ଭୁବନେଶ୍ୱର,୧୯।୭: ଫୋନପେ ଇନ୍ସ୍ୟୁରାନ୍ସ ବ୍ରୋକିଙ୍ଗ୍ ସର୍ଭିସେସ୍ର ନୂତନ ପ୍ଲାଟଫର୍ମ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ଉକ୍ତ ପ୍ଲାଟଫର୍ମରେ ସ୍ବାସ୍ଥ୍ୟବୀମା ଯୋଜନାଗୁଡିକର ଶୁଭାରମ୍ଭ କରାଯାଇଛି, ଯାହାକି ଦେଶର ଅଗ୍ରଣୀ ବୀମା କମ୍ପାନୀଗୁଡିକ ସହ ସହଭାଗିତାରେ ବ୍ୟାପକ ବୀମା ସମ୍ପର୍କିତ ସେବା ପ୍ରଦାନ କରୁଛି। ଫୋନ୍ପେ ଇନ୍ସ୍ୟୁରାନ୍ସ ପ୍ଲାଟ୍ଫର୍ମ ଭାରତର ୯୮% ପିନ୍କୋଡ୍ରେ ବୀମା ବିକ୍ରି କରିଥିବା ବେଳେ ୨୦୦ ମିଲିୟନରୁ ଅଧିକ ଭେଇକିଲ୍ ଇନ୍ସ୍ୟୁରାନ୍ସ କୋଟ୍କୁ ସେବା ପ୍ରଦାନ କରିଛି। ଏପରିକି ପ୍ରାୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ କଭରେଜ ସହିତ ଆସୁଥିବା ଏହି ନୂତନ ସ୍ବାସ୍ଥ୍ୟ ବୀମା ଯୋଜନାଗୁଡିକ ଉପଭୋକ୍ତାଙ୍କୁ ବିନା କୌଣସି ପୁଞ୍ଜି-ସୀମାରେ ଯେକୌଣସି ହସ୍ପିଟାଲ ରୁମ୍ ଚୟନ କରିବାକୁ ଅନୁମତି ଦେଉଛି।
ଫୋନ୍ପେ ଇନ୍ସୁରାନ୍ସ ବ୍ରୋକିଙ୍ଗ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟ ବୀମା ଯୋଜନାଗୁଡିକ ସହ ପ୍ରି ଓ ପୋଷ୍ଟ-ସେଲ୍ସ ଆସିଷ୍ଟାନ୍ସ ରହିଛି, ଯାହା ଉପଭୋକ୍ତାଙ୍କୁ ସୂଚିତ ନିଷ୍ପତ୍ତି ନେବା ଓ ଦାବି ସମାଧାନ କରିବା ଏବଂ ଅନ୍ୟାନ୍ୟ ସେବାଗୁଡିକୁ ହାସଲ କରିବା ପାଇଁ ସାହାଯ୍ୟ କରିଥାଏ। ଏ ସମ୍ପର୍କରେ ଫୋନ୍ପେର ଆର୍ଥିକ ସେବା ବିଭାଗର ଉପାଧ୍ୟକ୍ଷ ହେମନ୍ତ ଗାଲା କହିଛନ୍ତି, ସ୍ବାସ୍ଥ୍ୟ ବୀମା କ୍ରୟ କରିବା କ୍ଷେତ୍ରରେ ଅନ୍ୟତମ ବୃହତ୍ ପ୍ରତିବନ୍ଧକ ହେଉଛି ସୁଲଭତା ଏବଂ ଆମେ ମାସିକ ପେମେଣ୍ଟ୍ ଉପରେ ଗୁରୁତ୍ୱ ଦେଇ ଭାରତର ପ୍ରଥମ ହେଲ୍ଥ ଇନ୍ସୁରାନ୍ସ ମାର୍କେଟ୍ ପ୍ଲେସ୍ ସୃଷ୍ଟି କରି ଏହି ସମସ୍ୟାର ସମାଧାନ କରିଛୁ। ଏହା ହେଉଛି ଦେଶର ଏକମାତ୍ର ପ୍ଲାଟ୍ଫର୍ମ, ଯେଉଁଠାରେ ଗ୍ରାହକମାନେ ଫୋନ୍ପେ’ ଆପ୍ ଜରିଆରେ ବୀମା ସେବା ପାଇପାରିବେ। ଏପରିକି ୟୁପିଆଇ ମାଧ୍ୟମରେ ବୀମା ପାଇଁ ସହଜରେ କିସ୍ତି ପୈଠ କରିପାରିବେ।
ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍
ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…
୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି
ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…
ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍ର ବଜାର ପ୍ରବେଶ
ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍ ଏଣ୍ଟ୍ରି ପ୍ଲାଟ୍ଫର୍ମ (ଆର୍ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…
ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…
ନୂଆଦିଲ୍ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…
FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…
ଟାଟା ଗ୍ରୁପ୍ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ
ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…
8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA
ନୂଆଦିଲ୍ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…
2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍!
ନୂଆଦିଲ୍ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

