ଜଗା ପାଇଁ ଉଚ୍ଛନ୍ନ ଜନମନ

ଅନୁଗୋଳ ଅଫିସ, ୧୪।୧୨:  ଆସନ୍ତା ୨୩ ତାରିଖରେ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦ୍ୱାର ଖୋଲିବାକୁ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ଆଉ ସମ୍ଭାଳି ହେଉନି ଶ୍ରଦ୍ଧାଳୁଙ୍କ ମନ। ଦୀର୍ଘ ୯ ମାସ ହେଲା ଜଗା ଦର୍ଶନରୁ ବଞ୍ଚିତ ଭକ୍ତମାନେ ଭାବବିହ୍ବଳ ହୋଇ ପଡ଼ିଲେଣି। କେତେବେଳେ ସେହି ଅପୂର୍ବ ସୁଯୋଗ ପ୍ରାପ୍ତି ହେବ, ତାହାକୁ ନେଇ ଜନମନ ଏକପ୍ରକାର ଉଚ୍ଛନ୍ନ। ପୁରୀ ସିଂହଦ୍ୱାର ସହ ରାଜ୍ୟର ସମସ୍ତ ଦେବାଳୟ ଖୋଲିବାକୁ ଏକସ୍ବରରେ ଦାବି ଉଠୁଥିବା ବେଳେ ଏ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି ଅନୁଗୋଳବାସୀ। ସହରରେ ଥିବା ଶୈଳଶ୍ରୀକ୍ଷେତ୍ର, ବୁଢ଼ୀ ଠାକୁରାଣୀ, ତାଳଚେରର ମା’ ହିଙ୍ଗୁଳା, ବଅଁରପାଳର ପଞ୍ଚଶ୍ରୀକ୍ଷେତ୍ର, ତଳମୂଳ ଦୁର୍ଗା ମନ୍ଦିର, ନାଲ୍‌କୋର ଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର, ଆଠମଲ୍ଲିକର ବିନିକେୟୀ, ଦେଉଳଝରୀ, ଛେଣ୍ଡିପଦାର ବାୟାଣୀ ପୀଠ, କୋଶଳାର ରାମଚଣ୍ଡୀ, ପାଲଲହଡ଼ା ଖୁଲୁଡ଼ିସ୍ଥିତ ଗିରିଶ୍ୱର, କଣିହଁାର ବଜ୍ରକୋଟ ଶୈବପୀଠ, ଭୈରବୀପୀଠ ଆଦି ଶ୍ରଦ୍ଧାଳଙ୍କୁ ପାଇଁ ଉନ୍ମୁକ୍ତ କରିବାକୁ ଜିଲାବାସୀ ଦାବି କରିଛନ୍ତି। କୋଭିଡ୍‌ କଟକଣାକୁ ଦୀର୍ଘ ୯ ମାସ ହେଲା ସମସ୍ତେ ସମ୍ମାନ ଦେଇ ଆସୁଥିବାରୁ ସରକାର ଏ ନେଇ ସବୁଜ ସଂକେତ ଦେବାରେ ଆଉ ବିଳମ୍ବ କରନ୍ତୁ ନାହିଁ। ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ ମନ୍ଦିର କମିଟି ସହ ଜିଲା ପ୍ରଶାସନ ଓ ପୋଲିସ ଆଲୋଚନା କରି ଧାଡ଼ିରେ ଶୃଙ୍ଖଳିତ ଭାବେ ଦର୍ଶନ ବ୍ୟବସ୍ଥା କରାଯିବାକୁ ଜିଲାବାସୀ ମତ ଦେଇଛନ୍ତି।

ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା
ମନ୍ଦିର ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ଚାହିଁ ରହିଛନ୍ତି। ଦୀର୍ଘଦିନ ପରେ ଭକ୍ତ ଦିଅଁ ଦର୍ଶନ କରିବାର ସୁଯୋଗ ପାଇପାରିବ ତାହା ଖୁସିର କଥା। ଶ୍ରୀମନ୍ଦିର ଦିଗ୍‌ଦର୍ଶନରେ ଶୈଳଶ୍ରୀକ୍ଷେତ୍ରରେ ନୀତିକାନ୍ତି ହୋଇଥାଏ। ତେଣୁ ବଡ଼ଦେଉଳ ସହ ଶୈଳଶ୍ରୀକ୍ଷେତ୍ର ଦ୍ୱାର ଖୋଲିବାକୁ ଅନୁମତି ମିଳିଲେ ଭକ୍ତଙ୍କ ଦର୍ଶନ ନେଇ ସବୁପ୍ରକାର ବ୍ୟବସ୍ଥା କରାଯିବ।
-ହେମନ୍ତ ଦାଶ, ସାଧାରଣ ସମ୍ପାଦକ, ଶୈଳଶ୍ରୀକ୍ଷେତ୍ର ପରିଚାଳନା କମିଟି

ଦର୍ଶନ ବିନା ଅନ୍ଧ ଭଳି ଲାଗୁଛି
୯ ମାସ ହେଲା ଜଗା ଦର୍ଶନରେ କରୋନା କଣ୍ଟା ସାଜିଛି। ଆଖି ଥାଇ ବି ଫୁଟିଗଲା ଭଳି ଲାଗୁଛି। କେତେ ଓଷାବାର ଗଲାଣି ତଥାପି ବଡ଼ଦେଉଳରେ ବଡ଼ଦିଅଁଙ୍କୁ ଦର୍ଶନ କରିପାରିନି। ଏବେ ସବୁଠି ସରକାରୀ ନିୟମ କୋହଳ ହେଲାଣି। ତେଣୁ ଶୀଘ୍ର ସିଂହଦ୍ୱାର ସହ ଶୈଳଶ୍ରୀକ୍ଷେତ୍ର ଓ ଅନ୍ୟ ଦେବଦେବୀ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଗଲେ ଭଲ ହେବ।
-ହେମଲତା ଦଳବେହେରା, ଅନୁଗୋଳ

ଅନୁମତି ମିଳିଲେ ପୁରୀ ଯିବି
୨୩ ତାରିଖରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ମିଳିଲେ ନିଶ୍ଚିତ ପୁରୀ ଯିବି। ତେବେ ସରକାର ଯଦି ପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ଦେବେ, ତା’ହେଲେ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। ସେହି ଦୁର୍ଲଭ ଦର୍ଶନ କଥା ଭାବିଲା ବେଳକୁ ମନ କେଉଁଠାରେ ଲାଗୁନାହିଁ। ସରକାର ଶୀଘ୍ର ସେହି ସୁଯୋଗ ଶ୍ରଦ୍ଧାଳୁଙ୍କୁ ଦିଅନ୍ତୁ।
-ଜୟଶ୍ରୀ ମିଶ୍ର, ଅନୁଗୋଳ

ଜୀବିକାକୁ ମାରି ଦିଆ ନ ଯାଉ
ମନ୍ଦିର ଖୋଲିବା ନେଇ ଏଯାଏ ପ୍ରଶାସନ ସେବାୟତମାନଙ୍କ ସହ ଆଲୋଚନା କରିନାହିଁ। ତେବେ ଶ୍ରୀମନ୍ଦିର ଖୋଲାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଥିବାରୁ ଏ ଦିଗରେ ଆଶା ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଦେବାଳୟ ବନ୍ଦ ଯୋଗୁ ସେବାୟତମାନଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିଛି। ତେଣୁ ଆଉ ଅଧିକ ଦିନ ଭକ୍ତଙ୍କୁ ବାରଣ କରି ଆମ ଜୀବିକା ମାରି ଦିଆ ନ ଯାଉ।
-ସଞ୍ଜୟ କୁମାର ଦେହୁରୀ, ସେବାୟତ କମିଟି ସମ୍ପାଦକ, ଦେଉଳଝରୀ

ଆଉ ଅପେକ୍ଷା ପାଇଁ ଧୈର୍ଯ୍ୟ ନାହିଁ
ସରକାର କୋଭିଡ୍‌ ନିୟମରେ ବହୁ କୋହଳ କଲେଣି। ଖୋଲା ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ରାଜନୈତିକ ସଭା ସମିତି ଯାଏ ଅନୁମତି ଦେଲେଣି। କିନ୍ତୁ ଭକ୍ତଙ୍କ କଥା ଉଠିଲେ ସଂକ୍ରମଣ ଭୟ ଦେଖାଉଛନ୍ତି। ତେଣୁ ଭଗବାନ୍‌ଙ୍କଠାରୁ ଭକ୍ତଙ୍କୁ ଆଉ ଦୂରେଇ ରଖା ନ ଯାଉ। ଆମ ପାଖରେ ଅଧିକ ଧୈର୍ଯ୍ୟ ମଧ୍ୟ ନାହିଁ। ଶ୍ରୀମନ୍ଦିର ସହ ଅନୁଗୋଳ ଜିଲାରେ ଥିବା ମନ୍ଦିରଗୁଡ଼ିକ ଖୋଲି ଦିଆଯାଉ।
-ଗୀତା ବିଶ୍ୱାଳ, ଅନୁଗୋଳ

ନିର୍ଦ୍ଦେଶ ଆସିଲେ ଆଲୋଚନା
ଅନୁଗୋଳ ଜିଲାରେ ଥିବା ମନ୍ଦିରଗୁଡ଼ିକ ଖୋଲିବା ନେଇ ସରକାରଙ୍କ ନିକଟରୁ କୌଣସି ନିର୍ଦ୍ଦେଶ କି ଏସ୍‌ଓପି ଆସିନାହିଁ। ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ବୈଠକର ନିଷ୍ପତ୍ତି ସରକାରଙ୍କ ଉପରେ ଛଡ଼ାଯାଇଛି। ଅନୁମତି ଦେବା ପରେ ଜିଲାରେ କୋଭିଡ୍‌ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବା ସହ ପ୍ରତିଷ୍ଠିତ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri