ବୁଢୀ ଠାକୁରାଣୀ ଯାତ୍ରାକୁ ବିଏମ୍‌ସିର ଅନୁମତି

ବ୍ରହ୍ମପୁର ଅଫିସ,୨୧ା୩: ବ୍ରହ୍ମପୁର ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ଶନିବାର ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୭ଦିନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। କୋଭିଡ୍‌ ସଂକ୍ରମଣ ସ୍ଥିତି ଓ ଗାଇଡ଼୍‌ ଲାଇନ୍‌କୁ ଭିତ୍ତିକରି ଯାତ୍ରା ଅବଧି ବୃଦ୍ଧି କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। ଅନ୍ୟପଟେ ବିଏମ୍‌ସି ପକ୍ଷରୁ ଯାତ୍ରା ପାଳନ ନେଇ ଅନୁମତି ନେଇ ଟୁଇଟ୍‌ ଯୋଗେ ସୂଚନା ମିଳିବା ପରେ ଯାତ୍ରା ପରିଚାଳକ ଖୁସିବ୍ୟକ୍ତ କରିଛନ୍ତି। କିନ୍ତୁ ଏ ନେଇ ବିଏମ୍‌ସି ପକ୍ଷରୁ ଲିଖିତ ଭାବେ କାୈଣସି ସୂଚନା ପ୍ରଦାନ କରାଯାଇ ନ ଥିବା ଯାତ୍ରା ପରିଚାଳକ ଦୁର୍ଗା ପ୍ରସାଦ ଦେଶୀ ବେହେରା କହିଛନ୍ତି। ଏଥିସହ ବିଏମ୍‌ସି ପକ୍ଷରୁ ପ୍ରଦାନ କରାଯାଇଥିବା ଗାଇଡ୍‌ଲାଇନ୍‌ରେ ପତ୍ର ସଂଖ୍ୟା ରହି ନ ଥିବା ସେ କହିଛନ୍ତି। ଯାହାକୁ ନେଇ ଯାତ୍ରା ପରିଚାଳନା କମିଟି ଦ୍ୱନ୍ଦ୍ୱରେ ରହିଛନ୍ତି। ଯଦି ବିଏମ୍‌ସି ପକ୍ଷରୁ ପୁନଃ ବୈଠକ ଡକାଯାଇ ସୂଚନା ପ୍ରଦାନ କରାଯାଏ ତେବେ ଯାତ୍ରା ପରିଚାଳିତ ହେବ ବୋଲି ସେ କହିଛନ୍ତି। ଏଥିସହ ପ୍ରଶାସନର ସମସ୍ତ ନିଷ୍ପତ୍ତିକୁ କମିଟି ପକ୍ଷରୁ ସମର୍ଥନ ଜଣାଉଛୁ। କିନ୍ତୁ ଯାତ୍ରା ୭ ଦିନ ପରିବର୍ତ୍ତେ ୨୧ ଦିନ ବୃଦ୍ଧି କରାଗଲେ ମା’ଙ୍କର ସମସ୍ତ ପୂଜା କାର୍ଯ୍ୟ ରୀତିନୀତି ଅନୁଯାୟୀ ହୋଇପାରିବ।

ପ୍ରକାଶ ଯେ, ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଶୁଭଖୁଣ୍ଟି ସ୍ଥାପନ ପୂର୍ବରୁ ବିଏମ୍‌ସି କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ ଓ ଯାତ୍ରା ପରିଚାଳକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କାରଣ ଶୁଭଖୁଣ୍ଟି ସ୍ଥାପନ ପରେ ହିଁ ଯାତ୍ରାର ଅବଧି ଧାର୍ଯ୍ୟ ହୋଇଥାଏ। ଯେଉଁଥିରେ ଜିଲା ପ୍ରଶାସନ ଓ ବିଏମ୍‌ସିର ଅନୁମତି ଆବଶ୍ୟକ ହୋଇଥାଏ। ଫଳରେ ବିଳମ୍ବିତ ରାତ୍ରିରେ ବିଏମ୍‌ସି ସମ୍ମିଳନୀ କକ୍ଷରେ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲାପାଳ ଭି.କ୍ରୀର୍ତ୍ତିଭାସନ୍‌ ଓ ଯାତ୍ରା ପରିଚାଳକ ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ସମେତ ଅନ୍ୟ କମିଟି ବୃନ୍ଦଙ୍କୁ ନେଇ ଏକ ବୈଠକ ହୋଇଥିଲା। ଯେଉଁଥିରେ ଯାତ୍ରାରେ ମା’ ନିଜ ବାପଘରକୁ ଆସିବେ କିନ୍ତୁ ରାଜା ବାଟିକାକୁ ଯିବେ ନାହିଁ। ରାଜା ନିଜେ ମା’ଙ୍କ ନିକଟକୁ ଆସିବେ। ଏଥିସହ ମା’ଙ୍କ ଘଟ ପରିକ୍ରମାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଯଦି କୌଣସି ଅପ୍ରୀତିକରପରିସ୍ଥିତି ଉପୁଜେ ତେବେ ଯାତ୍ରା ପରିଚାଳକ ଦାୟୀ ରହିବେ ବୋଲି ଲିଖିତ ଭାବେ ଜଣାଇବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଯାତ୍ରା ପରିଚାଳକ ସହମତି ପ୍ରକାଶ କରି ନ ଥିଲେ। ଫଳରେ ଚଳିତ ବର୍ଷ ଠାକୁରାଣୀ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଦେଶୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?