ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ ବନ୍ୟା ପରିସ୍ଥିତି ଯୋଗୁ କୁମିଆପାଲି ଗାଁରେ ସାଂଘାତିକ ପରିସ୍ଥିିତି ସୃଷ୍ଟି ହୋଇଥିଲା। ଜଳଭଣ୍ଡାରର ଜଳସ୍ତର ୨୦୨ ମିଟରକୁ ଛୁଇଁବା ପରେ ଗାଁ ଭିତରେ ଥିବା ପ୍ରେମରାଜ ବରିହାଙ୍କ ଘର ପର୍ଯ୍ୟନ୍ତ ଡ୍ୟାମ ପାଣି ଚାଲି ଆସିଥିଲା। ଫଳରେ ଗାଁ ଲୋକେ ଆତଙ୍କିତ ହୋଇପଡିଥିଲେ। ରାତିରେ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଯିବାରୁ ଜଳଘେରରେ ଘୋର ଅନ୍ଧକାର ମଧ୍ୟରେ ଲୋକେ ରହିଥିଲେ। ଅନେକ ଲୋକ ବହୁ କଷ୍ଟରେ ସେମାନଙ୍କର କିଛି ଜିନିଷପତ୍ର ଗାଁର ଉଚ୍ଚସ୍ଥାନକୁ ନେଇଥିଲେ। ଅନ୍ୟ ଜିନିଷପତ୍ର ସବୁ ଡ୍ୟାମ ପାଣିରେ ଭିଜି ଯାଇଥିଲା।

ରାତିରେ ପୋଲିସ ଟିମ୍‌ ଓ ଅନ୍ୟ କିଛି ଅଧିକାରୀଙ୍କ ଉପସ୍ଥିତିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଗାଁ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ଅଣାଯାଇଥିଲା। ପିକ୍‌ଅପ୍‌ ଭ୍ୟାନ ଡ୍ରାଇଭର ଜୀବନକୁ ବାଜି ଲଗାଇ ଗାଁ ଲୋକଙ୍କ ପାଇଁ ଖାଦ୍ୟ ଆଣିଥିବା ଲୋକେ କହିଛନ୍ତି। ରାତି ୨ଟା ପରେ ଜଳସ୍ତର ବୃଦ୍ଧି କମିଥିଲା। ତେବେ ଆଜିବି ଗଁାର ଜଳସ୍ତର ବିଶେଷ କମିନାହିଁ। ବର୍ଷା କମିଯିବା ପରେ କୁମିଆପାଲି-କପିଲବାହାଲ ରାସ୍ତା ଉପରେ ଯାଉଥିବା ପାଣି କମିଯାଇଛି। ଗୁରୁବାର ଦିନ ପ୍ରାୟ ଗୋଟାଏରେ ବିଜେଡିର ଏକ ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ମଣ୍ଡଳୀ କୁମିଆପାଲି ଗସ୍ତ କରିଥିଲେ। ଏଥିରେ ଜିଲା ପରିଷଦ ସଭାପତି ଦେବକୀ ସାହୁ, ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବିଜେଡି ଲୋଇସିଂହା ବିଧାୟକ ପ୍ରାର୍ଥୀ ନିହାର ବେହେରା, ଯୁବ ବିଜେଡି ଜିଲା ସଭାପତି ଯତୀନ୍ଦ୍ର ପଟେଲ, ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ, ଲେଙ୍କା ସାହୁ, ବିଜେଡି ଛାତ୍ରନେତା ସୁମନ ନନ୍ଦ, କୈଲାସ ବରିହା, ପୂର୍ବତନ ସରପଞ୍ଚ ଶେଷ ମହାକୁର ଗାଁରେ ପହଞ୍ଚତ୍ ଆଦିବାସୀମାନଙ୍କ ସହ ଆଲୋଚନା କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ସାହୁ କୁମିଆପାଲି ଗାଁ ଲୋକଙ୍କ ବିସ୍ଥାପନ ଦୁଃଖ ଏବଂ ସେମାନଙ୍କ ତ୍ୟାଗ ସମ୍ପର୍କରେ କହିଥିଲେ। ସେମାନଙ୍କ ଦାବିକୁ ବିଜେଡି ସମର୍ଥନ କରୁଛି ବୋଲି କହିଥିଲେ। ବରଗଡ ଜିଲା ଆଦିବାସୀ ସଙ୍ଗଠନ ‘ବାରଭାଇ ବେଣ୍ଟକାର’ର କିଛି ସଦସ୍ୟ ମଧ୍ୟ ଗାଁକୁ ଆସି କୁମିଆପାଲି ଗାଁ ଲୋକଙ୍କ ଦାବିକୁ ସମର୍ଥନ କରିଥିଲେ। ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ ନକଲେ ସେମାନେ ଜଗା ଛାଡିବେ ନାହିଁ ବୋଲି କହିଥିଲେ।
କୁମିଆପାଲି ଗାଁକୁ ଆଜି ବଲାଙ୍ଗୀର ଉପଜିଲାପାଳ ଆଲୋକ ପଟେଲ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ। ଏହି ସମୟରେ ଲୋୟର ସୁକ୍‌ତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇ, ଅଧୀକ୍ଷଣ ଯନ୍ତ୍ରୀ ଅଜୟ ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ସୁଶୀଳ କୁଅଁର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗାଁ ଲୋକଙ୍କ ପାଇଁ କପିଲବାହାଲ ମୌଜାରେ ପୁନର୍ବାସ କଲୋନୀ ତିଆରି ହୋଇଛି ଓ ଲୋକେ ସେଠାକୁ ସ୍ଥାନାନ୍ତର ହୁଅନ୍ତୁ ବୋଲି ଅନୁରୋଧ କରିଥିଲେ। ତେବେ ଲୋକେ ସେମାନଙ୍କ ଦାବିରେ ଅଡି ବସିଛନ୍ତି। ଆଜି ଗଁାରେ ଘର ସର୍ଭେ କାର୍ଯ୍ୟ ଓ ୨ଟି ପରିବାରର ଘରଭଙ୍ଗା ହୋଇଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?