ପେଟ୍ରୋଲ,ଡିଜେଲ ମାର୍କେଟିଂ ନିୟମ ସରଳ ହେଲା

ନୂଆଦିଲ୍ଲୀ,୬।୮: ପେଟ୍ରୋଲ ଏବଂ ଡିଜେଲ ମାର୍କେଟିଂ କ୍ଷେତ୍ରରେ ଅଧିକ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଲାଗି ସରକାର ନିୟମକୁ ସରଳ କରିଥିବା ଜଣାପଡିଛି। ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ରିଟେଲ କାରବାରକୁ ପ୍ରବେଶ କରିବାକୁ କମ୍ପାନୀଗୁଡିକୁ ଅତି କମ୍‌ରେ ୧୦୦ ରିଟେଲ ଆଉଟଲେଟ ସ୍ଥାପନ କରିବାକୁ ପଡିବ। ନୂଆ ଗାଇଡ୍‌ଲାଇନ ମୁତାବକ କମ୍ପାନୀଗୁଡିକ ସିଧାସଳଖ ଏ ଦିଗରେ ମନ୍ତ୍ରଣାଳୟରେ ଆବେଦନ କରିପାରିବେ। ଏହା ସହ କମ୍ପାନୀଗୁଡିକ ନେଟ୍‌ଓର୍ଥ ବା ସମ୍ପତ୍ତି ୨୫୦ କୋଟି ଟଙ୍କା ହୋଇଥିବା ଆବଶ୍ୟକ। ପରିବର୍ତ୍ତିତ ନିୟମ ଦ୍ୱାରା ଦେଶ ମଧ୍ୟରେ ଇନ୍ଧନ ମାର୍କେଟିଂ ସହଜ ହେବ ବୋଲି ସରକାର କହିଛନ୍ତି। ଘରୋଇ କ୍ଷେତ୍ର ସମେତ ବିଦେଶୀ କମ୍ପାନୀଗୁଡିକ ବର୍ତ୍ତମାନ ଇନ୍ଧନର ବହୁଳ କିମ୍ବା ରିଟେଲ ମାର୍କେଟିଂ କରିପାରିବେ। ଏ କ୍ଷେତ୍ରରେ ରିଟେଲ ନେଟ୍‌ଓ୍ବର୍କକୁ ବଢାଇବା ଏବଂ ବିକଳ୍ପ ଇନ୍ଧନ ବ୍ୟବହାରକୁ ଉତ୍ସାହିତ କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏଭଳି ବିଭିନ୍ନ ଯୋଜନା ଦ୍ୱାରା ଗ୍ରାହକଙ୍କୁ ଗୁଣବତ୍ତା ସେବା ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଡିଜେଲର ବିପଣନ କାମ କେବଳ ଅଧିକାଂଶ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ କରୁଥିଲେ। ଏଥିରେ ଇଣ୍ଡିଆନ ଅଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ, ଏନ୍‌ଆର୍‌ଏଲ୍‌, ଏମ୍‌ଆର୍‌ପିଏଲ୍‌, ବିଓଆର୍‌ଏଲ୍‌ , ରିଲାଏନ୍ସ, ଏସାର ଏବଂ ସେଲ୍‌ ଭଳି କିଛି ମାତ୍ର କମ୍ପାନୀ ରହିଥିଲେ। ଗ୍ରାମାଞ୍ଚଳରେ ରିଟେଲ ନେଟ୍‌ଓ୍ବର୍କକୁ ବଢାଇବା ଲାଗି ସରକାର କାର୍ଯ୍ୟ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri