ଆଜିଠାରୁ ଖିମ୍‌ଜୀର ‘ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌’

ଭୁବନେଶ୍ୱର,୧୯।୭(ଅଭୟ ଦାଶ): ଓଡ଼ିଶାର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌-୨୦୨୩ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ସେଲ୍‌ ୨୦୨୩ ଜୁଲାଇ ୧୯ରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବ। ଏପରିକି ଏହା ଜରିଆରେ ଗ୍ରାହକମାନେ ଆକର୍ଷଣୀୟ ଅଫର୍‌, ରିହାତି ଏବଂ ସର୍‌ପ୍ରାଇଜେସ୍‌ ସହିତ ସର୍ବୋତ୍ତମ ଅଳଙ୍କାର ସପିଂର ଉପଭୋଗ କରିପାରିବେ ବୋଲି ଖିମ୍‌ଜୀ ପକ୍ଷରୁ କୁହାଯାଇଛି। ସେହିଭଳି ଏହି ସୀମିତ ସମୟର ସେଲ୍‌ରେ ଗ୍ରାହକମାନେ ୯୧୬ ଏଚ୍‌ୟୁଆଇଡି ସୁନା ଅଳଙ୍କାରର ଗଢା ମୂଲ୍ୟରେ ୭୦% ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ। ଏହା ସହିତ ହୀରା ଅଳଙ୍କାରର ଗଢା ମୂଲ୍ୟରେ ୮୦% ପର୍ଯ୍ୟନ୍ତ ଏବଂ ରୁପା ଓଜନ ସାମଗ୍ରୀର ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏପରିକି ଗ୍ରାହକମାନେ ସ୍ବିସ୍‌ ଏବଂ ଜାପାନିଜ୍‌ ଘଣ୍ଟା ଉପରେ ମଧ୍ୟ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ।
ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଆମର ମନଲୋଭା ଅଳଙ୍କାର କାରିଗରି ପାଇଁ ଗ୍ରାହକମାନଙ୍କର ରହିଥିବା ଭଲପାଇବାକୁ ସମ୍ମାନ କରିବାରେ ଆମେ ବିଶ୍ୱାସ କରୁ। ବିଶେଷ କରି ଆମର ଏହି ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌-୨୦୨୩ରେ ଗ୍ରାହକମାନଙ୍କୁ ଅବିଶ୍ୱସନୀୟ ରିହାତି ଏବଂ ସର୍‌ପ୍ରାଇଜେସ୍‌ ଭଳି ସ୍ମରଣୀୟ ସପିଂ ଅଭିଜ୍ଞତା ପ୍ରଦାନ କରାଯାଉଛି। ମୁଁ ଖୁସି ଅନୁଭବ କରୁଛି ଯେ ଆମେ ଅଳଙ୍କାର ଶିଳ୍ପରେ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରୁଛୁ।
ଉଲ୍ଲେଖଯୋଗ୍ୟ, ୨୦୨୩ ଜୁଲାଇ ୧୯ରୁ ଆରମ୍ଭ ହେଉଥିବା ଏହି ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌ ଖିମ୍‌ଜୀ ଜୁଏଲର୍ସର ସମସ୍ତ ୭ଟି ଷ୍ଟୋର୍‌ରେ ସୀମିତ ସମୟ ପାଇଁ ଉପଲବ୍ଧ। ଓଡ଼ିଶାର ଗ୍ରାହକମାନେ ସେମାନଙ୍କର ନିକଟତମ ଖିମ୍‌ଜୀ ଷ୍ଟୋର୍‌କୁ ଯାଇ ବିସ୍ତୃତ ସଂଗ୍ରହ ଏବଂ ବ୍ରାଣ୍ଡ୍‌ ଦ୍ୱାରା ଦିଆଯାଇଥିବା ଆକର୍ଷଣୀୟ ରିହାତି ଓ ସର୍‌ପ୍ରାଇଜେସ୍‌ ଉପଭୋଗ କରିପାରିବେ। ଦୀର୍ଘ ୮୬ ବର୍ଷର ଅଭିଜ୍ଞତା ସହିତ ଖିମ୍‌ଜୀ ଜୁଏଲର୍ସ ଓଡ଼ିଶାରେ ସୂକ୍ଷ୍ମ ଅଳଙ୍କାର କାରିଗରି ଏବଂ ଲଗ୍‌ଜୁରି ଘଣ୍ଟା ପାଇଁ ଏକ ବିଶ୍ୱସ୍ତ ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ

ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ୍‌ ପାଇଁ ଆସିଲା ବଡ଼ ନିର୍ଦ୍ଦେଶ: ଏଣିକି ହେବ…

ଭୁବନେଶ୍ୱର,୮।୮: ରାଜ୍ୟରେ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଭଳି ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri