ନଦୀଜଳରେ ଫେନୋଲିକ୍‌ ବିଷ

ଯାଜପୁର ଅଫିସ,୨୩।୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀଜଳ ଅସୁରକ୍ଷିତ ହୋଇପଡ଼ିଛି। ସେଥିରେ ବିଷାକ୍ତ ଫେନୋଲିକ୍‌ କମ୍ପାଉଣ୍ଡ ମିଳୁଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ରିପୋର୍ଟରୁ ଏହା ଜଣାପଡ଼ିଛି। ପ୍ରତ୍ୟେକ ଜଳ ନମୁନା ପରୀକ୍ଷାରେ ଏଭଳି ରିପୋର୍ଟ ପ୍ରକାଶ ପାଉଥିବାରୁ ତାହା ମଣିଷ ପାଇଁ ପାନୀୟ କିମ୍ବା ଗାଧୋଇବା ସକାଶେ ଉପଯୁକ୍ତ ନୁହେଁ। ଗତ ଗୁରୁବାର ଓଡ଼ିଶା ବିଧାନସଭା ପରିବେଶ ଗୃହ କମିଟି ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳ ପରିଦର୍ଶନରେ ଆସି ଏଭଳି ମନ୍ତବ୍ୟ ଦେଇଛି।
ଯାଜପୁରରେ ପୂର୍ବରୁ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ପାଣି ସଫା ଦେଖିବାକୁ ମିଳୁଥିଲା। ଏବେ ତାହା ଗୋଳିଆ ହୋଇ ଦୁର୍ଗନ୍ଧ ହେଉଛି। ନଦୀତଟବର୍ତ୍ତୀ ଅଞ୍ଚଳର l ଏହି ପ୍ରଦୂଷିତ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେବଳ କଳିଙ୍ଗନଗର ଶିଳ୍ପାଞ୍ଚଳ ନୁହେଁ, ବ୍ୟାସନଗର ପୌର ପରିଷଦର ଦୂଷିତ ପାଣି ମଧ୍ୟ ବିନା ଉପଚାରରେ ନଦୀଗର୍ଭରେ ପଡୁଛି। ଏ କ୍ଷେତ୍ରରେ ବ୍ୟାସନଗର ପୌର ପରିଷଦ କେବଳ ଅପରାଧ କରୁନାହିଁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି। ଅପରପକ୍ଷେ ପୌରପରିଷଦର ଏହି ଆଭିମୁଖ୍ୟ ପାଇଁ ସହରର ଗଣ୍ଡାନାଳ ଜଳ ବିଷାକ୍ତ ହେଉଛି। ଖାଲି ସେତିକି ନୁହେଁ, ଗଣ୍ଡାନାଳ ପାଣି ବ୍ରାହ୍ମଣୀର ଉପନଦୀ ଖରସ୍ରୋତାରେ ମିଶୁଛି। ଏନେଇ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ପୂର୍ବରୁ କାରଣଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଛି। ହେଲେ ଏଯାଏ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ ହେଉ ନ ଥିବାରୁ ନଦୀଜଳ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ବିଧାନସଭା ପରିବେଶ ଗୃହ କମିଟି କେବଳ ଶିଳ୍ପାଞ୍ଚଳରେ ପ୍ରବାହିତ ଗଣ୍ଡାନାଳ ପରିଦର୍ଶନରେ ଯାଇ ମିଲିଟାରୀ ଛକଠାରୁ ଅଗ୍ନିଶମ ବିଭାଗ ଛକ ମଧ୍ୟରେ ପ୍ରବାହିତ ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛିି। ତେବେ ଏହି ସମସ୍ୟା ଶିଳ୍ପ କାରଖାନା ଏବଂ ସ୍ବାୟତ୍ତ ଶାସନ ସଂସ୍ଥାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଜନ ପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିକୁ ଆସୁନାହିଁ। ଗଣ୍ଡାନାଳର ବିଭିନ୍ନ ସ୍ଥାନରେ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇ ବିଶୋଧନ ପରେ ଖରସ୍ରୋତାରେ ନିଷ୍କାସନ ପାଇଁ ଏକାଧିକ ପ୍ରକଳ୍ପ କରାଯିବ ବୋଲି ଗତ ୧୦ବର୍ଷ ହେଲା କ୍ଷମତାସୀନ ରାଜନେତା କହି ଆସୁଥିବାବେଳେ ଏହାର ସର୍ଭେ କାର୍ଯ୍ୟ କରାଯାଉଥିବା ଜନସ୍ବାସ୍ଥ୍ୟ ବିଭାଗ କହିଆସୁଛି। କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଏସ୍‌ପିସିବିର କେନ୍ଦ୍ରୀୟ ପରୀକ୍ଷାଗାରରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଜଳ ନମୁନା ପରୀକ୍ଷାରେ ସର୍ବଦା ବିଷାକ୍ତ ଦ୍ରବ୍ୟ ମିଳିଥିବା ସୂଚନା ମିଳିଛି। ବିଶେଷକରି ଗଣ୍ଡାନାଳର କୁସୁନପୁର ବ୍ରିଜ ନିକଟ ଜଳ ଅଧିକ ବିଷାକ୍ତ ବୋଲି ଜଣାପଡିଛି। ଏହି ଜଳ ନମୁନାରେ ଗ୍ରହଣଯୋଗ୍ୟ ସୀମାଠାରୁ ପ୍ରାୟ ୧୦ ଗୁଣରୁ ଅଧିକ ଫେନୋଲିକ୍‌ କମ୍ପାଉଣ୍ଡ (କୋଇଲାଯୁକ୍ତ ପଦାର୍ଥ) ମିଳୁଥିବା ଏସ୍‌ପିସିିବି ପକ୍ଷରୁ କୁହାଯାଉଛି। ତେବେ ଏହି ଜଳ ପ୍ରଦୂଷଣ ପାଇଁ କେତେକ ପ୍ରଭାବଶାଳୀ କମ୍ପାନୀର ସମ୍ପୃକ୍ତି ରହୁଥିଲେ ହେଁ ସରକାରଙ୍କ ପକ୍ଷରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଏଭଳିସ୍ଥିତିରେ ପରିବେଶ କମିଟିର ଅଧ୍ୟକ୍ଷ ବିଧାୟକ ମୋହନ ଚରଣ ମାଝୀ ଅନୁଧ୍ୟାନ ରିପୋର୍ଟ ସଂକ୍ରାନ୍ତରେ ସରକାରଙ୍କୁ ଜଣାଇବେ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସୁପାରିସ କରିବେ ବୋଲି କହିଛନ୍ତି।
ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା କହିଛନ୍ତି, ସେ ମଧ୍ୟ ପରିବେଶ କମିଟି ସହ ରହିଥିଲେ। ୨ ମାସର ଜଳ ନମୁନା ରିପୋର୍ଟ ଅନୁସାରେ ଫେନୋଲିକ୍‌ ଦ୍ରବ୍ୟ ଅଧିକ ରହୁଥିବା ଜଣାପଡ଼ିଛି। ତେବେ କମ୍ପାନୀରୁ ବୋହି ଯାଉଥିବା ବର୍ଷା ଜଳର ଉପଚାର କରି ସମସ୍ତ କମ୍ପାନୀ ବାହାରକୁ ଛାଡୁଛନ୍ତି। ଅନ୍ୟ ଦିନର ପାଣି କାରଖାନା ଭିତରେ ରିସାଇକ୍ଲିଂ କରି ବ୍ୟବହାର କରାଯାଉ ଥିବାରୁ ବାହାରକୁ ଛଡ଼ା ଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri