ବାଙ୍କୀରେ ପଶିଲା ମହାନଦୀ ପାଣି: ଲୋକେ ଆତଙ୍କିତ

ବାଙ୍କୀ,୨୯।୮(ସ୍ବ.ପ୍ର.): ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଗୟଳବାଙ୍କଠାରେ ଶନିବାର ମହାନଦୀର ବନ୍ୟାଜଳ ଘାଇ ଭଙ୍ଗା ପୋଲଦେଇ ବିଲରେ ମାଡ଼ୁଛି। ବାଙ୍କିରେ ମହାନଦୀର ବନ୍ଧ ପାଠପୁରଯାଏ ରହିଛି। ଏବେ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ସେଠାରେ ଜଣେ ଘରୋଇ ବ୍ୟକ୍ତି ଚାଷଜମିକୁ ନିରାପଦରେ ରଖିବା ପାଇଁ ନିଜେ ନିର୍ମାଣ କରିଥିବା ବାଲିବନ୍ଧ ଶନିବାର ଭୁଷୁଡ଼ି ପଡ଼ିଛି। ସେ ଏହି ବନ୍ଧ ନିକଟରେ ଏକ ପୋଖରୀ ନିର୍ମାଣ କରିଥିଲେ। ବନ୍ୟାଜଳ ପୋଖରୀରେ ଭର୍ତ୍ତି ହୋଇ ସିଧାସଳଖରେ ଥିବା ଏକ ପୋଲଦେଇ ଚାଷଜମିକୁ ଯାଉଛି। ଫଳରେ ଚାଷୀମାନେ ଚିନ୍ତିତ ହୋଇଯାଇଛନ୍ତି। ସେହିଭଳି ରଣନଦୀ ଦେଇ ବନ୍ୟାଜଳ ସିଧାସଳଖ ବାଙ୍କୀ ଚାଷଜମିକୁ ପ୍ରବେଶ କରୁଛି। ଏହିଭଳି ଲାଗି ରହିଲେ ସମଗ୍ର ବାଙ୍କୀ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ। ବାଙ୍କୀରେ ବିପଦ ସଙ୍କେତ ୭.୮ ମିଟର ରହିଥିବା ବେଳେ ଏବେ ଜଳସ୍ତର ୮.୧ ମିଟର ରହଥିବା ଯୋଗୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ମୃତ୍ୟୁ ଘଟଣା: ପ୍ରଧାନ ଓ୍ବାର୍ଡନ ନିଲମ୍ବିତ, ଶିକ୍ଷୟିତ୍ରୀ ବହିଷ୍କାର

ମୁନିଗୁଡ଼ା,୧୩।୭:  ମୁନିଗୁଡ଼ା  ଜିଲା   ରାୟଗଡ଼ା ବ୍ଲକ ଅନ୍ତର୍ଗତ କୁମୁଡ଼ାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ  ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।...

କରୋନା ପାଇଁ ଆଶ୍ୱସ୍ତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବିଶ୍ୱବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତାଙ୍କ ସାନ୍ନିଧ୍ୟ ପାଇବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଛୁଟି ଆସନ୍ତି। ବିଶ୍ୱନିୟନ୍ତାଙ୍କ...

ଏଫ୍‌ଏସ୍‌ଟିପି ପରିଦର୍ଶନ କଲେ ଅନ୍ତର୍ଜାତୀୟ ଟିମ୍‌

ଅନୁଗୋଳ ଅଫିସ୍‌, ୩୧।୧ – ଅନୁଗୋଳ ପୌରପାଳିକା ପକ୍ଷରୁ ପଞ୍ଚମହଲାରେ ନିର୍ମାଣ ହୋଇଥିବା ଫିକଲ ସ୍ଲଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏଫ୍‌ଏସ୍‌ଟିପି) ପରିଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ଟିମ୍‌।...

ରାଉରକେଲା ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଉରକେଲା ଆଇଜିଏଚରେ ଶୁକ୍ରବାର ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଛି। ଭିଡିଓ କନଫରେନ୍ସସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି। ରାଉରକେଲା ରାଜ୍ୟର ୩ୟ...

ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା

କଟକ ଅଫିସ୍‌, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ...

ଅଲିଭ୍‌ ରିଡ୍‌ଲେ କଇଁଛ ମୃତ୍ୟୁ ଘଟଣା: ୩ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ୍‌,୨୮।୨: କେନ୍ଦ୍ରାପଡ଼ା ଜିଲା ଗହୀରମଥା ମୁହାଣରେ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ହାଇକୋର୍ଟ...

ସହରକୁ ପଶି ଆସିଲା କୁଟୁରା

ଦେବଗଡ଼,୧୨ା୫(ଡି.ଏନ.ଏ.): ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମହୁଲଢିପା ସାହିକୁ ମଙ୍ଗଳବାର ପଶି ଆସିଥିବା ଏକ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି। ଉଦ୍ଧାର ପରେ ଆହତ କୁଟୁରାର...

୧୩ ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଓଡ଼ିଶାରୁ ବିଭିନ୍ନ ସ୍ଥାନକୁ ୧୩ ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱରରୁ ବାଙ୍ଗାଲୋର ଓ ସୁରଟକୁ ଗତ ୨୦ ତାରିଖରୁ ବିମାନ...

Advertisement


Archives

Model This Week

Why Dharitri