ପିଇଓଙ୍କୁ ଜାତିଆଣ ଆକ୍ଷେପ ମାମଲା: ଘଟଣାକୁ ଚପାଇ ଦେବା ପାଇଁ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ

ହାଟଡିହୀ,୮ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଉର୍ମିଳା ମୁର୍ମୁଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ଏବଂ ହତ୍ୟା ଧମକ ନେଇ ହାଟଡିହୀ ବ୍ଲକ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବ୍ଲକ ପିଇଓ ସଂଘ ଅଭିଯୁକ୍ତ ପନ୍ଦାଡ଼ୋ ସରପଞ୍ଚ ସସ୍ମିତା ଓଝାଙ୍କ ଦେଢଶୁର ନିକୁଞ୍ଜ ଓଝାଙ୍କ ଗିରଫ ଦାବି କରି କଲମ ଛାଡ଼ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଅଭିଯୋଗ ଆଧାରରେ ବିଡିଓ ପାଣିଗ୍ରାହୀ ଗତ ୬.୯.୨୦୨୪ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନନ୍ଦିପଦା ଥାନାକୁ ନିର୍ଦ୍ଦେଶ ଦେବା ପରେ ଥାନାରେ ମାମଲା(ନଂ ୨୫୫/୨୦୨୪)ରୁଜୁ ହୋଇଥିଲା। ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରାଯାନାହିଁ। ଫଳରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି।

ଅନ୍ୟପକ୍ଷରେ ଉକ୍ତ ଘଟଣାକୁ ଦୁର୍ବଳ କରି ଦେବା ବା ଚପାଇ ଦେବା ପାଇଁ ନିକୁଞ୍ଜଙ୍କ ସମର୍ଥକ କୁହାଯାଉଥିବା କେଶବ ଜେନା ନାମକ ବ୍ୟକ୍ତି ନନ୍ଦିପଦା ଥାନାରେ ବିଡିଓଙ୍କ ନାମରେ ଏକ ସଙ୍ଗିନୀ ଅଭିଯୋଗ କରିଥିବା ବ୍ଲକ କର୍ମଚାରୀମାନେ କହିଛନ୍ତି। ପୋଲିସ ଏକ ପାଲଟା ମାମଲା (ନଂ ୨୫୭/୨୦୨୪) ରୁଜୁ କରିଛି। କେଶବଙ୍କ ଅଭିଯୋଗ ଅନୁସାରେ ଏକ ଉନ୍ନୟନ କାର୍ଯ୍ୟ କରି ବିଲ୍‌ ପାଇ ନ ଥିଲେ। ଏ ବାବଦରେ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ୬.୯.୨୦୨୪ ରେ ବୈଠକ ହୋଇଥିଲା। ସେଠାରେ ବିଡିଓଙ୍କୁ ଦେଖି ବିଲ ବାବଦରେ ପଚାରିବାରୁ ବିଡିଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ।

ସୂଚନାଯୋଗ୍ୟ ରାମଚଣ୍ଡୀ ମନ୍ଦିର ଅଞ୍ଚଳଟି ସୋସୋ ଥାନା ଅଧୀନରେ ଯାଉଛି। କିନ୍ତୁ ଅଭିଯୋଗକାରୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପଛର ରହସ୍ୟ ଜଣାପଡ଼ିନି। ଦିତୀୟତଃ ଉନ୍ନୟନ କାର୍ଯ୍ୟ ବିଭାଗୀୟ ବିଭାଗ ଦ୍ୱାରା ହେଉଛି। ଅଭିଯୋଗକାରୀ କେଶବ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ନାମରେ କାର୍ଯ୍ୟାଦେଶ ନାହିଁ। କାର୍ଯ୍ୟ ତଦାରଖ ଏବଂ ବିଲ ପ୍ରସ୍ତୁତ କରିବା ପାଇଁ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରମୁଖ ଅଛନ୍ତି l କିନ୍ତୁ ଅଭିଯୋଗକାରୀ କେଶବ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ କୌଣସି ବିଲ୍‌ ହେବାର ନାହିଁ। ତେବେ କେଶବଙ୍କ ଅଭିଯୋଗରେ ବିଡିଓ ବିଲ କରୁ ନ ଥିବା ଦର୍ଶାଇବା ଗୁରୁତର ପ୍ରସଙ୍ଗ ସାଜିଛି।

ତୃତୀୟତଃ ବିଡିଓ ଯେଉଁଦିନ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ସେହିଦିନ କେଶବ ଏକ ପାଲଟା ଅଭିଯୋଗ ବିଡିଓଙ୍କ ନାମରେ ଦାୟର କରିଛନ୍ତି। ଏପରି ଅଭିଯୋଗକୁ ନେଇ ବ୍ଲକ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗକାରୀ କେଶବ ଏବଂ ଅଭିଯୁକ୍ତ ନିକୁଞ୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଜବାଜ ହେଉଥିବା ଜଣାପଡ଼ିଛି। ବିଡିଓ ପାଣିଗ୍ରାହୀ କହିଛନ୍ତି, ସତ ସବୁବେଳେ ସତ ଅଟେ। ମିଛ କେସ୍‌ କରି କେହି କେବେ ଜିତି ପାରେନି। ମୋ’ ନାମରେ ଅଭିଯୋଗ ଏକ ମିଛ ଅଭିଯୋଗ ଅଟେ। ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି, ବିଡିଓଙ୍କ ନାମରେ ହୋଇଥିବା ଅଭିଯୋଗର ସତ୍ୟତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଆନନ୍ଦପୁର ଡିଏସ୍‌ପି ଘଟଣାର ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri