ରୁଷିଆ ଭ୍ୟାକ୍ସିନ ଉପରେ ବିଶ୍ୱାସ ରଖିଲେ ଫିଲିପାଇନ୍ସ ରାଷ୍ଟ୍ରପତି

ମାନିଲା,୧୧।୮: ବିଶ୍ୱର ପ୍ରଥମ କରୋନା ଭାଇରସ୍‌ ଭ୍ୟାକ୍ସିନର ପଞ୍ଜିକରଣ କରିଛି ରୁଷ। ଏନେଇ ମଙ୍ଗଳବାର ଭ୍ଲାଡିମିର ପୁଟିନ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ଭ୍ଲାଡିମିର ପ୍ରଥମେ ନିଜ ଝିଅଙ୍କୁ ଏହି ଭ୍ୟାକ୍ସିନ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ରୁଷର ଏହି ଭ୍ୟାକ୍ସିନ ଉପରେ ଫିଲିପାଇନ୍ସ ରାଷ୍ଟ୍ରପତି ରେଡ୍ରିଗୋ ଦୁତର୍ତେ ବିଶ୍ୱାସ ପ୍ରକଟ କରିଛନ୍ତି। କରୋନା ଭାଇରସ୍‌ ଭ୍ୟାକ୍ସିନ ତିଆରିରେ ରୁଷର ଉଦ୍ୟମକୁ ଫିଲିପାଇନ୍ସ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଏଥିସହ ଏହି ପରୀକ୍ଷାରେ ସେ ସ୍ବେଚ୍ଛାକୃତ ଭାବେ ସାମିଲ ହେବାକୁ ଇଛା ପ୍ରକାଶ କରିଛନ୍ତି। କାରଣ ଏହି ଭ୍ୟାକ୍ସିନକୁ ନେଇ କୌଣସି ଲୋକଙ୍କ ମନରେ ଭୟ ସୃଷ୍ଟି ନ ହେଉ। କେବଳ ସେତିକି ନୁହେଁ ଭ୍ୟାକ୍ସିନ ପରୀକ୍ଷା, ଯୋଗଣ ଓ ଉତ୍ପାଦନରେ ଫିଲିପାଇନ୍ସ ରୁଷ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି ବୋଲି ଦୁତର୍ତେ କହିଛନ୍ତି। ତେବେ ରୁଷ ତାଙ୍କ ଦେଶକୁ ମାଗଣାରେ ଭ୍ୟାକ୍ସିନ ଯୋଗାଇଦେବା ବୋଲି ଦୁତର୍ତେ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏସିଆ ଦେଶମାନଙ୍କରେ ସର୍ବାଧିକ କରୋନା ସଂକ୍ରମଣ ଥିବା ଦେଶ ମଧ୍ୟରେ ଫିଲିପାଇନ୍ସ ମଧ୍ୟ ସାମିଲ ରହିଛି। ଉକ୍ତ ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଉକ୍ତ ଦେଶରେ ଗୋଟିଏ ଦିନରେ ୬,୯୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୩୬,୬୩୮ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ଯୁଦ୍ଧଜାହାଜ…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

ଜୟପୁର,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

ବୁଡ଼ିଗଲା ବୋଟ୍‌, ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ହାନୋଇ,୧୧ା୭: ଦକ୍ଷିଣ ଭିଏତନାମାର ଫୁ କ୍ୱୋକ୍‌ ଦ୍ୱୀପ ନିକଟରେ ଏକ ସ୍ପିଡ୍‌ ବୋଟ୍‌ ବୁଡ଼ିଯିବାରୁ ଅତି କମ୍‌ରେ ୧୫  ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ…

ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri