ଲୋକଙ୍କୁ ମିଳୁନି, ଘାଟ୍‌ କଟିଂ କାମ କରୁଛି ମେଶିନ୍‌

ପଟ୍ଟାଙ୍ଗି, ୧୪।୨(ଡି.ଏନ୍‌.ଏ):ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନ କାମ କରୁଛନ୍ତି। ଉକ୍ତ କାମରେ ଗ୍ରାମାଞ୍ଚଳ ଲୋକଙ୍କୁ ନିୟୋଜିତ କରିବାକୁ ମଧ୍ୟ କେତେକ ଜାଗାରେ ନିୟମ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅଲଗା। ଫଳରେ ଲୋକେ ବାଧ୍ୟ ହୋଇ ନିଜ ଅଞ୍ଚଳରେ କାମ ନ ପାଇ ପଡୋଶୀ ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଗ୍ରାମାଞ୍ଚଳରେ ହେଉଥିବା କାମ ସମ୍ପର୍କରେ ମଧ୍ୟ ବିଭାଗୀୟ ଅଧିକାରୀ ବା କର୍ମଚାରୀଙ୍କ ପାଖରେ କୌଣସି ଖବର ରହୁନାହିଁ। ଏପରି ଅବ୍ୟବସ୍ଥା କୋରାପୁଟ ଜଲା ପଟ୍ଟାଙ୍ଗି ବ୍ଲକ ଅଧୀନ ରାଲେଗଡା ପଞ୍ଚାୟତ ସୁନିୱାଲସାରେ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ସୁନିୱାଲସାରେ ୧୦ରୁ ୧୫ଘର ରହିଛି। ଜାତୀୟ ରାଜପଥରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଚଲାବାଟ ହୋଇଥିବା ସହ ବର୍ତ୍ତମାନ ଉକ୍ତ ରାସ୍ତାରେ ଜେସିବି ସାହାଯ୍ୟରେ ଘାଟ୍‌ କଟିଂ କାମ କରାଯାଉଛି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗ୍ରାମବାସୀ ସେଠାରେ ପହଞ୍ଚତ୍ ଏଠାରେ କେଉଁ ବିଭାଗ କାର୍ଯ୍ୟ କରାଉଛି ବୋଲି ପଚାରିବା ସହ ମେଶିନ ଯୋଗେ କାମ ନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଯେଉଁ ଗ୍ରାମକୁ ରାସ୍ତା ନାହିଁ, ସେଠାରେ ପ୍ରଥମେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରିବାର ସରକାରୀ ନିୟମ ରହିଛି। କିଛି ବର୍ଷ ତାହାର ଉନ୍ନତୀକରଣ କାମ ଉକ୍ତ ଯୋଜନା ଅଧୀନରେ କରାଯିବା ପରେ ରାସ୍ତାକୁ ଆର୍‌ଡି ବିଭାଗକୁ ହସ୍ତାନ୍ତର କରିବା ନିୟମ ରହିଛି। ଏହି ନିୟମ ଉଲ୍ଲଂଘନ କରାଯାଉଥିବା ସ୍ପଷ୍ଟ ବାରି ହେଉଛି। ଏନେଇ ପ୍ରଥମେ ରାଲେଗଡା ପଞ୍ଚାୟତ ଦାୟିତ୍ୱରେ ରହିଥିବା ବ୍ଲକର କନିଷ୍ଠ ଯନ୍ତ୍ରୀ ରଶ୍ମିତା ରାଉତଙ୍କୁ ଉକ୍ତ କାମ କିଏ କରୁଛି ଏବଂ କାହା ନିର୍ଦ୍ଦେଶରେ ହେଉଛି ବୋଲି ପଚରା ଯାଇଥିଲା। ମୁଁ କିଛି ଜାଣି ନାହିଁ କିମ୍ବା କୌଣସି ନିର୍ଦ୍ଦେଶ ଏବଂ ଉକ୍ତ କାମ ସମ୍ପର୍କରେ କୌଣସି ସରକାରୀ ରେକର୍ଡ ଖୋଲା ହୋଇ ନାହିଁ ବୋଲି ସେ କହିଥିଲେ। ସେହିପରି ଉକ୍ତ କାମ ସମ୍ପର୍କରେ ଆର୍‌ଡି ବିଭାଗର ଏସ୍‌ଡିଓ ସୁନିଲ କୁମାର ଦାସଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯିବାରୁ ଉକ୍ତ କାମ ଆମ ବିଭାଗ ପକ୍ଷରୁ ହେଉନାହିଁ କିମ୍ବା ରାଲେଗଡା ପଞ୍ଚାୟତରେ ବର୍ତ୍ତମାନ ଆମ ବିଭାଗ ପକ୍ଷରୁ କୌଣସି କାମ ହେଉ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଉପରୋକ୍ତ ୨ ବିଭାଗ ଯନ୍ତ୍ରୀ ବା ଅଧିକାରୀଙ୍କଠାରୁ ଏହିପରି ମତାମତ ଶୁଣିବା ପରେ ଉକ୍ତ କାମ କିଏ କରୁଛି ଏବଂ ଏହା କାହା ନିର୍ଦ୍ଦେଶରେ ହେଉଛି ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି। କେବଳ ସୁନିୱାଲସା ଗ୍ରାମରେ ନୁହେଁ, ଏହିପରି କାମ ବ୍ଲକ ଅଧୀନରେ ରହିଥିବା ବିଭିନ୍ନ ପଞ୍ଚାୟତରେ ଲୁଛାଛପାରେ କରାଯାଉଛି, ଯାହାକି ତଦନ୍ତସାପେକ୍ଷ ବୋଲି ବ୍ଲକ ଉପାଧ୍ୟକ୍ଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri