ନିର୍ଯାତନା ଲାଗିରହିବ

ଶନିବାର ପୁଣି ତେଲ ଦର ବଢ଼ିଲା। ୧୨ ଦିନ ମଧ୍ୟରେ ୧୦ ଥର ବଢ଼ିଲାଣି। କିନ୍ତୁ ଗଣମାଧ୍ୟମରେ ଏହା ଅଧିକ ବିତର୍କର ବିଷୟ ହୋଇନାହିଁ। ବିରୋଧୀ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛନ୍ତି। ବେରୋଜଗାରୀ ସହ ମୁଦ୍ରାସ୍ଫୀତି ଭାରତୀୟମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ବହୁ ସର୍ଭେ ଜୋର୍‌ ଦେଇ କହିଛନ୍ତି। କିନ୍ତୁ କେତେକ କାରଣ ପାଇଁ ବର୍ତ୍ତମାନ ଏହାର କୌଣସି ଗ୍ରହଣୀୟତା ନାହିଁ କି ଲୋକେ ଏହା ଉପରେ ସ୍ବର ଉଠାଉ ନାହାନ୍ତି। ଗତ ସପ୍ତାହରେ କର୍ନାଟକରେ କଂଗ୍ରେସ କହିଥିଲା ଯେ, ଜନ ସମ୍ବନ୍ଧିତ ପ୍ରସଙ୍ଗଗୁଡ଼ିକୁ ସାମ୍ପ୍ରଦାୟିକ ତତ୍ତ୍ୱଗୁଡ଼ିକର ଅତ୍ୟଧିକ ହିଂସ୍ର ପ୍ରବୃତ୍ତି ମଧ୍ୟରେ ଉପେକ୍ଷା କରାଯାଉଛି ଓ ଏହା ହିଁ ଚିନ୍ତାର କାରଣ। କେବଳ ଉଚିତ ପ୍ରସଙ୍ଗଗୁଡ଼ିକ ଉଠାଇ ଜନ ସମର୍ଥନକୁ ଆଧାର କରି ଆମେ ଆଗକୁ ବଢିପାରିବୁ ବୋଲି କହିଥିଲା। ଏଥିରୁ ବୁଝାପଡ଼ୁଛି ଯେ, ମୂଲ୍ୟ ବୃଦ୍ଧିକୁ ବିରୋଧ କରିବା ପାଇଁ ଜନମାନସରେ କୌଣସି ଉତ୍ସାହ ପ୍ରକାଶ ପାଇ ନ ଥିଲା। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌. ଡି. କୁମାରସ୍ବାମୀ ଏହି ଘଟଣାରେ କହିଥିଲେ ଯେ, ମୋଦିଙ୍କ ଶାସନ କାଳରେ ଲୋକମାନେ ସମୃଦ୍ଧ ହୋଇଛନ୍ତି, ସେଥିପାଇର୍ଁ ସମ୍ଭବତଃ ସେମାନେ ମୂଲ୍ୟ ବୃଦ୍ଧି ବିରୋଧରେ ଆନ୍ଦୋଳନ କରୁନାହାନ୍ତି କିମ୍ବା ବେରୋଜଗାରୀ ବିରୋଧରେ ମଧ୍ୟ ସ୍ବର ଉଠାଉ ନାହାନ୍ତି। ୨୦୧୯ ନିର୍ବାଚନର ଠିକ୍‌ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ୨୦୧୮ରେ ବେରୋଜଗାରୀ ହାର ୬% ଥିଲା ଓ ଏହା ୫୦ ବର୍ଷ ମଧ୍ୟରେ ସବୁଠୁ ଅଧିକ। ତା’ପରଠାରୁ ୪ ବର୍ଷ ହେଲା ଉକ୍ତ ହାରଠାରୁ ଅଧିକ ରହିଆସିଛି; ଠିକ୍‌ ତେଲ ଓ ଇନ୍ଧନ ଗ୍ୟାସ୍‌ ମୂଲ୍ୟ ଅଧିକ ରହିବା ଭଳି ଏହାର ସ୍ଥିତି। ହେଲେ ଏହା ଏକ ରାଜନୈତିକ ପ୍ରସଙ୍ଗ ନ ହେବା ଭଳି ମନେହେଉଛି। ଲୋକଙ୍କ ସ୍ବାର୍ଥ ସମ୍ବଳିତ କିଛି ପ୍ରସଙ୍ଗ ଉପରେ ବିରୋଧୀଦଳଗୁଡ଼ିକ ଲୋକଙ୍କୁ ସଂଗଠିତ କରି ନ ପାରିବା ପଛରେ କାରଣ ରହିଛି। ମିଡିଆ ସହ ଜଡ଼ିତ ବିଷୟ ପ୍ରଥମ ବାଧକ। ଭାରତରେ ମିଡିଆର ଢାଞ୍ଚା ଏମିତି ଯେ, ଏହା ଲାଇସେନ୍ସ, ବିଜ୍ଞାପନ ଏବଂ ଅନ୍ୟସବୁ ଲାଭ ପାଇଁ ସରକାରଙ୍କ ଉପରେ ନିର୍ଭରଶୀଳ। ଭାରତୀୟ ଗଣମାଧ୍ୟମ ପ୍ରାୟତଃ କର୍ପୋରେଟଗୁଡ଼ିକ ମାଲିକାନାରେ ରହିଛି। ଏହି ସବୁ କର୍ପୋରେଟ ଦ୍ୱାରା ଅନ୍ୟ କମ୍ପାନୀ ମଧ୍ୟ ଚାଲୁଛି ଏବଂ ସେମାନେ ମିଡିଆ ସଂସ୍ଥାକୁ ସେମାନଙ୍କ ବୃହତ୍‌ ବିଜ୍‌ନେସ ସ୍ବାର୍ଥର ଏକ ଅଂଶ ଭାବେ ଦେଖୁଛନ୍ତି। ଏଥିପାଇଁ ଅଧିକାଂଶ ମିଡିଆ ସରକାରଙ୍କ ମୁଖପତ୍ର ପାଲଟିଛନ୍ତି। ଶାସକ ଦଳ କୌଣସି ଚାପର ବଶବର୍ତ୍ତୀ ନ ହେବାର ଏହା ମଧ୍ୟ ଏକ କାରଣ। ତେବେ ଏଥିତ୍ପାଇଁ ମିଡିଆ ଏକ ମାତ୍ର କାରଣ ନୁହେଁ।
ଆଉ ଏକ କାରଣ ହେଉଛି, ବିରୋଧୀ ନେତାମାନେ ଶାସକ ବିରୋଧରେ ଲୋକଙ୍କୁ ସଂଗଠିତ କରିବାରେ ଦକ୍ଷ ନୁହନ୍ତି। ଏହା ସମ୍ଭବତଃ ସତ ହୋଇପାରେ, କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ ବୋଲି କୁହାଯାଇପାରିବ ନାହିଁ। ଭାଜପା ସବୁ ରାଜ୍ୟରେ ଜିତି ନାହିଁ ଏବଂ ସରକାରରେ ତା’ର ସମ୍ପୂର୍ଣ୍ଣ ପ୍ରଭାବ ରହିଛି ବୋଲି ଦାବି କରିବା କେବେ ବି ସମ୍ଭବ ନୁହେଁ। ବିରୋଧୀଙ୍କ ପାଇଁ କିଛି ସ୍ଥାନ ଅଛି ନିଶ୍ଚୟ। କିନ୍ତୁ ସେମାନେ ସାମ୍ପ୍ରତିକ ଦର ବୃଦ୍ଧି ପ୍ରସଙ୍ଗରେ ଜନ ସମର୍ଥନ ପାଇବା ଜଣାପଡୁନାହିଁ। ପାକିସ୍ତାନରେ ଇମ୍ରାନ୍‌ ଖାନ୍‌ଙ୍କ ସରକାର ଲୋକପ୍ରିୟତା ହରାଇଛି ଏବଂ ମୁଦ୍ରାସ୍ଫୀତି କାରଣରୁ ତାହା ପତନ ହେବାକୁ ଯାଉଛି। କିନ୍ତୁ ଭାରତ ସରକାର ଲୋକପ୍ରିୟ ହୋଇ ବସିଛି। ଆସନ୍ତୁ ବିରୋଧୀମାନେ କ’ଣ କହୁଛନ୍ତି ତାହାକୁ ପୁଣି ଥରେ ଶୁଣିବା। କର୍ନାଟକରେ ସ୍କୁଲରେ ଭଗବତ ଗୀତା ଶିକ୍ଷା ଆରମ୍ଭ କରିବା, ହିଜାବ ବନ୍ଦ କରି ମୁସଲମାନ ଝିଅମାନଙ୍କୁ ସ୍କୁଲକୁ ନ ଆସିବାର ବାଟ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହା ବ୍ୟତୀତ କଶ୍ମୀର ଉପରେ ବିବାଦୀୟ ଫିଲ୍ମ, ମାଂସ କାଟିବା ଏବଂ ମନ୍ଦିରର ଆଧ୍ୟାମତ୍ିକ ଉତ୍ସବରେ ଅଣହିନ୍ଦୁଙ୍କ ବେପାରକୁ ବାରଣ କରିବା ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯାଉଛିି। ଏହା ନିଃସନ୍ଦେହ, ଏ ସମ୍ପର୍କିତ ଖବରଗୁଡ଼ିକୁ ଦେଖିବା ଓ ପଢ଼ିବାରେ ଲୋକମାନଙ୍କର ରୁଚି ରହିଛି। ମିଡିଆ ସେହି ସବୁ ପ୍ରସଙ୍ଗ ଉପରେ କେତେ ସମୟ ଦେଉଛି ତାହା ଯଦି ଆମେ ଅନୁଧ୍ୟାନ କରିବା ତେବେ ଜାଣିପାରିବା ଯେ ସେଗୁଡ଼ିକ ନିଶ୍ଚିତ ଭାବେ ପ୍ରଭାବୀ ପ୍ରସଙ୍ଗ। ତେଲ ଦର, ଇନ୍ଧନ ଗ୍ୟାସ୍‌ ଓ ବେରୋଜଗାରୀ ତୁଳନାରେ ଉକ୍ତ ପ୍ରସଙ୍ଗଗୁଡ଼ିକ ଅନେକ, ସମ୍ଭବତଃ ଅଧିକାଂଶ ଭାରତୀୟଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ରାଜନୈତିକ ଦଳଗୁଡ଼ିକ କହୁଛନ୍ତି। ଲଗାତର ସାମ୍ପ୍ରଦାୟିକ ପ୍ରସଙ୍ଗଗୁଡ଼ିକ ଉପରେ ଜୋର ଦେଇ ଶାସକଦଳ ମଧ୍ୟ ଏକା କଥାକୁ ପ୍ରମାଣ କରୁଛି। ଅନ୍ୟପଟେ ଅଣସାମ୍ପ୍ରଦାୟିକ ପ୍ରସଙ୍ଗଗୁଡ଼ିକର କୌଣସି ଗ୍ରହଣୀୟତା ନାହିଁ କିମ୍ବା ଲୋକମାନେ ଏହା ବିରୋଧରେ ସ୍ବର ଉଠାଉନାହାନ୍ତି ବୋଲି ବିରୋଧୀ କହୁଛି।
ଏଭଳି ସ୍ଥିତି କେତେଦିନ ଯାଏ ଚାଲିବ ଓ ଆମ ଭବିଷ୍ୟତ କେଉଁଆଡ଼େ ଯିବ। ଦୁଇ ବର୍ଷ ପୂର୍ବେ ମୁଁ ଏକ ବହି ଲେଖିଥିଲି ଯାହାର ସିଦ୍ଧାନ୍ତ ଥିଲା ହିନ୍ଦୁତ୍ୱର ଶେଷ ଅବସ୍ଥା ନାହଁ। ଏହା କ’ଣ ହାସଲ କରିବାକୁ ଚାହଁୁଛି ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ। ତେବେ ସାମ୍ପ୍ରଦାୟିକ ସ୍ଥିତିକୁ ଲଗାତର ଉଜାଗର କରି ରଖିବା ଏହାର ଏକମାତ୍ର ଲକ୍ଷ୍ୟ ଏବଂ ଏଠାରେ ସବୁବେଳେ କିଛି ପ୍ରୟୋଗ ହେଉଛିି। ଆଜି ମାଂସ ତ କାଲି ନମାଜ ଓ ପରକୁ ପର ହିଜାବ ଏବଂ ଲଭ୍‌ ଜିହାଦ ଆଦି ସାମ୍ନାକୁ ଆସୁଛି। ଏପ୍ରିଲ ୨ରେ ଉତ୍ତରପ୍ରଦେଶ ସରକାର ଘୋଷଣା କଲେ, ଏପ୍ରିଲ ୧୦ ଯାଏ ସମ୍ପୂର୍ଣ୍ଣ ନବରାତ୍ରିରେ ରାଜ୍ୟର ସବୁ ମାଂସ ଦୋକାନ ବନ୍ଦ ରହିବ। ଦେଖିବାକୁ ଗଲେ ଦେଶରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବା ପାଇଁ ଆମ ପାଖରେ ବିଚାରର ଅଭାବ ନାହିଁ ଓ ଏହା ଯୋଗୁ ନିର୍ଯାତନା ଆଗକୁ ଲାଗି ରହିବ। ଆମ ପ୍ରବଚନ ଅତ୍ୟଧିକ ରୂପେ ରାଜନୈତିକ ବିଜୟ ଓ ପରାଜୟ କୈନ୍ଦ୍ରିକ। କିନ୍ତୁ ନିର୍ବାଚନ ମଧ୍ୟରେ ଓ ପରେ କ’ଣ ଘଟେ ତା’ ଉପରେ ଆମେ କମ୍‌ ବିଚାର କରୁ। ମୋ ମତରେ ଭାରତ ସମୃଦ୍ଧ ଓ ଆକର୍ଷକ ଜିନିଷ ଯୋଗାଇ ଦେଉଛି, ହେଲେ ଆମେ ଏବେ କେଉଁ ସ୍ତରରେ ପହଞ୍ଚତ୍ଛୁ ତାହା ଦେଖିଲେ ହତାଶ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri