ପୁଣି ବଢ଼ିବ ପେଟ୍ରୋଲ ଦର

ଇସଲାମାବାଦ,୧୫ା୪: ପାକିସ୍ତାନରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଲୋକଙ୍କ ଉପରେ ଭାର ବଢ଼ିବାକୁ ଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଆସନ୍ତା ଦୁଇ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦-୧୪ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି। ଏନେଇ ଶନିବାର ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ହେତୁ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବଢ଼ିପାରେ। ପେଟ୍ରୋଲର ବର୍ତ୍ତମାନର ଏକ୍ସ-ଡିପୋ ମୂଲ୍ୟ ଲିଟର ପିଛା ୨୭୨ଟଙ୍କା। ଯାହା ଲିଟର ପିଛା ୨୮୬.୭୭ ଟଙ୍କାକୁ ବୃଦ୍ଧି କରାଯାଇପାରେ।

ଆଶା କରାଯାଉଥିବା ପେଟ୍ରୋଲ ବୃଦ୍ଧି ବର୍ତ୍ତମାନର ଟିକସ ହାର ଉପରେ ଆଧାରିତ। ପେଟ୍ରୋଲ ଉପରେ ସରକାର ଲିଟର ପିଛା ୫୦ ପାକିସ୍ତାନୀ ଟଙ୍କା ଆଦାୟ କରୁଛନ୍ତି। ବର୍ତ୍ତମାନ ଯେତେବେଳେ ଦେଶ ଅର୍ଥନୈତିକସଙ୍କଟର ସମ୍ମୁଖୀନ ହେଉଛି, ଏଭଳି ପରିସ୍ଥିତିରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ସହିତ ପାକିସ୍ତାନ ସରକାର ମଧ୍ୟ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ମିଳିଥିବା ସହାୟତା ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା…

ସୀମା ବିବାଦ ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାର୍ଗ ଆପଣେଇବେ ଭାରତ-ଚାଇନା

ନୂଆଦିଲ୍ଲୀ, ୮।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମାକୁ ନେଇ ରହିଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ଜାରି ରଖିବାକୁ ଉଭୟ…

ଜନ୍ମଗତ ନାଗରିକତ୍ୱ ସୀମିତ କରିବାକୁ ନିର୍ଦ୍ଦେଶନାମାରେ ସ୍ବାକ୍ଷର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮ା୮: ଆମେରିକା ସୁପ୍ରିମକୋର୍ଟଙ୍କ ରାୟର କିଛି ସପ୍ତାହ ପରେ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍‌ ବାର୍ଥ ଟ୍ୟୁରିଜମ୍‌ ବା ଜନ୍ମ ପର୍ଯ୍ୟଟନ ଉପରେ ରୋକ ଲଗାଇବା ଏବଂ ଜନ୍ମଗତ…

ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ: ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୮ା୮(ପି.ଟି.):ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ…

ଦାୟିତ୍ୱରେ ଅବହେଳା ପଡ଼ିଲା ମହଙ୍ଗା:ଫାଣ୍ଡି ଅଧିକାରୀ ନିଲମ୍ବିତ

ଲୋଇସିଂହା,୮ା୮(ସୁଶାନ୍ତ ବାରିକ):ଦାୟିତ୍ୱରେ ଅବହେଳା କରିବା ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri