Posted inଖେଳ

ନୂଆ ଟାଇଟଲ ସ୍ପୋନ୍ସର ସନ୍ଧାନ ପ୍ରସଙ୍ଗ: ବିସିସିଆଇ ଆଗରେ ଚ୍ୟାଲେଞ୍ଜ

ମୁମ୍ବାଇ,୬।୮: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୩ତମ ସଂସ୍କରଣରେ ଟାଇଟଲ ପ୍ରାୟୋଜକ ତଥା ଚାଇନା ମୋବାଇଲ୍‌ କମ୍ପାନୀ ଭିଭୋ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରସ୍ପରଠାରୁ ଅଲଗା ଓ ଚୁକ୍ତିରୁ ଓହଯିବା ପାଇଁ ମିଳିତଭାବେ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆଇପିଏଲ୍‌ ଟାଇଟଲ ପ୍ରାୟୋଜନରୁ ଭିଭୋ ଓହରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ବର୍ତ୍ତମାନ ନୂଆ ପ୍ରାୟୋଜକ ସନ୍ଧାନ ଏବେ ବିସିସିଆଇ ସମ୍ମୁଖୀରେ ଏକ ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି।
୨୦୧୭ ଆଇପିଏଲ୍‌ରେ ଭିଭୋ ବିସିସିଆଇ ସହିତ ଚୁକ୍ତି କରିଥିଲା। ୨,୧୯୯ କୋଟି ଟଙ୍କା ବିନିମୟରେ ଭିଭୋ ୫ ବର୍ଷ ପାଇଁ ବିଡ୍‌ ଜିତିଥିଲା। ଟୁର୍ନାମେଣ୍ଟର ଟାଇଟଲ ରାଇଟ୍ସ ପାଇଁ ଭିଭୋ ପ୍ରତିବର୍ଷ ପାଖାପାଖି ୪୪୦ କୋଟି ଟଙ୍କ ପ୍ରଦାନ କରୁଥିଲା। ବର୍ତ୍ତମାନ ଭିଭୋ ଚୁକ୍ତିରୁ ଓହରିଯିବା ଫଳରେ ବିସିସିଆଇ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ସାରା ଦେଶ ତଥା ବିଶ୍ୱରେ ଏବେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଅର୍ଥିକ ସଙ୍କଟ ସୃଷ୍ଟି ହୋଇଛି ଓ ବଜାରରେ ମାନ୍ଦାବସ୍ଥା ଚରମସୀମାରେ ପହଞ୍ଚିଛି। ଆଉ ମାତ୍ର ୪୫ ଦିନ ପରେ ଆଇପିଏଲ୍‌ ଆରମ୍ଭ ହେବ। ଏପରିସ୍ଥଳେ ହାତରେ ମଧ୍ୟ କମ୍‌ ସମୟ ରହିଛି। ଏବେ ସମାଧାନ ପନ୍ଥା ବାହାର କରିବା ପାଇଁ ବିସିସିଆଇ ବିଭିନ୍ନ ହିତଧାରକ ଓ ଶିଳ୍ପସଂସ୍ଥା ସହ ଆଲୋଚନା କରିବା ଆରମ୍ଭ କରିବ ବୋଲି କହିଛି।
ଭିଭୋ ଓହରିବା ପରେ ଭାରତୀୟ କ୍ରିକେଟ ଜଗତରେ ସମସ୍ୟା ସୃଷ୍ଟି ହୋଇଛି। ଭିଭୋ ପ୍ରତିବର୍ଷ ଦେଉଥିବା ୪୪୦ କୋଟି ଟଙ୍କା ବିସିସିଆଇ ଓ ଫ୍ରଞ୍ଚାଇଜ୍‌ଙ୍କ ମଧ୍ୟରେ ଭାଗ ହେଉଥିଲା। ବିସିସିଆଇ ୨୨୦ କୋଟି ହାସଲ କରୁଥିଲା। ସେହିପରି ୮ଟି ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ ବାକି ୨୨୦ କୋଟି ଟଙ୍କା ଭାଗ ହେଉଥିଲା। ଫଳରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ପାଖାପାଖି ୨୮ କୋଟି ଟଙ୍କା ହାସଲ କରୁଥିଲେ। କିନ୍ତୁ ଭିଭୋ ଓହରିବା ପରେ ଫ୍ରାଞ୍ଚାଇଜ୍‌ଗୁଡିକ ଲାଭବାନ ହୋଇପାରିବେନି। ଫଳରେ ଫ୍ରଞ୍ଚାଇଜ୍‌ଗୁଡିକ ଆଇପିଏଲ୍‌ଠାରୁ କ୍ଷତିପୂରଣ ଦାବି କରିବେ। ପୁଣି ଫ୍ରଞ୍ଚାଇଜ୍‌ଗୁଡିକ ୫୦ କୋଟି ଟଙ୍କା ଅର୍ଥିକ କ୍ଷତି ସହିବେ ବୋଲି ବିସିସିଆଇ ମଧ୍ୟ ସ୍ବୀକାର କରିଛି।
ଅନ୍ୟପଟେ ଆଇପିଏଲ ଆୟୋଜନ ନ ହୋଇଥିଲେ କିଛି ମିଳି ନ ଥାନ୍ତା। ଯେହେତୁ ଟୁର୍ନାମେଣ୍ଟ ଆୟୋଜନ ହେଉଛି କିଛି ଅର୍ଥ ମିଳିବା ନିଶ୍ଚିତ। ଆଦୌ ନ ମିଳିବା ଅପେକ୍ଷା କିଛି ମିଳିବା ଶ୍ରେୟସ୍କର ବୋଲି ଧରି ନେବାକୁ ହେବ। ବିସିସିଆଇ ମଧ୍ୟ ନୂଆ ପ୍ରାୟୋଜକ ସନ୍ଧାନରେ ରହିଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନୂଆ ପ୍ରାୟୋଜକଙ୍କଠାରୁ ଭିଭୋ ଭଳି ଅର୍ଥ ନ ମିଳିବା ନିଶ୍ଚିତ। କିନ୍ତୁ ଅତିକମ୍‌ରେ ଏହାର ୫୦ ପ୍ରତିଶତ ଅର୍ଥ ମିଳି ପାରିବ ବୋଲି ଆଶା କରାଯାଉଛି। ଏଭଳି ସ୍ଥିତିରେ କିଛି ଆକଳନ କରିବା ମଧ୍ୟ ଠିକ୍‌ ନୁହେଁ। ବିସିସିଆଇ ସମ୍ମୁଖରେ ଏକାଧିକ ଚ୍ୟାଲେଞ୍ଜ୍‌ ଥିଲେଣ ମଧ୍ୟ ଆଗାମୀ ୪୮ ଘଣ୍ଟ ମଧ୍ୟରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଅଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri