ପେଗାସସ୍‌ ପାଇଁ ଶାନ୍ତିରେ ଶୋଇପାରୁଛନ୍ତି ଲୋକେ

ଜେରୁଜେଲମ, ୨୫ା୭: ଇସ୍ରାଏଲରେ ପ୍ରସ୍ତୁତ୍‌ ସ୍ପାଏଓ୍ବେର ପେଗାସସ୍‌କୁ ନେଇ ବିବାଦ ଥମୁ ନ ଥିବାବେଳେ ଏହାର ନିର୍ମାତା ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ନିଜ ପକ୍ଷ ରଖିଛି। ପେଗାସସ୍‌ ଟେକ୍ନୋଲୋଜି ଯୋଗୁ ବିଶ୍ୱର କୋଟି କୋଟି ଲୋକ ରାତିରେ ଶାନ୍ତିରେ ଶୋଇପାରୁଛନ୍ତି। ବିଭିନ୍ନ ଦେଶର ଗୋଇନ୍ଦା ସଂସ୍ଥା ଏହାକୁ ବ୍ୟବହାର କରି ଅନେକ ଅପରାଧ, ଆତଙ୍କବାଦୀ କାର୍ଯ୍ୟକଳାପକୁ ପୂର୍ବରୁ ରୋକି ଦେଉଛନ୍ତି। ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ଶନ ସହାୟତାରେ ଲୁଚି ରହିଥିବା ଅପରାଧୀଙ୍କୁ ଧରାଇବାରେ ଏହା ବେଶ୍‌ ସହାୟକ ହୋଇପାରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ତେବେ ଏହା ଦ୍ୱାରା ସଂଗୃହୀତ ତଥ୍ୟ ଏନ୍‌ଏସ୍‌ଓ ନିଜ ପାଖରେ ରଖେ ନାହିଁ କିମ୍ବା ସେହି ଟେକ୍ନୋଲୋଜିର ପରିଚାଳନା କରି ନ ଥାଏ ବୋଲି ଏନ୍‌ଏସ୍‌ଓର ଜଣେ ମୁଖପାତ୍ର ପ୍ରକାଶ କରିଛନ୍ତି। ଏକ ସୁରକ୍ଷିତ ପୃଥିବୀ ଗଠନ ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାର କରାଯାଇ ବିଭିନ୍ନ ଦେଶରେ ଅନେକ ଜଣାଶୁଣା ବ୍ୟକ୍ତିତ୍ୱ, ରାଷ୍ଟ୍ରମୁଖ୍ୟ, ରାଜନେତା, ବିଚାର ବିଭାଗୀୟ କାର୍ଯ୍ୟକର୍ତ୍ତା, ସାମାଜିକକର୍ମୀ, ଖବରଦାତା ପ୍ରମୁଖଙ୍କ କାର୍ଯ୍ୟକଳାପ ତଥା ଗତିବିଧି ଉପରେ ନଜର ରଖାଯାଇଥିବା ନେଇ ନିକଟରେ ‘ଦି ଓ୍ବେର’ ନ୍ୟୁଜ୍‌ ଓ୍ବେବସାଇଟ୍‌ ରିପୋର୍ଟ ପ୍ରକାଶ କରିଥିଲା। ଭାରତରେ ୩ ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ ଏହା ଯୋଗେ ଟ୍ରାକ୍‌ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଭୂକମ୍ପ, ଘଣ୍ଟାକ ଭିତରେ ୩ ଥର ଥରି ଉଠିଲା, ଜାରି ହେଲା ସୁନାମୀ ସତର୍କତା

ମାନିଲା,୮।୬: ସୋମବାର (ଜୁନ ୮) ସକାଳେ ଫିଲିପାଇନ୍ସରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଗୋଟିଏ ଘଣ୍ଟା ମଧ୍ୟରେ ଭୂମି ତିନିଥର ଥରି ଉଠିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର…

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri