ଚୂଡ଼ାନ୍ତ ପରୀକ୍ଷାରେ ଫାଇଜର ଟିକା ୯୫% ଫଳପ୍ରଦ

ନୂଆଦିଲ୍ଲୀ, ୧୯।୧୧: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ୯୫ ପ୍ରତିଶତ ଫଳପ୍ରଦ। ଚୂଡ଼ାନ୍ତ ପରୀକ୍ଷାରୁ ଏହା ଜଣାପଡ଼ିଥିବା ଫାଇଜର ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଏହା ପୂର୍ବରୁ ହୋଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଫାଇଜର ଟିକା ୯୦% ଫଳପ୍ରଦ ବୋଲି ଗତ ୯ ତାରିଖରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହାପରେ ଅନ୍ୟତମ ଆମେରିକୀୟ ଫାର୍ମା କମ୍ପାନୀ ମଡର୍ନା ଦ୍ୱାରା ପ୍ରସ୍ତୁତ ଟିକା ୯୪.୫ ପ୍ରତିଶତ ଫଳପ୍ରଦ ବୋଲି ଗତ ୧୬ ତାରିଖରେ ସୂଚନା ଦିଆଯାଇଥିଲା। ଏବେ ୯୫% ସଫଳ ବୋଲି କୁହାଯାଇଥିବା ଫାଇଜର ଟିକାକୁ ବିଯୁକ୍ତ(-) ୭୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ରଖିବା ଆବଶ୍ୟକ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ବେଳେ ମଧ୍ୟ ଏହି ଟିକାକୁ -୭୦ ଡିଗ୍ରୀ ତାପମାତ୍ରାରେ ରଖାଯିବା ଜରୁରୀ। ଅନ୍ୟପକ୍ଷରେ ମଡର୍ନା ଭାକ୍ସିନ୍‌କୁ ବିଯୁକ୍ତ ୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ରଖାଯାଇପାରିବ ବୋଲି ବିଶେଷଜ୍ଞମାନଙ୍କଠାରୁ ଜଣାପଡ଼ିଛି। ଏନେଇ ନୀତି ଆୟୋଗ ସଦସ୍ୟ ତଥା ଭାରତର କୋଭିଡ୍‌-୧୯ ଜାତୀୟ ଟାସ୍କଫୋର୍ସ ମୁଖ୍ୟ ଡ. ଭି.କେ. ପଲ୍‌ କହିଛନ୍ତି, ଫାଇଜର ଟିକାକୁ ସଂରକ୍ଷିତ କରି ରଖିବା ଲାଗି -୭୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ ହେଉଥିବାରୁ ତାହା ଏକ ବଡ଼ ଚ୍ୟାଲେଞ୍ଜ। ଏଭଳି ତାପମାତ୍ରାର ବ୍ୟବସ୍ଥା କରିବା କୌଣସି ଦେଶ ପକ୍ଷେ ସହଜ ନୁହେଁ ବୋଲି ପଲ୍‌ କହିଛନ୍ତି।
ଫାଇଜର ପକ୍ଷରୁ କୁହାଯାଇଛି ଯେ, ୧୭୦ କରୋନା ରୋଗୀଙ୍କୁ ବିଏନ୍‌ଟି୧୬୨ବି୨ ଟିକାର ପ୍ରଥମ ଡୋଜ୍‌ ଦିଆଯିବାର ୨୮ ଦିନ ପରେ ଏହାର ପ୍ରଭାବ ଅନୁଧ୍ୟାନ କରାଯାଇଥିଲା। ଉକ୍ତ ପରୀକ୍ଷାରୁ ଟିକା ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା ସ୍ପଷ୍ଟ ହୋଇଛି। ଜରୁରୀ ବ୍ୟବହାର ସ୍ବୀକୃତି (ଇୟୁଏ) ଲାଗି ଆମେରିକା ଏଫ୍‌ଡିଏ ଆବଶ୍ୟକ କରୁଥିବା ସୁରକ୍ଷା ମାଇଲଖୁଣ୍ଟକୁ ଏହା ହାସଲ କରିପାରିଥିବା ଫାଇଜର କହିଛି। ଇୟୁଏ ପାଇଁ କମ୍ପାନୀ ଏଫ୍‌ଡିଏ ନିକଟରେ ଖୁବ୍‌ଶୀଘ୍ର ଆବେଦନ କରିବାକୁ ଯୋଜନା ରଖିଛି। କରୋନା ମହାମାରୀର ଅନ୍ତ ଘଟାଇବାରେ ଏହି ଟିକା ସହାୟକ ହେବ ବୋଲି ଫାଇଜର ସିଇଓ ଆଲବର୍ଟ ବୌର୍ଲା କହିଛନ୍ତି। ପୂର୍ବରୁ କମ୍ପାନୀ ପକ୍ଷରୁ ଟିକାର ପ୍ରାରମ୍ଭିକ ଫଳାଫଳରେ ୯୦ ପ୍ରତିଶତ ସଫଳତା ମିଳିଥିବା ଘୋଷଣା କରାଯାଇଥିଲା।
କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବାବେଳେ ଏହାର ସଫଳତାକୁ ନେଇ ବିଭିନ୍ନ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମଡର୍ନା ପ୍ରସ୍ତୁତ ଟିକା ୯୪.୫ ପ୍ରତିଶତ ସଫଳ ବୋଲି ମାସାଚୁସେଟ୍ସର ବାୟୋଟେକ୍‌ କମ୍ପାନୀ ପକ୍ଷରୁ ଗତ ସୋମବାର ଘୋଷଣା କରାଯାଇଥିଲା। ୩୦ ହଜାର ଲୋକଙ୍କ ଉପରେ ପରୀକ୍ଷା କରାଯିବା ପରେ ଫଳାଫଳ ସାମ୍‌ନାକୁ ଆସିଥିବା କମ୍ପାନୀ କହିଥିଲା। ସେପଟେ ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ୍‌-ଭି ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପ୍ରାରମ୍ଭିକ ଫଳାଫଳ ଅନୁଯାୟୀ ଏହା ୯୨ ପ୍ରତିଶତ ସଫଳ ବୋଲି ମସ୍କୋ ପକ୍ଷରୁ କୁହାଯାଇଥିଲା। ଚାଇନା ମଧ୍ୟ ଏହାର ଟିକା ଫଳପ୍ରଦ ବୋଲି ବୁଧବାର ଦାବି କରିଛି। ଏହାର କରୋନାଭାକ୍‌ ପ୍ରାରମ୍ଭିକ ପରୀକ୍ଷାରେ ନିରାପଦ ସାବ୍ୟସ୍ତ ହୋଇଛି। ପରୀକ୍ଷାରେ ସାମିଲ ହୋଇଥିବା ୧୮ରୁ ୫୯ ବର୍ଷ ବୟସର ସ୍ବେଚ୍ଛାସେବୀଙ୍କଠାରେ ଏହା ଆଣ୍ଟିବଡି ପ୍ରସ୍ତୁତ କରିବାରେ ସଫଳ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ୧୪ ଦିନ ବ୍ୟବଧାନରେ ଟିକାର ଦୁଇଟି ଡୋଜ୍‌ ଦିଆଯାଇଥିଲା ଓ ୨୮ ଦିନରେ ଫଳାଫଳ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri