ବ୍ୟକ୍ତିତ୍ୱ ଆକଳନ

ଆମେ ସାଧାରଣତଃ ସ୍ଥାନ, କାଳ ଓ ପାତ୍ରର ସୀମା ଭିତରେ ହିଁ ଯେ କୌଣସି ବିଷୟ ବୁଝିବା ପାଇଁ ଚେଷ୍ଟା କରିଥାଉ। ଏହିସବୁକୁ ଆଧାର କରି ଆମେ ବିଭିନ୍ନ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱକୁ ଆକଳନ କରୁ। ବେଳେବେଳେ ଜଣକର ଚେହେରା, କଥାବାର୍ତ୍ତା ଓ ଆଚରଣକୁ ଭିତ୍ତିକରି ତା’ ସମ୍ପର୍କରେ ବିଭିନ୍ନ ଧାରଣା କରିଥାଉ। ମାତ୍ର ସେସବୁ ଧାରଣା ବେଳେବେଳେ ଭ୍ରମାମତ୍କ ହୋଇପାରେ। ଜଣେ ଶାନ୍ତ ସୌମ୍ୟ ଦେଖାଯାଇପାରେ, ମାତ୍ର ଅନ୍ତରରେ ହୋଇପାରେ କ୍ରୂର ଓ ଭୟଙ୍କର। ଠିକ୍‌ ସେହିପରି ଜଣେ ଭୟଙ୍କର ଦେଖାଯାଇପାରେ, ମାତ୍ର ହୃଦୟରେ ହୋଇଥାଇପାରେ କୋମଳ ଓ ଦୟାର୍ଦ୍ର। ଏଣୁ ବିଶିଷ୍ଟ ନାଟ୍ୟକାର ସେକ୍ସପିଅର କହିଥିଲେ, ”All that glitters is not gold“ ଅର୍ଥାତ୍‌ ସୁନା ଚକ୍‌ଚକ୍‌୍‌ କରେ, ମାତ୍ର ଯାହା କିଛି ଚକ୍‌ଚକ୍‌ କରେ ସେସବୁ ସୁନା ନୁହେଁ। ଏଣୁ କୌଣସି ବ୍ୟକ୍ତିର ଚରିତ୍ର ଆକଳନ କଲାବେଳେ ଆମେ ହଠାତ୍‌ କୌଣସି ଉପସଂହାରରେ ପହଞ୍ଚିବା ଠିକ୍‌ ନୁହେଁ। ତାକୁ ଠିକ୍‌ ଭାବରେ ବୁଝିବା ପାଇଁ ତା’ର ବ୍ୟକ୍ତିତ୍ୱର ଏକ ନିର୍ଦ୍ଦିଷ୍ଟ ଦିଗକୁ ବା ସୀମିତ ସମୟର ଆଚରଣକୁ ତର୍ଜମା ନ କରି ତା’ର ବ୍ୟକ୍ତିତ୍ୱର ‘ସମଗ୍ର’କୁ ବିଶ୍ଳେଷଣ କରିବାକୁ ହେବ। ଏହି ପ୍ରସଙ୍ଗରେ ବିଶିଷ୍ଟ ଲେଖକ ମନୋଜ ଦାସ ତାଙ୍କର ଏକ ଆଲେଖ୍ୟରେ ଏକ ଘଟଣାକୁ ମନେ ପକାଇଦେଇଥିଲେ।
ଜଣେ ସମ୍ଭ୍ରାନ୍ତ ଯୁବକଙ୍କ ଜୀବନର କଥା। ସେ ଚାକିରି କରୁଥିଲେ। ଅଫିସରୁ ତାଙ୍କର କିଛି ପ୍ରାପ୍ୟ ମିଳିବାରେ ଅହେତୁକ ବିଳମ୍ବ ହେବାରୁ ସେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଚିଠିଦ୍ୱାରା ଜଣାଇଥିଲେ। ତା’ ସତ୍ତ୍ୱେ ବିଳମ୍ବ ହୁଅନ୍ତେ ସେ ସେହି ସାହେବଙ୍କୁ ସାକ୍ଷାତ କରିବାକୁ ଚାହିଁଲେ। ଅଫିସରେ ପହଞ୍ଚି ଦେଖିଲେ ସାହେବଙ୍କ କୋଠରି ସମ୍ମୁଖରେ ଅର୍ଦ୍ଦଳି ନାହାନ୍ତି। ଅନେକ ସମୟ ଅପେକ୍ଷା କଲାପରେ ଅର୍ଦ୍ଦଳି ନ ଆସିବାରୁ ସେ ସାହେବଙ୍କ କୋଠରି ଭିତରକୁ ପଶିଗଲେ। ଅବଶ୍ୟ ସାହେବଙ୍କ ସହ ତାଙ୍କର ପୂର୍ବରୁ ପରିଚିତି ଥିଲା। ଯୁବକଜଣକ ସାହେବଙ୍କୁ ନମସ୍କାର କରି ତାଙ୍କ ଦୃଷ୍ଟି ଆକର୍ଷଣ କଲେ। ସାହେବ ତାଙ୍କ ମୁହଁ ଟିକିଏ ଉପରକୁ ଉଠାଇ ତାଙ୍କୁ ଅନାଇଲେ, କିନ୍ତୁ ନୀରବ ରହିଲେ। ଯୁବକଜଣକ ଅନେକ ସମୟ ଠିଆହୋଇ ରହିବା ପରେ ମଧ୍ୟ ହାକିମ୍‌ କିଛି ନ ପଚାରନ୍ତେ ଯୁବକ ଜଣକ ବାଧ୍ୟ ହୋଇ କହିଲେ, ”ଆଜ୍ଞା! ମୋର କିଛି ପ୍ରାପ୍ୟ ପାଇ ନ ଥିବାରୁ ମୁଁ ଆପଣଙ୍କୁ ଏକ ନିବେଦନ ପତ୍ର ଦେଇଥିଲି। ଆପଣ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ତା’ସତ୍ତ୍ୱେ ଆପଣଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିଁ।“ ସାହେବ ମୁଣ୍ଡ ଉଠାଇ ଅନ୍ୟମନସ୍କ ଭାବରେ ପଚାରିଲେ, ”କ’ଣ କହିଲେ?“ ଯୁବକ ଜଣକ ତାଙ୍କ ବକ୍ତବ୍ୟର ପୁନରାବୃତ୍ତି କଲେ। ପୁଣି ସାହେବ ପୂର୍ବବତ୍‌ ନୀରବ ରହନ୍ତେ ଯୁବକଜଣକ ମନେ ମନେ ଭୀଷଣ ରାଗିଗଲେ। ସେ ସାହେବଙ୍କ ଏପରି ଆଚରଣକୁ ଅସୌଜନ୍ୟମୂଳକ ଭାବିନେଲେ। ସେ ଧରିନେଇଗଲେ ସାହେବ ଜଣକ ହେଉଛନ୍ତି ଅଭଦ୍ର। ଶେଷରେ ”ଠିକ୍‌ ଅଛି, ମୁଁ ଯାଉଛି“ କହି ଅଫିସରୁ ରାଗିଯାଇ ବାହାରି ଆସିଲେ। ସେ ଫେରିଯାଉଥିବାବେଳେ ଫାଟକରେ ସାହେବଙ୍କ ଅର୍ଦ୍ଦଳି ସହ ଦେଖାହେଲା। ଅର୍ଦ୍ଦଳି ଜଣକ ପଚାରିଲା, ”ବାବୁ, ଆପଣ ସାହେବଙ୍କ କୋଠରି ଭିତରୁ ବାହାରି ଆସିବାର ମୁଁ ଦେଖିଲି। ସାହେବ କଥାବାର୍ତ୍ତା କଲେ?“ ଯୁବକ ଜଣକ କହିଲେ, ”ତୁମ ସାହେବଙ୍କ ସାଧାରଣ ସୌଜନ୍ୟବୋଧ ନାହିଁ। ସେ ମୂକ ପାଲଟି ଯାଇଛନ୍ତି।“ ଅର୍ଦ୍ଦଳି କହିଲା, ”ବାବୁ, ଆପଣ ଭୁଲ୍‌ ବୁଝିଛନ୍ତି। ଆଜି ସକାଳେ ତାଙ୍କର ଏକମାତ୍ର ପୁଅର ଅକାଳ ମୃତ୍ୟୁ ଘଟିଛି। ସେଥିପାଇଁ……।“ ଯୁବକ ଜଣକ ସ୍ତବ୍ଧ ହେଲେ ଓ ତାଙ୍କ ଭୁଲ୍‌ଧାରଣା ପାଇଁ ଦୁଃଖିତ କହି ଚାଲିଗଲେ। ଯଦି ସେହି ଅର୍ଦ୍ଦଳି ସହ ଯୁବକର ସାକ୍ଷାତ ହୋଇ ନ ଥାନ୍ତା, ସେ ଧରିନେଇଥାନ୍ତେ ସାହେବ ଜଣେ ଅଭଦ୍ର ଓ ଅହଙ୍କାରୀ ବ୍ୟକ୍ତି। ଏକ ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟ ଉପରେ ପର୍ଯ୍ୟବସିତ ତାଙ୍କ ଧାରଣା ସମ୍ପୂର୍ଣ୍ଣ ଭୁଲ୍‌ ଥିଲା। ପ୍ରକୃତରେ ସେ ଥିଲେ ଉଦାର ଓ ସହୃଦୟ ବ୍ୟକ୍ତି। ପୁତ୍ର ମୃତ୍ୟୁଜନିତ ଦୁଃଖରେ ସେ ନିର୍ବାକ ହୋଇଯାଇଥିଲେ। ଏଣୁ କୌଣସି ବ୍ୟକ୍ତିର ସାମୟିକ ଚାଲିଚଳନ, କଥାବାର୍ତ୍ତା ଓ ଚେହେରା ଆଦିକୁ ଭିତ୍ତିକରି ତା’ର ବ୍ୟକ୍ତିତ୍ୱର ଆକଳନ କରିବା ଠିକ୍‌ ନୁହେଁ।
ଯେତେବେଳେ ଆମେ ଜଣେ ବ୍ୟକ୍ତି ବିଷୟରେ କୌଣସି ଧାରଣା କରୁ ଆମେ ତା’ର ଚେହେରା, ହାବଭାବ, କଥାବାର୍ତ୍ତା ଆଦିକୁ ପ୍ରାଥମିକ ଉପାଦାନ ଭାବରେ ବିଚାର କରୁ। ସେହି ଚେହେରା ବା ସେହି କଣ୍ଠସ୍ବର ଯଦି ଆମ ସ୍ମୃତିରେ ଆଉ କାହାରି ସହ ସାମଞ୍ଜସ୍ୟ ରକ୍ଷା କରୁଥିବ ସେହି ବ୍ୟକ୍ତି ସମ୍ପର୍କରେ ଆମର ଯାହା ଧାରଣା ଥିଲା ତାହା ବର୍ତ୍ତମାନର ବ୍ୟକ୍ତି ସମ୍ପର୍କରେ ଆମ ଧାରଣାକୁ ପ୍ରଭାବିତ କରିବ। କିନ୍ତୁ ତାହା ଠିକ୍‌ ହୋଇ ନ ପାରେ। ଆମ ଭିତରେ ଶ୍ରଦ୍ଧା ଉଦ୍ରେକ କରୁଥିବା ଜଣେ ବ୍ୟକ୍ତି ଆଉ ଜଣକ ଭିତରେ ଘୃଣା ଉଦ୍ରେକ କରିପାରେ। ଏହି ପ୍ରସଙ୍ଗରେ କେହି ଜଣେ ଚିନ୍ତାନାୟକ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଯେତେବେଳେ ତିନିଜଣ ଲୋକ ଏକତ୍ର ହୁଅନ୍ତି, ସେତେବେଳେ ତହିଁ ନଅ ଜଣ ଉପସ୍ଥିତ ଥାନ୍ତି। ପ୍ରଥମ ତିନିଜଣ ହେଲେ ପ୍ରତ୍ୟେକଙ୍କ ସମ୍ପର୍କରେ ଅନ୍ୟ ଦୁଇଜଣଙ୍କର ଧାରଣାସମ୍ଭୂତ ବ୍ୟକ୍ତି। ଦ୍ୱିତୀୟ ତିନିଜଣ ହେଲେ ନିଜ ନିଜ ସମ୍ପର୍କରେ ପ୍ରତ୍ୟେକଙ୍କ ଧାରଣାସମ୍ଭୂତ ବ୍ୟକ୍ତି। ଶେଷ ତିନିଜଣ ହେଲେ ପ୍ରକୃତରେ ସେମାନେ ଯାହା। ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିକୁ ଭିତ୍ତିକରି କାହାରି ବ୍ୟକ୍ତିତ୍ୱ ଆକଳନ କରିବା କଷ୍ଟକର ବ୍ୟାପାର। ଏହାର କାରଣ ଜୀବନର ବିବିଧ ଅଭିଜ୍ଞତା ଭିତରେ ପ୍ରତ୍ୟେକ ବ୍ୟକ୍ତି ତା’ ଚେତନାରେ ବିକଶିତ ହେଉଥାଏ।
ମଣିଷ ମାତ୍ରେ ଉଭୟ ସୁଗୁଣ ଓ ଦୁର୍ଗୁଣର ସମାହାର। କେହି ସମ୍ପୂର୍ଣ୍ଣ ଦୋଷଶୂନ୍ୟ ନୁହନ୍ତି। ଏଣୁ ଆମେ ଅନ୍ୟ ସମ୍ପର୍କରେ କିଛି କହିବାବେଳେ ଏକ ବାସ୍ତବ ଦୃଷ୍ଟିକୋଣ ପୋଷଣ କରିବା ଉଚିତ। ଏହି ଦୃଷ୍ଟିକୋଣ ଉଭୟ ଅସ୍ତିସୂଚକ ଓ ନାସ୍ତିସୂଚକ ଦୃଷ୍ଟିଭଙ୍ଗୀଠୁ ଭିନ୍ନ। ଜଣେ ବ୍ୟକ୍ତିର ଅନେକ ଦୋଷ ଦୁର୍ବଳତା ଥାଇପାରେ। ଆମେ ତାକୁ ନକାରାମତ୍କ ଦୃଷ୍ଟିରେ ନ ଦେଖି ଯଦି ଭାବିବା ଯେ ସେ କୌଣସି ପରିସ୍ଥିତିର ଚାପରେ ପଡି ହୁଏତ କିଛି ଅପ୍ରତ୍ୟାଶିତ କୁକର୍ମ କରିଥାଇପାରେ, ତେବେ ତାହା ହେବ ବାସ୍ତବଧର୍ମୀ ଦୃଷ୍ଟିକୋଣ। ଧରିନିଆଯାଉ ମୁଁ ଜଣେ ନୂଆ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲି। କ୍ରମେ ତାଙ୍କ ସହ ମୋର ସମ୍ପର୍କ ବଢିଲା ଓ ମୁଁ ତାଙ୍କୁ ଜଣେ ବିଶ୍ୱସ୍ତ ବ୍ୟକ୍ତି ଭାବିଲି। ଯଦି ପରବର୍ତ୍ତୀ ସମୟରେ ସେ ଦୈବାତ୍‌ ମୋ ପ୍ରତି ବିଶ୍ୱାସଘାତକତା କରେ ମୁଁ ଭାଙ୍ଗିପଡ଼ିବି। ସେ ନିର୍ଭରଯୋଗ୍ୟ ହୋଇପାରେ, ସେ ବିଶ୍ୱସ୍ତ ହୋଇପାରେ, ପ୍ରତାରଣା ମଧ୍ୟ କରିପାରେ- ଏଭଳି ସମସ୍ତ ସମ୍ଭାବନା ସମ୍ବଳିତ ଦୃଷ୍ଟିଭଙ୍ଗୀ ନେଇ ଯଦି ମୁଁ ତା’ ସଙ୍ଗେ ସମ୍ପର୍କ ରଖେ ଓ ସେ ଯଦି ପ୍ରତାରଣା କରେ ମୁଁ ହତାଶ ହେବି ନାହିଁ। ଏହା ହିଁ ବାସ୍ତବ ଦୃଷ୍ଟିଭଙ୍ଗୀ, କାରଣ କୌଣସି ବ୍ୟକ୍ତିର ସମଗ୍ରକୁ ଯଥାର୍ଥ ଭାବରେ ବୁଝିବା ସମ୍ଭବ ନୁହେଁ। ନକାରାମତ୍କ ଦୃଷ୍ଟିଭଙ୍ଗୀ ଆମଭିତରେ ମଣିଷ ପ୍ରତି ଅନାସ୍ଥାଭାବ ବିକଶିତ କରିବ; ତଦ୍ଦ୍ବାରା ଜୀବନରେ ଶାନ୍ତି ବ୍ୟାହତ ହେବ। ଏଣୁ ବାସ୍ତବ ଦୃଷ୍ଟିଭଙ୍ଗୀ ହିଁ ଶାନ୍ତିପୂର୍ଣ୍ଣ ଜୀବନଯାପନର ସହାୟକ ହୁଏ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ
ଟିଟିଲାଗଡ
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri