ପ୍ଲାଜ୍‌ମା ଦେବାକୁ ଲୋକେ ଅନାଗ୍ରହୀ

ନୂଆଦିଲ୍ଲୀ,୨୫ା୭(ପି.ଟି.): କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସହାୟକ ହେଉଥିବାବେଳେ ଏଥିପାଇଁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲାଯାଇଛି। କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହା ସତ୍ତ୍ୱେ ପ୍ଲାଜ୍‌ମା ଦାନ ପାଇଁ ଆରୋଗ୍ୟଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉନାହିଁ। ସେମାନଙ୍କ ମନରେ ଅଜଣା ଭୟ ରହୁଥିବା ଡାକ୍ତରମାନେ କହିଛନ୍ତି। ଦିଲ୍ଲୀରେ ଜୁଲାଇ ୨ରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ ହୋଇଥିଲାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୨୦ ଜଣ ପ୍ଲାଜ୍‌ମା ଦାନ କରିଛନ୍ତି। ଦିଲ୍ଲୀରେ ଲକ୍ଷେରୁ ଅଧିକ ଲୋକ କୋଭିଡ୍‌ରୁ ଆରୋଗ୍ୟ ହୋଇସାରିଲେଣି। ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଲିଭର ଆଣ୍ଡ ବିଲିଆରି ସାଇନ୍ସ (ଆଇଏଲ୍‌ବିଏସ୍‌)ରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲିବା ଦିନ ୧୦ ଜଣ ପ୍ଲାଜ୍‌ମା ଦାନ କରିଥିଲେ। ଏହା ପରେ ଦିନକୁ ହାରାହାରି ୧୫ ଜଣ ପ୍ଲାଜ୍‌ମା ଦେବାକୁ ଆସୁଛନ୍ତି। ପ୍ଲାଜ୍‌ମା ଦେଲେ କୌଣସି କ୍ଷତି ନାହିଁ। କିନ୍ତୁ ଲୋକମାନଙ୍କ ମନରେ ଏକପ୍ରକାର ଅଜଣା ଭୟ ରହୁଥିବା ଆଇଏଲ୍‌ବିଏସ୍‌ର ଜଣେ ଅଧିକାରୀ କହିଛନ୍ତି। ସେହିପରି ଏଲ୍‌ଏନ୍‌ଜେପି ହସ୍ପିଟାଲ ପ୍ଲାଜ୍‌ମା ବ୍ୟାଙ୍କକୁ ଏପର୍ଯ୍ୟନ୍ତ ମାତ୍ର ୧୯ ଜଣ ପ୍ଲାଜ୍‌ମା ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମିନିଟ୍‌ ସ୍କୁଲ ବିଳମ୍ବରେ ଆସିବାରୁ ଶିକ୍ଷକ ଦେଲେ ଏମିତି ଦଣ୍ଡ, ଏବେ ଭେଣ୍ଟିଲେଟରରେ ଛାତ୍ର

ଫରିଦାବାଦ,୧୧।୧୧: ଫରିଦାବାଦର ବଲାଭଗଡ ସେକ୍ଟର-୧୧, ଦିଲ୍ଲୀ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଅପୂର୍ବ ଯାଦବଙ୍କୁ ସ୍କୁଲରେ ୧୦ ମିନିଟ ବିଳମ୍ବ ହେତୁ ତାଙ୍କୁ କଡ଼ା...

ଗୁଜରାଟରେ ୪ ହଜାରଙ୍କ ମଧ୍ୟରୁ ୧୮୨ ପ୍ରାର୍ଥୀ ଚୟନ କରିବ ଭାଜପା, ଚୟନ ପାଇଁ ୩ ସୁତ୍ରୀ ନିୟମ…

ଅହମଦାବାଦ,୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ରାଜ୍ୟରେ ଭାଜପା ରାଜ୍ୟରେ ସକ୍ରିୟ ହୋଇପଡିଛି। ଦଳର ଗୁରୁତ୍ୱପୂର୍ଣ୍ଣ ୩ ଦିନିଆ ବୈଠକ ଗୁଜୁରାଟ ମୁଖ୍ୟାଳୟରେ ଆରମ୍ଭ...

ରିକ୍ସା ଚାଳକଙ୍କ ଝିଅ ବିବାହରେ ଶୁଭେଚ୍ଛା ବାର୍ତ୍ତା ପଠାଇଲେ ମୋଦି

ବାରାଣସୀ,୧୬।୨: ଉତ୍ତରପ୍ରଦେଶ ବାରାଣସୀର ରିକ୍ସା ଚାଳକ ମଙ୍ଗଳ କେବଟଙ୍କ ଘରେ ଝିଅ ବାହାଘର ପାଇଁ ଖୁସିର ପରିବେଶ ସୃଷ୍ଟି ହୋଇଛି। ଆଉ ଏହି ଖୁସି ଏବେ...

ତୁଷାରପାତରେ ଚାଲିଗଲା ୨ ଜୀବନ

ଶ୍ରୀନଗର,୨୪।୧୦: ଜମ୍ମୁ-କଶ୍ମୀରର ତୁଷାରପାତରେ ଫସି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଶନିବାର...

କରୋନା ବାହାନାରେ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା କମାଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ, ୫।୯: କେନ୍ଦ୍ର ସରକାରଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଶନିବାର ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ବାହାନାରେ କେନ୍ଦ୍ର ସରକାରଙ୍କ...

ବର୍ଷକରେ କରୋନା ଟିକା ନେଇ ୯ ଜଣଙ୍କ ମୃତ୍ୟୁ, କୋଭିଶିଲ୍ଡ ନେଇ ୮-କୋଭାକ୍ସିନ ଯୋଗୁ ଜଣେ…

ନୂଆଦିଲ୍ଲୀ, ୨୧।୪ : କରୋନା ଟିକା ନେବା ପରେ ଘଟିଥିବା ପାର୍ଶ୍ୱ ପ୍ରତିକ୍ରିୟା  ଘଟଣାଗୁଡ଼ିକ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ କମିଟି (ଏଇଏଫ୍‌ଆଇ) ଅନୁଯାୟୀ, ଫେବୃଆରୀ...

ଆଜି ଆଉ ୧୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୪୯୫କୁ ବୃଦ୍ଧି

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୨ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୯୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ସିଏଏ ବିରୋଧୀ ହିଂସା ପାଇଁ ବାହାରୁ ଆସୁଥିଲା ଅର୍ଥ !

ନୂଆଦିଲ୍ଲୀ,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ପଛରେ ଦେଶ ବିରୋଧୀ ଶକ୍ତି ଅଛି ବୋଲି କୁହାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦଶାଳୟ(ଇଡି)ର ଏକ ରିପୋର୍ଟରେ କୁହାଯାଇଛି କି...

Advertisement
Archives

Model This Week