ଭୁବନେଶ୍ୱର,୧୯।୭: ଫୋନପେ ଇନ୍ସ୍ୟୁରାନ୍ସ ବ୍ରୋକିଙ୍ଗ୍ ସର୍ଭିସେସ୍ର ନୂତନ ପ୍ଲାଟଫର୍ମ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ଉକ୍ତ ପ୍ଲାଟଫର୍ମରେ ସ୍ବାସ୍ଥ୍ୟବୀମା ଯୋଜନାଗୁଡିକର ଶୁଭାରମ୍ଭ କରାଯାଇଛି, ଯାହାକି ଦେଶର ଅଗ୍ରଣୀ ବୀମା କମ୍ପାନୀଗୁଡିକ ସହ ସହଭାଗିତାରେ ବ୍ୟାପକ ବୀମା ସମ୍ପର୍କିତ ସେବା ପ୍ରଦାନ କରୁଛି। ଫୋନ୍ପେ ଇନ୍ସ୍ୟୁରାନ୍ସ ପ୍ଲାଟ୍ଫର୍ମ ଭାରତର ୯୮% ପିନ୍କୋଡ୍ରେ ବୀମା ବିକ୍ରି କରିଥିବା ବେଳେ ୨୦୦ ମିଲିୟନରୁ ଅଧିକ ଭେଇକିଲ୍ ଇନ୍ସ୍ୟୁରାନ୍ସ କୋଟ୍କୁ ସେବା ପ୍ରଦାନ କରିଛି। ଏପରିକି ପ୍ରାୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ କଭରେଜ ସହିତ ଆସୁଥିବା ଏହି ନୂତନ ସ୍ବାସ୍ଥ୍ୟ ବୀମା ଯୋଜନାଗୁଡିକ ଉପଭୋକ୍ତାଙ୍କୁ ବିନା କୌଣସି ପୁଞ୍ଜି-ସୀମାରେ ଯେକୌଣସି ହସ୍ପିଟାଲ ରୁମ୍ ଚୟନ କରିବାକୁ ଅନୁମତି ଦେଉଛି।
ଫୋନ୍ପେ ଇନ୍ସୁରାନ୍ସ ବ୍ରୋକିଙ୍ଗ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟ ବୀମା ଯୋଜନାଗୁଡିକ ସହ ପ୍ରି ଓ ପୋଷ୍ଟ-ସେଲ୍ସ ଆସିଷ୍ଟାନ୍ସ ରହିଛି, ଯାହା ଉପଭୋକ୍ତାଙ୍କୁ ସୂଚିତ ନିଷ୍ପତ୍ତି ନେବା ଓ ଦାବି ସମାଧାନ କରିବା ଏବଂ ଅନ୍ୟାନ୍ୟ ସେବାଗୁଡିକୁ ହାସଲ କରିବା ପାଇଁ ସାହାଯ୍ୟ କରିଥାଏ। ଏ ସମ୍ପର୍କରେ ଫୋନ୍ପେର ଆର୍ଥିକ ସେବା ବିଭାଗର ଉପାଧ୍ୟକ୍ଷ ହେମନ୍ତ ଗାଲା କହିଛନ୍ତି, ସ୍ବାସ୍ଥ୍ୟ ବୀମା କ୍ରୟ କରିବା କ୍ଷେତ୍ରରେ ଅନ୍ୟତମ ବୃହତ୍ ପ୍ରତିବନ୍ଧକ ହେଉଛି ସୁଲଭତା ଏବଂ ଆମେ ମାସିକ ପେମେଣ୍ଟ୍ ଉପରେ ଗୁରୁତ୍ୱ ଦେଇ ଭାରତର ପ୍ରଥମ ହେଲ୍ଥ ଇନ୍ସୁରାନ୍ସ ମାର୍କେଟ୍ ପ୍ଲେସ୍ ସୃଷ୍ଟି କରି ଏହି ସମସ୍ୟାର ସମାଧାନ କରିଛୁ। ଏହା ହେଉଛି ଦେଶର ଏକମାତ୍ର ପ୍ଲାଟ୍ଫର୍ମ, ଯେଉଁଠାରେ ଗ୍ରାହକମାନେ ଫୋନ୍ପେ’ ଆପ୍ ଜରିଆରେ ବୀମା ସେବା ପାଇପାରିବେ। ଏପରିକି ୟୁପିଆଇ ମାଧ୍ୟମରେ ବୀମା ପାଇଁ ସହଜରେ କିସ୍ତି ପୈଠ କରିପାରିବେ।
ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି
ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...
ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…
ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...
8th Pay Commissionକୁ ନେଇ ଆସିଲା ବଡ଼ ଅପ୍ଡେଟ: ଜାନୁଆରୀରେ ବଢିଯିବ…
ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...
Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍
ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...
AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ
ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...
ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...
ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍, ଜାଣିରଖନ୍ତୁ…
ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...
UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ
ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...
Archives


