ଜଗା ପାଇଁ ଉଚ୍ଛନ୍ନ ଜନମନ

ଅନୁଗୋଳ ଅଫିସ, ୧୪।୧୨:  ଆସନ୍ତା ୨୩ ତାରିଖରେ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦ୍ୱାର ଖୋଲିବାକୁ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ଆଉ ସମ୍ଭାଳି ହେଉନି ଶ୍ରଦ୍ଧାଳୁଙ୍କ ମନ। ଦୀର୍ଘ ୯ ମାସ ହେଲା ଜଗା ଦର୍ଶନରୁ ବଞ୍ଚିତ ଭକ୍ତମାନେ ଭାବବିହ୍ବଳ ହୋଇ ପଡ଼ିଲେଣି। କେତେବେଳେ ସେହି ଅପୂର୍ବ ସୁଯୋଗ ପ୍ରାପ୍ତି ହେବ, ତାହାକୁ ନେଇ ଜନମନ ଏକପ୍ରକାର ଉଚ୍ଛନ୍ନ। ପୁରୀ ସିଂହଦ୍ୱାର ସହ ରାଜ୍ୟର ସମସ୍ତ ଦେବାଳୟ ଖୋଲିବାକୁ ଏକସ୍ବରରେ ଦାବି ଉଠୁଥିବା ବେଳେ ଏ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି ଅନୁଗୋଳବାସୀ। ସହରରେ ଥିବା ଶୈଳଶ୍ରୀକ୍ଷେତ୍ର, ବୁଢ଼ୀ ଠାକୁରାଣୀ, ତାଳଚେରର ମା’ ହିଙ୍ଗୁଳା, ବଅଁରପାଳର ପଞ୍ଚଶ୍ରୀକ୍ଷେତ୍ର, ତଳମୂଳ ଦୁର୍ଗା ମନ୍ଦିର, ନାଲ୍‌କୋର ଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର, ଆଠମଲ୍ଲିକର ବିନିକେୟୀ, ଦେଉଳଝରୀ, ଛେଣ୍ଡିପଦାର ବାୟାଣୀ ପୀଠ, କୋଶଳାର ରାମଚଣ୍ଡୀ, ପାଲଲହଡ଼ା ଖୁଲୁଡ଼ିସ୍ଥିତ ଗିରିଶ୍ୱର, କଣିହଁାର ବଜ୍ରକୋଟ ଶୈବପୀଠ, ଭୈରବୀପୀଠ ଆଦି ଶ୍ରଦ୍ଧାଳଙ୍କୁ ପାଇଁ ଉନ୍ମୁକ୍ତ କରିବାକୁ ଜିଲାବାସୀ ଦାବି କରିଛନ୍ତି। କୋଭିଡ୍‌ କଟକଣାକୁ ଦୀର୍ଘ ୯ ମାସ ହେଲା ସମସ୍ତେ ସମ୍ମାନ ଦେଇ ଆସୁଥିବାରୁ ସରକାର ଏ ନେଇ ସବୁଜ ସଂକେତ ଦେବାରେ ଆଉ ବିଳମ୍ବ କରନ୍ତୁ ନାହିଁ। ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ ମନ୍ଦିର କମିଟି ସହ ଜିଲା ପ୍ରଶାସନ ଓ ପୋଲିସ ଆଲୋଚନା କରି ଧାଡ଼ିରେ ଶୃଙ୍ଖଳିତ ଭାବେ ଦର୍ଶନ ବ୍ୟବସ୍ଥା କରାଯିବାକୁ ଜିଲାବାସୀ ମତ ଦେଇଛନ୍ତି।

ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା
ମନ୍ଦିର ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ଚାହିଁ ରହିଛନ୍ତି। ଦୀର୍ଘଦିନ ପରେ ଭକ୍ତ ଦିଅଁ ଦର୍ଶନ କରିବାର ସୁଯୋଗ ପାଇପାରିବ ତାହା ଖୁସିର କଥା। ଶ୍ରୀମନ୍ଦିର ଦିଗ୍‌ଦର୍ଶନରେ ଶୈଳଶ୍ରୀକ୍ଷେତ୍ରରେ ନୀତିକାନ୍ତି ହୋଇଥାଏ। ତେଣୁ ବଡ଼ଦେଉଳ ସହ ଶୈଳଶ୍ରୀକ୍ଷେତ୍ର ଦ୍ୱାର ଖୋଲିବାକୁ ଅନୁମତି ମିଳିଲେ ଭକ୍ତଙ୍କ ଦର୍ଶନ ନେଇ ସବୁପ୍ରକାର ବ୍ୟବସ୍ଥା କରାଯିବ।
-ହେମନ୍ତ ଦାଶ, ସାଧାରଣ ସମ୍ପାଦକ, ଶୈଳଶ୍ରୀକ୍ଷେତ୍ର ପରିଚାଳନା କମିଟି

ଦର୍ଶନ ବିନା ଅନ୍ଧ ଭଳି ଲାଗୁଛି
୯ ମାସ ହେଲା ଜଗା ଦର୍ଶନରେ କରୋନା କଣ୍ଟା ସାଜିଛି। ଆଖି ଥାଇ ବି ଫୁଟିଗଲା ଭଳି ଲାଗୁଛି। କେତେ ଓଷାବାର ଗଲାଣି ତଥାପି ବଡ଼ଦେଉଳରେ ବଡ଼ଦିଅଁଙ୍କୁ ଦର୍ଶନ କରିପାରିନି। ଏବେ ସବୁଠି ସରକାରୀ ନିୟମ କୋହଳ ହେଲାଣି। ତେଣୁ ଶୀଘ୍ର ସିଂହଦ୍ୱାର ସହ ଶୈଳଶ୍ରୀକ୍ଷେତ୍ର ଓ ଅନ୍ୟ ଦେବଦେବୀ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଗଲେ ଭଲ ହେବ।
-ହେମଲତା ଦଳବେହେରା, ଅନୁଗୋଳ

ଅନୁମତି ମିଳିଲେ ପୁରୀ ଯିବି
୨୩ ତାରିଖରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ମିଳିଲେ ନିଶ୍ଚିତ ପୁରୀ ଯିବି। ତେବେ ସରକାର ଯଦି ପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ଦେବେ, ତା’ହେଲେ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। ସେହି ଦୁର୍ଲଭ ଦର୍ଶନ କଥା ଭାବିଲା ବେଳକୁ ମନ କେଉଁଠାରେ ଲାଗୁନାହିଁ। ସରକାର ଶୀଘ୍ର ସେହି ସୁଯୋଗ ଶ୍ରଦ୍ଧାଳୁଙ୍କୁ ଦିଅନ୍ତୁ।
-ଜୟଶ୍ରୀ ମିଶ୍ର, ଅନୁଗୋଳ

ଜୀବିକାକୁ ମାରି ଦିଆ ନ ଯାଉ
ମନ୍ଦିର ଖୋଲିବା ନେଇ ଏଯାଏ ପ୍ରଶାସନ ସେବାୟତମାନଙ୍କ ସହ ଆଲୋଚନା କରିନାହିଁ। ତେବେ ଶ୍ରୀମନ୍ଦିର ଖୋଲାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଥିବାରୁ ଏ ଦିଗରେ ଆଶା ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଦେବାଳୟ ବନ୍ଦ ଯୋଗୁ ସେବାୟତମାନଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିଛି। ତେଣୁ ଆଉ ଅଧିକ ଦିନ ଭକ୍ତଙ୍କୁ ବାରଣ କରି ଆମ ଜୀବିକା ମାରି ଦିଆ ନ ଯାଉ।
-ସଞ୍ଜୟ କୁମାର ଦେହୁରୀ, ସେବାୟତ କମିଟି ସମ୍ପାଦକ, ଦେଉଳଝରୀ

ଆଉ ଅପେକ୍ଷା ପାଇଁ ଧୈର୍ଯ୍ୟ ନାହିଁ
ସରକାର କୋଭିଡ୍‌ ନିୟମରେ ବହୁ କୋହଳ କଲେଣି। ଖୋଲା ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ରାଜନୈତିକ ସଭା ସମିତି ଯାଏ ଅନୁମତି ଦେଲେଣି। କିନ୍ତୁ ଭକ୍ତଙ୍କ କଥା ଉଠିଲେ ସଂକ୍ରମଣ ଭୟ ଦେଖାଉଛନ୍ତି। ତେଣୁ ଭଗବାନ୍‌ଙ୍କଠାରୁ ଭକ୍ତଙ୍କୁ ଆଉ ଦୂରେଇ ରଖା ନ ଯାଉ। ଆମ ପାଖରେ ଅଧିକ ଧୈର୍ଯ୍ୟ ମଧ୍ୟ ନାହିଁ। ଶ୍ରୀମନ୍ଦିର ସହ ଅନୁଗୋଳ ଜିଲାରେ ଥିବା ମନ୍ଦିରଗୁଡ଼ିକ ଖୋଲି ଦିଆଯାଉ।
-ଗୀତା ବିଶ୍ୱାଳ, ଅନୁଗୋଳ

ନିର୍ଦ୍ଦେଶ ଆସିଲେ ଆଲୋଚନା
ଅନୁଗୋଳ ଜିଲାରେ ଥିବା ମନ୍ଦିରଗୁଡ଼ିକ ଖୋଲିବା ନେଇ ସରକାରଙ୍କ ନିକଟରୁ କୌଣସି ନିର୍ଦ୍ଦେଶ କି ଏସ୍‌ଓପି ଆସିନାହିଁ। ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ବୈଠକର ନିଷ୍ପତ୍ତି ସରକାରଙ୍କ ଉପରେ ଛଡ଼ାଯାଇଛି। ଅନୁମତି ଦେବା ପରେ ଜିଲାରେ କୋଭିଡ୍‌ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବା ସହ ପ୍ରତିଷ୍ଠିତ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ବନ୍ଧାହେଲେ, ବିବାହ କଲେ

ବଇଣ୍ଡା,୮ା୬(ଡି.ଏନ.ଏ.)- ମିସ୍‌କଲ୍‌ରୁ ମହିଳାଙ୍କ ସହ ପ୍ରେମ ଓ ସ୍ବାମୀ ନ ଥିବା ବେଳେ ରାତିରେ ତାଙ୍କ ଘରେ ପଶିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ରାମବାସୀଙ୍କ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ବନ୍ତଳା,୮।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣା କୋଟ ଥାନା ସାରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମ ଆମ୍ବ ତୋଟାରେ ମଙ୍ଗଳବାର ସକାଳେ ସୁଶୀଲ ଦାସ (୧୯) ଓରଫ ଟିନୁଙ୍କର ଝୁଲନ୍ତା...

ସହର ସୁରକ୍ଷାକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୨୨।୧୨ ବଜାର ମଧ୍ୟରେ ହେଉ କିମ୍ବା କଲୋନୀ, ଲୁଟ୍‌, ଛିନତାଇ କରି ସହଜରେ ଖସିଯାଉଛନ୍ତି ଦୁର୍ବୃତ୍ତ। ସର୍ବସମ୍ମୁଖରେ ଅପରାଧ ଘଟୁଥିଲେ ମଧ୍ୟ ରୋକିବାକୁ...

୮ ଲକ୍ଷ ଟଙ୍କା ହେରଫେର ଉଦ୍ୟମ

ଅନୁଗୋଳ ଅଫିସ, ୧୩ା୧୦: ଅନୁଗୋଳ ଜିଲା ତାଳଚେର ପୌରପାଳିକାର ଜଣେ କନିଷ୍ଠ ଯନ୍ତ୍ରୀ(ଜେଇ) ଏକ ପୋଖରୀ ପୁନରୁଦ୍ଧାର ବିଲ୍‌ରେ ୮ ଲକ୍ଷ ଟଙ୍କା ହେରଫେର କରିବାକୁ...

ବିଳମ୍ବ ସତ୍ତ୍ୱେ ଜମୁଛି ବାଣ ବେପାର

ଅନୁଗୋଳ ଅଫିସ, ୨୪ା୧୦:ଦୀପାବଳିକୁ ନେଇ ଏଥର ବିପୁଳ ଉତ୍ସାହ। କରୋନା ପାଇଁ ଗତ ୨ ବର୍ଷ ଧରି କଟକଣା ମଧ୍ୟରେ ଏହି ଆଲୋକର ପର୍ବ ପାଳନ...

ସାତକୋଶିଆରୁ ୩ ଗଁ। ବିସ୍ଥାପନ ଯୋଜନା

ଅନୁଗୋଳ ଅଫିସ୍‌, ୨୪ା୭ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯୋଜନା ପରେ ଯୋଜନା କରୁଛି। ମହାବଳ ବାଘ ‘ମହାବୀର’ର...

ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ସୂଚନା: ୫ ବର୍ଷରେ ହେବ ୩ଶହ ମିଲିୟନ ଟନ୍‌ ଉତ୍ପାଦନ

ତାଳଚେର,୧୬ା୬(ନି.ପ୍ର.)- ଆଗାମୀ ୫ ବର୍ଷରେ ଏମ୍‌ସିଏଲ୍‌ ୩ଶହ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରିବ ବୋଲି ସିଏମ୍‌ଡି ଭୋଳାନାଥ ଶୁକ୍ଳା ପ୍ରକାଶ କରିଛନ୍ତି। ଡେରା ସିଏମ୍‌ଡି...

୨୯ରେ କୁଲାଡ଼ ଗ୍ରାମବାସୀଙ୍କ ଆନ୍ଦୋଳନ

ବଅଁରପାଳ,୨୬।୧୧(ଡି.ଏନ.ଏ.): ନାଲ୍‌କୋ ପାରିପାର୍ଶ୍ୱିକ ଗ୍ରାମ କୁଲାଡ଼ ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଊଷାରାଣୀ ସ୍ବାଇଁ ଏହାର ନେତୃତ୍ୱ ନେଇଥିଲେ। ବୈଠକରେ...

Advertisement
Archives

Model This Week