ଇଏ ବି ପ୍ରେମ !

ଏକ ଶାଶ୍ୱତ, ନିଃସ୍ବାର୍ଥ ଓ ଦୃଢ଼ ବିଶ୍ୱାସର ପ୍ରତୀକ ହେଉଛି ପ୍ରେମ; ଯାହାକି ଦୁଇଟି ଅଚିହ୍ନା ଅଜଣା ମଣିଷ ଭିତରେ ଗଢ଼ିପାରେ ଏକ ନିବିଡ଼ ସମ୍ପର୍କର ଡୋରି। ହେଲେ ଆଜିର ଦୁନିଆରେ କେତେକ ପ୍ରେମୀଯୁଗଳଙ୍କ ପାଇଁ ଯେମିତି ବଦଳିଯାଉଛି ଏହାର ପରିଭାଷା…

 

ଟାଇମ୍‌ପାସ୍‌ର ମାଧ୍ୟମ ସାଜିଛି : ବର୍ତ୍ତମାନ ଅନେକ ଯୁବତୀ ଯୁବକଙ୍କ ପାଇଁ ଟାଇମ୍‌ପାସ୍‌ର ସରଳ ମାଧ୍ୟମ ସାଜିଛି ପ୍ରେମ। ଭଲ ଲାଗୁଥିବା କୌଣସି ପୁଅଝିଅଙ୍କୁ ନିଜର ବୟଫ୍ରେଣ୍ଡ ଅବା ଗର୍ଲଫ୍ରେଣ୍ଡ ଭାବେ ବାଛିନେବା ସହ ତାଙ୍କ ସହିତ ଗପିବା, ବୁଲିଯିବା ଆଦି କାର୍ଯ୍ୟ କରୁଛନ୍ତି। ଏମିତିକି କେହି କେହି ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହିବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ସ୍ବାର୍ଥ ପୂରଣ ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ଏବଂ ପରେ ଆଉ ଜଣେ ନୂଆ ସାଥୀଙ୍କ ସହ ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ଅଧୁନା ସମାଜରେ ପ୍ରେମର ଏଭଳି କଳୁଷିତ ରୂପ ଅନେକଙ୍କଠାରେ ଆପରାଧିକ ମନୋବୃତ୍ତି ସୃଷ୍ଟି କରୁଛି।
ପ୍ରେମରେ ବି ଏକ୍ସପେରିମେଣ୍ଟ: ପ୍ରେମର ପ୍ରକୃତ ମୂଲ୍ୟବୋଧ ନ ବୁଝି ଏହାକୁ ନେଇ ଏକ୍ସପେରିମେଣ୍ଟ କରୁଥିବା ପ୍ରେମୀଙ୍କ ସଂଖ୍ୟା ବର୍ତ୍ତମାନ ଅଧିକ। ସାଙ୍ଗସାଥୀଙ୍କ ମଧ୍ୟରେ କାହାର କେତେଜଣ ବୟଫ୍ରେଣ୍ଡ, ଗର୍ଲଫ୍ରେଣ୍ଡ ରହିଛନ୍ତି ଅବା କିଏ କେତେଜଣଙ୍କୁ ପଟାଇ ପାରୁଛି, ତାହାକୁ ନେଇ ମଧ୍ୟ ଚାଲୁଛି ପ୍ରତିଯୋଗିତା। ଏହି ଆଳରେ ଅନ୍ୟ କାହାର ମାନସିକତା ସହ ଖେଳୁଛନ୍ତି ଏବଂ ଠକିବା ଦ୍ୱାରା ଅନ୍ୟର ଜୀବନ ନଷ୍ଟ ମଧ୍ୟ କରୁଛନ୍ତି।
ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌: ଦିନ ଥିଲା, ପ୍ରେମ କରୁଥିବା ଝିଅପୁଅମାନେ ସମାଜ ଭୟରେ ଏକାଠି ଭେଟିବା ବୁଲିବା ଆଦିକୁ ସଂକୋଚ କରୁଥିଲେ। ହେଲେ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ହେଲା। କେବଳ ପାର୍କ, ମଲ୍‌ କିମ୍ବା ଅନ୍ୟାନ୍ୟ ସ୍ଥାନରେ ନୁହେଁ ବରଂ ସ୍କୁଲ୍‌ କଲେଜରେ ବିନା ଡରରେ ହଳ ହଳ ହୋଇ ବୁଲୁଥିବା ପ୍ରେମୀଯୁଗଳଙ୍କୁ ଦେଖିବାକୁ ମିଳିଲା। ହେଲେ ବର୍ତ୍ତମାନ ବିବାହିତ ଦମ୍ପତିଙ୍କ ଭଳି କେତେକ ଯୋଡ଼ି ଏକାଠି ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି, ଯାହାକୁ ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌ ବୋଲି କୁହାଯାଉଛି। ତେବେ ପ୍ରଥମେ ଏହା ଅବୈଧ ହୋଇଥିବା ବେଳେ ବର୍ତ୍ତମାନ ଏହା ଆଇନସମ୍ମତ। ହେଲେ ଏହାଦ୍ୱାରା ନା କେବଳ ବିଭିନ୍ନ ଅଘଟଣ ଘଟୁଥିବାର ନଜିର ରହିଛି। ତା’ଛଡ଼ା ଏହାଦ୍ୱାରା ଅନ୍ୟ ଯୁବପିଢ଼ିଙ୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି।
ବ୍ରେକ୍‌ ଅପ୍‌: ବର୍ତ୍ତମାନ ଅନେକେ ପ୍ରକୃତ ପ୍ରେମର ପରିଭାଷାକୁ ନିଜର ସ୍ବାର୍ଥ ପାଇଁ ବଦଳାଇ ଦେଲେଣି। କେହି କେହି ଟାଇମ୍‌ପାସ୍‌ ପାଇଁ ପ୍ରେମ କରୁଛନ୍ତି ତ ଅନ୍ୟ କେହି ପ୍ରେମୀଠାରୁ ଆବଶ୍ୟକ ମୁତାବକ ଅର୍ଥ ହାସଲ କରିବା ଲାଗି ପ୍ରେମର ଅଭିନୟ କରୁଛନ୍ତି। ଅନ୍ୟାନ୍ୟ ସ୍ବାର୍ଥ ହାସଲ ପାଇଁ ମଧ୍ୟ ବର୍ତ୍ତମାନ ଅନେକେ ପ୍ରେମର ଛଳନା କରୁଥିବା ଦେଖିବାକୁ ମିଳୁଛି। ଆଉ ସ୍ବାର୍ଥ ହାସଲ ପରେ ସାମାନ୍ୟ କଥାକୁ ନେଇ ଝଗଡ଼ା କରି ବ୍ରେକ୍‌ ଅପ୍‌ କରି ଆଉ ଏକ ନୂଆ ସାଥୀଙ୍କ ସନ୍ଧାନ କରିନେଉଛନ୍ତି। ଏହାଦ୍ୱାରା ପ୍ରକୃତ ପ୍ରେମ ପ୍ରତି ଅନେକଙ୍କର ଭରସା ତୁଟିଯାଉଛି। ଏମିତିକି ଏହି ପ୍ରତାରଣା ସହି ନ ପାରି କେହି କେହି ଆମତ୍ହତ୍ୟା ଭଳି ଭୁଲ୍‌ କାମ କରିବାକୁ ମଧ୍ୟ ପଛାଉନାହାନ୍ତି। ପ୍ରତିଶୋଧ ପରାୟଣ ହୋଇ କେହି କେହି ସୋସିଆଲ୍‌ ସାଇଟ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ବିଭିନ୍ନ ଅଶ୍ଳୀଳ ଫଟୋ, ଭିଡିଓ ଆଦି ଅପ୍‌ଲୋଡ୍‌ କରି ଅପରପକ୍ଷକୁ ବଦନାମ୍‌ କରିବା ଭଳି ସାଇବର କ୍ରାଇମ୍‌ ମଧ୍ୟ କରୁଛନ୍ତି। ଏମିତିକି ଅନେକେ ପ୍ରେମାନ୍ଧ ହୋଇ ଏସିଡ୍‌ ଫିଙ୍ଗିବା କିମ୍ବା ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଉଥିବାର ଅନେକ ନଜିର ରହିଛି।

 

 

ବିଶ୍ୱଜିତ୍‌ ପ୍ରଧାନ (ଟ୍ରାଭେଲ୍‌ ଫଟୋଗ୍ରାଫର୍‌, ଭୁବନେଶ୍ୱର)- ଅଜାଣତରେ ହେଉ କି ଜାଣତରେ, ମନ ଦେଇ ବସିବା ପରେ ଭାଙ୍ଗିଗଲେ ସଜାଡ଼ିବାକୁ ଢେର ସମୟ ଲାଗିଯାଏ। ପ୍ରେମରେ ହାର୍‌ଜିତ୍‌ ତ ଥାଏ, ହେଲେ ପ୍ରତିଟି ଅସଫଳତାରୁ ହିଁ ଆମେ ଜୀବନରେ କିଛି ଶିଖିବାକୁ ପାଇଥାଉ। ସେହି ସମୟରେ ନିଜକୁ ସମ୍ଭାଳିବା ବି କଠିନ ହୋଇପଡ଼େ। ବ୍ରେକ୍‌ ଅପ୍‌ ପାଇଁ କେବେବି ଜୀବନ ଅଟକିଯାଏନି। ପ୍ରତିଥର ଆମେ ଝୁଣ୍ଟୁ ଏବଂ ଚାଲିବା ଶିଖିଥାଉ। ଲଭ୍‌ ଚକ୍କରରେ ପଡ଼ି ସତ କହିବାକୁ ଗଲେ ଆମେ ନିଜକୁ ହିଁ ଭୁଲି ପ୍ରିୟ ଲୋକଟିକୁ ଖୁସି କରିବାକୁ ଲାଗିପଡ଼ୁ। ପ୍ରେମ କରିବା ଭୁଲ୍‌ ନୁହେଁ, ହେଲେ ସର୍ବପ୍ରଥମେ ନିଜକୁ ପ୍ରେମ କରି ଶିଖିବା ଦରକାର।

ମଧୁସ୍ମିତା ବେହେରା (ପୁରୀ)- ମୋ ବେଷ୍ଟଫ୍ରେଣ୍ଡ୍‌ ସହଜରେ କାହା ସହ ମିଶିପାରେନି। ହେଲେ ଠିକ୍‌ ବର୍ଷେ ପୂର୍ବରୁ ସେ ଏମିତି ନ ଥିଲା। ଦୀର୍ଘ ୪ବର୍ଷ ଧରି ଗୋଟେ ଝିଅକୁ ସିଏ ଭଲ ପାଉଥିଲା। ଏପରିକି ତାଙ୍କ ଘରେ ମଧ୍ୟ ରାଜି ହୋଇ ଯାଇଥିଲେ। ହଠାତ୍‌ ସେ ଝିଅଟି ମୋ ସାଙ୍ଗର କଲ୍‌ ଉଠାଇବା ବନ୍ଦ କରିଦେଲା ଏବଂ ଅଚାନକ ଭାବେ କଲେଜ ମଧ୍ୟ ଚେଞ୍ଜ୍‌ କରିଦେଲା। ମୋ ସାଙ୍ଗ ଏସବୁରେ ଡିପ୍ରେସନକୁ ଚାଲିଗଲା। କାହା ସହ ଭଲରେ ଦି’ପଦ କଥା ବି ହେଲା ନାହିଁ। ପରେ ଜାଣିବାକୁ ପାଇଲି, ସେ ଝିଅଟି ଅନ୍ୟ ଏକ ପୁଅକୁ ଭଲ ପାଉଥିଲା। ମୋ ସାଙ୍ଗ ସେଇ ପରିସ୍ଥିତିରୁ ବାହାରକୁ ଆସିବାକୁ ପାଖାପାଖି ବର୍ଷେ ଲାଗିଗଲା। ଏଥିପାଇଁ ତାକୁ ଆମେ ବହୁତ ସାହାଯ୍ୟ କଲୁ। ତେଣୁ ମୋ ମତରେ ପ୍ରେମ ନିଶାରେ କାହାକୁ ଅନ୍ଧ ଭଳି ବିଶ୍ୱାସ କରିବା ବି ଠିକ୍‌ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri