ପିଇଓଙ୍କୁ ଜାତିଆଣ ଆକ୍ଷେପ ମାମଲା: ଘଟଣାକୁ ଚପାଇ ଦେବା ପାଇଁ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ

ହାଟଡିହୀ,୮ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଉର୍ମିଳା ମୁର୍ମୁଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ଏବଂ ହତ୍ୟା ଧମକ ନେଇ ହାଟଡିହୀ ବ୍ଲକ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବ୍ଲକ ପିଇଓ ସଂଘ ଅଭିଯୁକ୍ତ ପନ୍ଦାଡ଼ୋ ସରପଞ୍ଚ ସସ୍ମିତା ଓଝାଙ୍କ ଦେଢଶୁର ନିକୁଞ୍ଜ ଓଝାଙ୍କ ଗିରଫ ଦାବି କରି କଲମ ଛାଡ଼ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଅଭିଯୋଗ ଆଧାରରେ ବିଡିଓ ପାଣିଗ୍ରାହୀ ଗତ ୬.୯.୨୦୨୪ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନନ୍ଦିପଦା ଥାନାକୁ ନିର୍ଦ୍ଦେଶ ଦେବା ପରେ ଥାନାରେ ମାମଲା(ନଂ ୨୫୫/୨୦୨୪)ରୁଜୁ ହୋଇଥିଲା। ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରାଯାନାହିଁ। ଫଳରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି।

ଅନ୍ୟପକ୍ଷରେ ଉକ୍ତ ଘଟଣାକୁ ଦୁର୍ବଳ କରି ଦେବା ବା ଚପାଇ ଦେବା ପାଇଁ ନିକୁଞ୍ଜଙ୍କ ସମର୍ଥକ କୁହାଯାଉଥିବା କେଶବ ଜେନା ନାମକ ବ୍ୟକ୍ତି ନନ୍ଦିପଦା ଥାନାରେ ବିଡିଓଙ୍କ ନାମରେ ଏକ ସଙ୍ଗିନୀ ଅଭିଯୋଗ କରିଥିବା ବ୍ଲକ କର୍ମଚାରୀମାନେ କହିଛନ୍ତି। ପୋଲିସ ଏକ ପାଲଟା ମାମଲା (ନଂ ୨୫୭/୨୦୨୪) ରୁଜୁ କରିଛି। କେଶବଙ୍କ ଅଭିଯୋଗ ଅନୁସାରେ ଏକ ଉନ୍ନୟନ କାର୍ଯ୍ୟ କରି ବିଲ୍‌ ପାଇ ନ ଥିଲେ। ଏ ବାବଦରେ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ୬.୯.୨୦୨୪ ରେ ବୈଠକ ହୋଇଥିଲା। ସେଠାରେ ବିଡିଓଙ୍କୁ ଦେଖି ବିଲ ବାବଦରେ ପଚାରିବାରୁ ବିଡିଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ।

ସୂଚନାଯୋଗ୍ୟ ରାମଚଣ୍ଡୀ ମନ୍ଦିର ଅଞ୍ଚଳଟି ସୋସୋ ଥାନା ଅଧୀନରେ ଯାଉଛି। କିନ୍ତୁ ଅଭିଯୋଗକାରୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପଛର ରହସ୍ୟ ଜଣାପଡ଼ିନି। ଦିତୀୟତଃ ଉନ୍ନୟନ କାର୍ଯ୍ୟ ବିଭାଗୀୟ ବିଭାଗ ଦ୍ୱାରା ହେଉଛି। ଅଭିଯୋଗକାରୀ କେଶବ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ନାମରେ କାର୍ଯ୍ୟାଦେଶ ନାହିଁ। କାର୍ଯ୍ୟ ତଦାରଖ ଏବଂ ବିଲ ପ୍ରସ୍ତୁତ କରିବା ପାଇଁ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରମୁଖ ଅଛନ୍ତି l କିନ୍ତୁ ଅଭିଯୋଗକାରୀ କେଶବ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ କୌଣସି ବିଲ୍‌ ହେବାର ନାହିଁ। ତେବେ କେଶବଙ୍କ ଅଭିଯୋଗରେ ବିଡିଓ ବିଲ କରୁ ନ ଥିବା ଦର୍ଶାଇବା ଗୁରୁତର ପ୍ରସଙ୍ଗ ସାଜିଛି।

ତୃତୀୟତଃ ବିଡିଓ ଯେଉଁଦିନ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ସେହିଦିନ କେଶବ ଏକ ପାଲଟା ଅଭିଯୋଗ ବିଡିଓଙ୍କ ନାମରେ ଦାୟର କରିଛନ୍ତି। ଏପରି ଅଭିଯୋଗକୁ ନେଇ ବ୍ଲକ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗକାରୀ କେଶବ ଏବଂ ଅଭିଯୁକ୍ତ ନିକୁଞ୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଜବାଜ ହେଉଥିବା ଜଣାପଡ଼ିଛି। ବିଡିଓ ପାଣିଗ୍ରାହୀ କହିଛନ୍ତି, ସତ ସବୁବେଳେ ସତ ଅଟେ। ମିଛ କେସ୍‌ କରି କେହି କେବେ ଜିତି ପାରେନି। ମୋ’ ନାମରେ ଅଭିଯୋଗ ଏକ ମିଛ ଅଭିଯୋଗ ଅଟେ। ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି, ବିଡିଓଙ୍କ ନାମରେ ହୋଇଥିବା ଅଭିଯୋଗର ସତ୍ୟତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଆନନ୍ଦପୁର ଡିଏସ୍‌ପି ଘଟଣାର ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କେବେ ଜନଶୂନ୍ୟ ହୁଏନାହିଁ ଶ୍ରୀକ୍ଷେତ୍ର

ଭାରତର ଚାରିଧାମ ମଧ୍ୟରେ ପୁରୀ ଜଗନ୍ନାଥ ଧାମ ଅନ୍ୟତମ। ପୁରୀ ସହର ମଧ୍ୟଭାଗରେ ରହିଛି ବଡ଼ଦେଉଳ ବା ଶ୍ରୀମନ୍ଦିର। ଏହାର ରତ୍ନସିଂହାସନରେ ପୂଜାପାଆନ୍ତି ଦାରୁଦିଅଁ ଶ୍ରୀଜଗନ୍ନାଥ...

ରାବଣ ପୋଡିବେଳେ ବଡ଼ ଅଘଟଣ, ଯୁବକଙ୍କ ଛାତିରେ ପଡିଲା ନିଆଁ

ରାଉରକେଲା,୧୨।୧୦: ଇସ୍ପାତନଗରୀ ରାଉରକେଲାରେ ଶନିବାର ଦଶହରା ପାଳନବେଳେ ଘଟିଛି ବଡ଼ ଅଘଟଣ। ସେକ୍ଟର-୧୩ ମେଲଣ ପଡିଆ ଆୟୋଜିତ ରାବଣପୋଡି ସମୟରେ ଏକ ଅଘଟଣ ଘଟିଛି। ଜଣେ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବୁଲିଲେ ପୂଜା ମଣ୍ଡପ

କେନ୍ଦୁଝର,୧୨।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୩ ଦିନିଆ କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଏକ...

ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ଯାଜପୁର,୧୨।୧୦: ଯାଜପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ଓ୍ବଲ୍ଡ ମେଣ୍ଟାଲ ହେଲଥ ଡେ’ ବା ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ’...

ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ: ବଞ୍ଚିଗଲେ ପୁଅ

ଦିଗପହଣ୍ଡି,୧୨।୧୦: ଗଞ୍ଜାମ ଜିଲା ଚିକିଟି ଥାନା ଅଧୀନ ପିତାତଳି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ବାଇକ୍‌କୁ ଧକ୍କା ଦେବା...

ଚନ୍ଦ୍ରଭାଗାରେ ଭାସିଗଲେ ୩ ଯୁବକ

କୋଣାର୍କ,୧୨।୧୦: ଚନ୍ଦ୍ରଭାଗା ସମୁଦ୍ରରେ ଶନିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ଗାଧୋଇଲା ବେଳେ ୩ଜଣ ଯୁବକ ଭାସିଯାଇ ଥିଲେ। ୨ ଜଣଙ୍କୁ ଲାଇଫ ଗାର୍ଡ ଉଦ୍ଧାର...

ମା’ଙ୍କୁ ଭୋଗ ହେବ ୬ କୁଇଣ୍ଟାଲ ମାଛ

କଟକ,୧୨।୧୦: ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର କଟକ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri