ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟିଆ ପାଳକ ସମ୍ମିଳନୀ ପକ୍ଷରୁ ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ରେଭିନ୍ୟୁ ପଡ଼ିଆଠାରୁ କଳାନିକେତନ ଛକ ଦେଇ ଜଗନ୍ନାଥ ମନ୍ଦିର ଓ ସହର ମଧ୍ୟ ଦେଇ ଜାତୀୟ ରାଜପଥ ପରିକ୍ରମା କରି କୋରାପୁଟ ଜିଲା କାର୍ଯ୍ୟାଳୟଠାରେ ପହଞ୍ଚି ଏକ ସ୍ମାରକପତ୍ର ରାଷ୍ଟ୍ରପତି ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ରରେ ମଣିପୁରରେ ତାଡିତ ଓ ଦୁଃଖିତ ପରିବାର ସହିତ ସଦ୍‌ଭାବନା ଓ ସଂହତି ପ୍ରଦର୍ଶନ ପୂର୍ବକ ଠିଆ ହୋଇ ସେମାନଙ୍କର ସୁରକ୍ଷା ଓ ପୁନଃ ବସତି ଓ ପୁନଃ ମିଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ପୁଣି ଭାରତର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଘଟୁଥିବା ଅନ୍ୟାନ୍ୟ ତଥା ଉପାସନା ଗୃହର ଭଙ୍ଗାରୁଜା ଧର୍ମାନ୍ତରୀକରଣ ଆଇନ ଅପବ୍ୟବହାର ବିରୋଧରେ ଓ ସଂଖ୍ୟା ଲଘୁ କମିଶନ ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ। ଏହି ଶୋଭାଯାତ୍ରାକୁ କୋରାପୁଟିଆ ପାଳକ ସମ୍ମିଳନୀର ଚେୟାରମ୍ୟାନ୍‌ ଖ୍ରୀଷ୍ଟଦାନ ଟାକ୍ରି, ଉପସଭାପତି ଦାନିୟେଲ ଖରା, ସାଧାରଣ ସମ୍ପାଦକ ହେମ ପ୍ରସାଦ ଦାସ ଏବଂ ଜଇଲୁମ ବିଷୋପ, ବିଧାନ ନାୟକ ଏବଂ ବିଭିନ୍ନ ମଣ୍ଡଳୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି ସମ୍ମିଳନୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ଯେ, ଖ୍ରୀଷ୍ଟିଆନମାନଙ୍କ ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିକାଶ ଓ ମଙ୍ଗଳ ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ ଓ ସଂଖ୍ୟାଲଘୁ କମିଶନ ବା ସ୍ଥାୟୀ ସଂଖ୍ୟାଲଘୁ କମିଶନ ଶୀଘ୍ର ଗଠନ କରି ଏହି ସମାଜର ତଥା ଅନ୍ୟାନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ମୁସଲମାନ,ବୌଦ୍ଧ, ଶିଖ୍‌, ଜୈନମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଦଳିତ ଖ୍ରୀଷ୍ଟିଆନମାନଙ୍କର ପୁନରୁଦ୍ଧାର ଏବଂ ନୂତନ ବିକାଶ ଯୋଜନା ଓ ବ୍ୟବସ୍ଥା ଲାଗୁ କରିବେ। ଏହି କାର୍ଯ୍ୟକ୍ରମରେ ଏମ୍‌ପି ସପ୍ତଗିରି ଉଲାକା, କୋରାପୁଟ କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ,ବରିଷ୍ଠ କଂଗ୍ରେସ ନେତା ବାବୁଲା, ନମିତା ମାଝିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲାରୁ ହଜାରରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ…

ରାସ୍ତାରୋକୋ କଲେ ଚାଷୀ, ଘଟଣାସ୍ଥଳରେ ପୋଲିସ: ଏହି କାରଣକୁ ନେଇ ତାତିଲେ….

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା କାରଣରୁ ଚାଷୀମାନେ ବୁଧବାର ପ୍ରତିବାଦ ଏବଂ ରାସ୍ତାରୋକୋ…

ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଶୁଭାରମ୍ଭ କଲେ ବିଧାୟକ, ସ୍ଲୋଗାନରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୨।୮(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l…

ଗୋପାଳଙ୍କୁ ନିର୍ମମ ହତ୍ୟା: ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ରୋଡ଼ରୁ ମିଳିଲା ଜୁଡ଼ୁବୁଡ଼ୁ ମୃତଦେହ

ସମ୍ବଲପୁର,୧୨।୮(ପ୍ରମୋଦ ବହିଦାର): ଟାଉନ ଥାନା ଅନ୍ତର୍ଗତ ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ଫିସେରୀ ରୋଡ଼ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri