଗଣରେ ଖୋଲିଥିବା ମଣ୍ଡିରେ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହି ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ । ଜିଲାରେ ୧୫୩ ଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ୧୪ ସଂଲଗ୍ନ ମଣ୍ଡିିରେ ଧାନ କିଣା ହେବ ବୋଲି କୁହାଯାଇଛି। ଚାଷୀ ମଣ୍ଡିରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିବେ । ମଣ୍ଡିରେ ଏଫଏକ୍ୟୁ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୨୦୪୦ ଟଙ୍କା ରହିଛି । ତେବେ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀ ୧୨ଶହରୁ ୧୪ ଶହ ଟଙ୍କାରେ ଧାନ ବିକ୍ରି କରିଚାଲିଛି। ଜିଲାରେ ଅଭାବୀ ଧାନ ବିକ୍ରି ହେଉଥିଲେ ମଧ୍ୟ ସରକାରୀସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ା
ମେସେଜ୍‌ ଆସୁନି
ଧାନ ମଣ୍ଡି ଖୋଲି ନ ଥିବାବେଳେ ଧାନ ବିକ୍ରି କରିବାକୁ ଚାଷୀଙ୍କ ମୋବାଇଲକୁ ମାସେଜ ମଧ୍ୟ ଆସୁନି । କେତେଜଣ ହାତଗଣତି ଚାଷୀଙ୍କୁ ଛାଡିଦେଲେ ଅନ୍ୟମାନଙ୍କୁ ଧାନ ବିକ୍ରି କରିବାକୁ ମ୍ୟାସେଜ ଆସିନି । ଧାନ ବିକ୍ରି କରିବାକୁ ଚାଷୀ ବ୍ୟଗ୍ର ଥିବାବେଳେ ପ୍ରଶାସନ ପକ୍ଷରୁ ଜାଣି ଶୁଣି ବିଳମ୍ବ କରାଯାଉଛି । ଏନେଇ ଏଆରସିଏସ୍‌ ହାଡିବନ୍ଧୁ ମହାକୁଡ଼ କୁହନ୍ତି, ଧାନ କିଣା ପାଇଁ ଚାଷୀଙ୍କ ପାଖକୁ ପ୍ରଥମ ପର୍ଯ୍ୟାୟ ମାସେଜ ଆସିଛି । ପର୍ଯ୍ୟାୟ କ୍ରମେ ଚାଷୀଙ୍କ ପାଖକୁ ଆସିବ । ଚଳିତ ବର୍ଷ ଧାନ କିଣା ଠିକ୍‌ରେ ହେବ ବୋଲି ସେ କହିଛନ୍ତି । ଏନେଇ ଦଶପଲ୍ଲାର ସିପିଆଇ(ଏମ) ନେତା ଶରତ ବେହେରା କୁହନ୍ତି, ଚାଷୀ ଅଭାବୀ ଧାନ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଫନ୍ଦି ଫିକର କରାଯାଇଛି । ନଁା କୁ ମାତ୍ର ୨ଟି ଧାନ ମଣ୍ଡି ଉଦ୍‌ଘାଟନ କରି ସବୁ କିଛି ଠିକ୍‌ଠାକ୍‌ ଚାଲିଛି କୁହାଯାଉଛି । ପାହାଡିଆ ଅଞ୍ଚଳ ଯୋଗୁ ୯୦ ପ୍ରତିଶତ ଅଞ୍ଚଳରେ ଧାନ କଟା ଓ ଯୁଦ୍ଧକାଳୀନ ଭିତ୍ତିରେ ଧାନ ଅମଳ କରାଯାଉଛି । ଅନେକ ଚାଷୀ ୧୫ରୁ ୧ମାସ ଧାନକୁ ଗଛିତ ରଖି ଧାନକୁ ବ୍ୟବସାୟୀଙ୍କୁ ବିକ୍ରି କରି ସାରିଲେଣି । ମଣ୍ଡି ଡେରିରେ ଖୋଲିଲେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଧାନ ବିକ୍ରି କରିବ । ମିଲର ଚାଷୀର ଧାନକୁ କମ୍‌ ଦରରେ କିଣି ଜାଲିଆତି କରାଯାଇଥିବା ନକଲି ଚାଷୀଙ୍କ ନଁାରେ ଧାନ ବିକ୍ରି କରିବ । ସାମାଜିକ କର୍ମୀ ବିଶ୍ୱନାଥ ମହାପାତ୍ର କୁହନ୍ତି, ଡିସେମ୍ବର ଶେଷ ହେବାକୁ ବସିଛି ା ମାତ୍ର ୨ଟି ମଣ୍ଡି ଖୋଲାଯାଇଛି । ଏଥିପାଇଁ ସେମାନେ ଅଭାବୀ ବିକ୍ରି କରି କ୍ଷତି ସହୁଛନ୍ତି ା

ପୁଣି ମିଲରଙ୍କୁ ଅନୁକମ୍ପା

ମିଲରଙ୍କୁ ଅନୁକମ୍ପା ଦେଖାଇ ଜିଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ କିଛି ଦିନ ତଳେ ନିଲମ୍ବିତ ହୋଇଥିଲେ ା ଏବେ ପୁଣି ସରକାରୀ ଅର୍ଥରାଶି ଅସୁଲ ବକେୟା ରଖି ମିଲରମାନଙ୍କୁ ଧାନ କିଣିବାକୁ ସୁଯୋଗ ଦିଆଯାଇଛି । କଂଗ୍ରେସର ପ୍ରତିବାଦ ଓ ଆନ୍ଦୋଳନ ଧମକ ସତ୍ତ୍ୱେ ଜିଲା ଯୋଗାଣ ବିଭାଗ ଧାନ କିଣା ୨୩ରୁ ଆରମ୍ଭ କରିଛି । ସରକାରୀ ଅର୍ଥରାଶି ଅସୁଲ ବକେୟା ଥିଲେ ମିଲରମାନେ ପୁଣିଥରେ ଧାନ କିଣିବାକୁ ଚୁକ୍ତିନାମା କରି ପାରବେ ନାହିଁ ବୋଲି ସରକାରୀ ନିୟମ ରହିଛି । ଏନେଇ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେବା ପରେ ଖରିଫ ମାର୍କେଟିଂ ସେସନ ୨୦୨୨-୨୩ ପାଇଁ ଏହି ନୀତି ଲାଗୁ ହୋଇଛି । ତେବେ ନୟାଗଡ଼ ଜିଲାରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ମିଲରମାନଙ୍କୁ ଅନୁକମ୍ପା ଦେଖା ଯାଇଛି। ୧୭ ମିଲର ଗତ ଆର୍ଥିକ ବର୍ଷରେ ଧାନରୁ ଚାଉଳ କରିବାକୁ ୩ କୋଟି ୬୯ଲକ୍ଷ ୧୧ ହଜାର ୭୧୪ ଟଙ୍କା ଅଧିକ ନେଇ ଯାଇଛନ୍ତି । ସେହି ଟଙ୍କାକୁ ଅସୁଲ କରିବାକୁ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୭୧୧୫ ମେ ୧୨ ତାରିଖରୁ ନିର୍ଦ୍ଦେଶ ରହିଛି । ଏଥିରୁ ମାତ୍ର ୨ କୋଟି ୧୨ ଲକ୍ଷ ୨୬ ହଜାର ୮୦୦ ଟଙ୍କା ପରିଶୋଧ କରିଛନ୍ତି । ଅବଶିଷ୍ଟ ୧କୋଟି ୫୬ ଲକ୍ଷ ୮୪ ହଜାର ୯୧୪ ଟଙ୍କା ଫେରାଇ ନ ଥିବା ଆରଟିଆଇ ତଥ୍ୟ ମିଳିଛି । ଏନେଇ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ କୁହନ୍ତି, ଧାନରୁ ଚାଉଳ କରିବା ନେଇ ମିଲରମାନେ ଟଙ୍କା ଫେରାଇବା କଥା ଜାଣି ନାହାନ୍ତି । ତେବେ ଧାନ କିଣା ସହିତ ଏହାର କିଛି ସମ୍ପର୍କ ନାହିଁ । ମିଲରମାନେ ଧାନ କିଣିବାକୁ ସିକ୍ୟୁରିଟ ଟଙ୍କା ଡିପୋଜିଟ୍‌ କରିଛନ୍ତି । ୧୭ ମିଲରଙ୍କ ମଧ୍ୟରୁ ୧୪ ଜଣ ବର୍ତ୍ତମାନ ଧାନ କିଣିବାକୁ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri