Posted inଜାତୀୟ

ମଣିପୁରରେ ହେଉଛି ହିଂସା, ମଜା କରୁଛନ୍ତି ଶାହା: ସଞ୍ଜୟ ରାଉତ

ମୁମ୍ବାଇ,୮।୯: ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ଉତ୍ତର ପୂର୍ବର ମଣିପୁରରେ ହିଂସା ଘଟୁଛି। ମହିଳାଙ୍କ ବିରୋଧରେ ଅତ୍ୟାଚାର ଘଟଣା ଚାଲିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ମୁମ୍ବାଇରେ ମଜା କରିବାକୁ ଯାଉଛନ୍ତି।

ସଞ୍ଜୟ ରାଉତ ଆହୁରି କହିଛନ୍ତି, ଭାଜପା ଲୋକେ କିଛି ବି କରିପାରନ୍ତି। ଏମାନେ ଲାଲବାଗର ରାଜାଙ୍କୁ ଗୁଜରାଟ ନେଇ ଯାଇ ପାରନ୍ତି। ଏଥିପାଇଁ ଏମାନେ ବି ପ୍ରସ୍ତାବ ଦେଇ ପାରନ୍ତି। ଏମାନେ ବ୍ୟବସାୟୀ। ମୁଁ ଏ କଥା ବୁଝିସୁଝି କହୁଛି। ଏମାନେ ନିଜକୁ ମହାରାଷ୍ଟ୍ରର ଶତ୍ରୁ ବୋଲି ଭାବନ୍ତି। ଏମିତି ବହୁତ ରାଜ୍ୟ ଅଛି ଯାହାକୁ ଏମାନେ ଲୁଟିବାକୁ ଚାହୁଁଛନ୍ତି। ଏହା ଭାଜପା ଲୋକ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କ କାମ। ସ୍ବରାଷ୍ଟ୍ର ମନ୍ତ୍ରୀ ହୋଇଥିବାରୁ ଲ ଆଣ୍ଡ ଅର୍ଡର ମେଣ୍ଟେନ କରିବା ତାଙ୍କ କାମ ନୁହେଁ। ତାଙ୍କ କାମ ହେଉଛି ପାର୍ଟି ଭାଙ୍ଗ, ଯୋଡ, କୋର୍ଟ ଉପରେ ଓ ନିର୍ବାଚନ ଆୟୋଗ ଉପରେ ଚାପ ଦିଅ। ଏହି କାମ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ କରୁଛନ୍ତି। ଆଉ ଇତିହାସରେ ତାଙ୍କ ନାମ ରହିବ ଯେ ଦେଶରେ ଏମିତି ଜଣେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିଲେ।

ସୂଚନାଯୋଗ୍ୟ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର (ସେପ୍ଟେମ୍ବର ୮, ୨୦୨୪) ନିର୍ବାଚନ ରାଜ୍ୟ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପହଞ୍ଚିଛନ୍ତି। ଗଣେଶ ଚତୁର୍ଥି ଉତ୍ସବ ମଧ୍ୟରେ ସେ ସେଠାରେ ‘ଲାଲବାଗ ରାଜା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି, ଏହା ପରେ ସେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସାକ୍ଷାତ୍‌ କରିବେ। ଅମିତ ଶାହାଙ୍କ ପରିବାର ପ୍ରତିବର୍ଷ ମୁମ୍ବାଇକୁ ଆସି ‘ଲାଲ ବାଗ ରାଜା’ଙ୍କ ପାଦତଳେ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରିଥାଆନ୍ତି। ଚଳିତ ବର୍ଷ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ମହଲରେ ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତେବେ ଶାହାଙ୍କ ଏହି ଗସ୍ତ ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

ଋଣ ଆଦାୟ ଟଙ୍କା ଆତ୍ମସାତ ଅଭିଯୋଗ, ଫାଇନାନ୍ସ କର୍ମଚାରୀ ଗିରଫ

ବଞ୍ଚୋ/ଆନନ୍ଦପୁର/ହାଟଡିହୀ,୭ା୬(ପ୍ରଦୋଷ କୁମାର/ବିଶ୍ୱାଳସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ ): ଋଣଗ୍ରାହକଙ୍କ ଠାରୁ ଆଦାୟ ହୋଇଥିବା ଇଏମଆଇ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଘସିପୁରା ପୋଲିସ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri