Posted inଜାତୀୟ

ଦିଲ୍ଲୀରେ ଜଳ ସଙ୍କଟ: ମାସିକ ୧୦ ହଜାରରୁ କମ ରୋଜଗାର କରୁଥିବା ଲୋକେ ଆୟର ୧୫% ପାଣି କିଣିବାରେ ଖର୍ଚ୍ଚ କରୁଛନ୍ତି

ନୂଆଦିଲ୍ଲୀ,୧୯।୮: ଗ୍ରୀନପିସ ଇଣ୍ଡିଆର ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ନିମ୍ନ ଆୟ ବର୍ଗର ପରିବାରମାନେ ଜଳ ସଙ୍କଟ ଓ ବେସରକାରୀ ଜଳ ଯୋଗାଣକାରୀଙ୍କ ଉପରେ ଅଧିକ ନିର୍ଭରଶୀଳ। ‘ଓ୍ୱାଟର ଆକ୍ସେସ ଅଡିଟ: ଗ୍ୟାପ୍ସ, କଷ୍ଟସ ଆଣ୍ଡ ବିଓଣ୍ଡ’ ଶୀର୍ଷକ ଏହି ଅଧ୍ୟୟନରେ ଦିଲ୍ଲୀର ୧୨ଟି ଅଞ୍ଚଳର ୫୦୦ ପରିବାର ଉପରେ ସର୍ଭେ କରାଯାଇଛି।

ରିପୋର୍ଟ ଅନୁଯାୟୀ, ୩୪% ପରିବାର ଦୋକାନରୁ ପାନୀୟ ଜଳ କିଣୁଛନ୍ତି, ୨୯% ଜଳ ଟ୍ୟାଙ୍କର ଉପରେ ନିର୍ଭରଶୀଳ, ୨୧% ଜଳ ଏଟିଏମରୁ ପାଣି ସଂଗ୍ରହ କରୁଛନ୍ତି, ୧୪% ଭୂଗର୍ଭ ଟାଙ୍କି ଏବଂ ୨% ପଡ଼ୋଶୀଙ୍କଠାରୁ ପାଣି ଧାର କରୁଛନ୍ତି। ପ୍ରାୟ ୩୭% ପରିବାର ଦୈନିକ ୨୦-୨୫ ଲିଟର ପାଣି ଆବଶ୍ୟକ କରୁଥିବା କହିଥିବା ବେଳେ, ମାତ୍ର ୨୮% ପରିବାର ପର୍ଯ୍ୟାପ୍ତ ପାଣି ପାଉଛନ୍ତି।

ମାସିକ ୬,୦୦୦ ରୁ ୧୦,୦୦୦ ଟଙ୍କା ରୋଜଗାର କରୁଥିବା ପରିବାରମାନେ ସେମାନଙ୍କ ଆୟର ୧୫% ପାଣି କିଣିବାରେ ଖର୍ଚ୍ଚ କରୁଛନ୍ତି। ୭୦% ପରିବାରର ମାସିକ ଖାଦ୍ୟ ବଜେଟ ପାଣିର ମୂଲ୍ୟବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଛି। ଏହା ସେମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା ଖର୍ଚ୍ଚକୁ କ୍ଷତିଗ୍ରସ୍ତ କରୁଛି।

୩୮% ଉତ୍ତରଦାତା କହିଛନ୍ତି ଯେ ପାଣି ସଂଗ୍ରହ ପାଇଁ ଲମ୍ବା ଲାଇନରେ ଛିଡ଼ା ହେବା ଯୋଗୁଁ ସେମାନେ କାମ ହରାଇଛନ୍ତି କିମ୍ବା ବିଳମ୍ବରେ ପହଞ୍ଚିଛନ୍ତି। ବିଶେଷତଃ ମହିଳା ଓ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ଜଳ ଅସୁରକ୍ଷା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ।

୨୯% ପରିବାର ଜଳ ଟ୍ୟାଙ୍କର ଉପରେ ନିର୍ଭରଶୀଳ ଥିବା ବେଳେ, ଏହାର ଗୁଣବତ୍ତା ନିମ୍ନମାନର ହେଉଛି। ଅନେକ ଅଞ୍ଚଳରେ ଟ୍ୟାଙ୍କର ସପ୍ତାହରେ ଥରେ କିମ୍ବା ଦୁଇ ସପ୍ତାହରେ ଥରେ ଆସୁଛି, ଯାହା ଲୋକଙ୍କୁ ବେସରକାରୀ ଯୋଗାଣକାରୀଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ କରୁଛି। କେତେକ ପରିବାର ଟ୍ୟାଙ୍କର ନିୟମିତ ଆସିବା ପାଇଁ ଅର୍ଥ ପ୍ରଦାନ କରୁଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ଏପ୍ରିଲରେ ଦିଲ୍ଲୀ ସରକାର ୩,୦୦୦ ଜଳ ଏଟିଏମ ସ୍ଥାପନର ଘୋଷଣା କରିଥିଲେ ହେଁ, ଏପ୍ରିଲ-ଜୁନ ମଧ୍ୟରେ ମାତ୍ର ୨୦ଟି ଏଟିଏମ ସ୍ଥାପନ ହୋଇଛି। ଏହି ଏଟିଏମଗୁଡ଼ିକ ସବୁବେଳେ ୨୦ ଲିଟର ପାଣି ଯୋଗାଣ କରୁନାହିଁ ଏବଂ ସର୍ବଦା କାର୍ଯ୍ୟକ୍ଷମ ରହୁନାହିଁ।

ରିପୋର୍ଟରେ ୩,୦୦୦ ଜଳ ଏଟିଏମ ପରିବର୍ତ୍ତେ ୫,୦୦୦ ଏଟିଏମ ସ୍ଥାପନ, ଶ୍ରମଚୌକ, ନିର୍ମାଣ ସ୍ଥଳୀ, ଦୋକାନ, ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପ ଅଞ୍ଚଳରେ ଏଟିଏମ ସ୍ଥାପନ, ସରକାରୀ ଜଳ ବିତରଣ ପଏଣ୍ଟର ମରାମତି, ଦିଲ୍ଲୀ ଜଳ ବୋର୍ଡ ଦ୍ୱାରା ନିୟମିତ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଦୁର୍ନୀତି ରୋକିବା ଏବଂ ଅସଂଗଠିତ ବସ୍ତିରେ ଜଳ ଭିତ୍ତିଭୂମିରେ ବିନିଯୋଗ କରିବାକୁ ସୁପାରିଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଅନ୍ତର୍ଜାତୀୟ ବିମାନ ବନ୍ଦର! ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ସେପ୍ଟେମ୍ବର ୪ ଅପରାହ୍ନରେ ଆରମ୍ଭ ହୋଇଥିବା ବର୍ଷା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ପାଣି ଜମି ରହିବା…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ମେଲୋନିଙ୍କୁ ଖାସ୍‌ ମେସେଜ୍‌ ପଠାଇଲେ ମୋଦି, କହିଲେ ଡିୟର…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ…

୧୫୦୦ କିଲୋଗ୍ରାମ ପ୍ରସାଦ ସହ ୫୦୦ରୁ ଅଧିକ ବ୍ୟଞ୍ଜନର ନୈବେଦ୍ୟ, ଜନ୍ମାଷ୍ଟମୀ ପାଇଁ ନୋଏଡାରେ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ନୋଏଡାର ମନ୍ଦିରଗୁଡ଼ିକ ଭକ୍ତି, ମହିମା ଏବଂ ରାନ୍ଧଣା ଆନନ୍ଦର ଏକ ଅନନ୍ୟ ମିଶ୍ରଣ ଦେଖିବେ। କିଛି ସ୍ଥାନରେ, ଭଗବାନ ଶ୍ରୀକୃଷ୍ଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri