ଲୋକଙ୍କୁ ମିଳୁନି, ଘାଟ୍‌ କଟିଂ କାମ କରୁଛି ମେଶିନ୍‌

ପଟ୍ଟାଙ୍ଗି, ୧୪।୨(ଡି.ଏନ୍‌.ଏ):ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନ କାମ କରୁଛନ୍ତି। ଉକ୍ତ କାମରେ ଗ୍ରାମାଞ୍ଚଳ ଲୋକଙ୍କୁ ନିୟୋଜିତ କରିବାକୁ ମଧ୍ୟ କେତେକ ଜାଗାରେ ନିୟମ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅଲଗା। ଫଳରେ ଲୋକେ ବାଧ୍ୟ ହୋଇ ନିଜ ଅଞ୍ଚଳରେ କାମ ନ ପାଇ ପଡୋଶୀ ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଗ୍ରାମାଞ୍ଚଳରେ ହେଉଥିବା କାମ ସମ୍ପର୍କରେ ମଧ୍ୟ ବିଭାଗୀୟ ଅଧିକାରୀ ବା କର୍ମଚାରୀଙ୍କ ପାଖରେ କୌଣସି ଖବର ରହୁନାହିଁ। ଏପରି ଅବ୍ୟବସ୍ଥା କୋରାପୁଟ ଜଲା ପଟ୍ଟାଙ୍ଗି ବ୍ଲକ ଅଧୀନ ରାଲେଗଡା ପଞ୍ଚାୟତ ସୁନିୱାଲସାରେ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ସୁନିୱାଲସାରେ ୧୦ରୁ ୧୫ଘର ରହିଛି। ଜାତୀୟ ରାଜପଥରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଚଲାବାଟ ହୋଇଥିବା ସହ ବର୍ତ୍ତମାନ ଉକ୍ତ ରାସ୍ତାରେ ଜେସିବି ସାହାଯ୍ୟରେ ଘାଟ୍‌ କଟିଂ କାମ କରାଯାଉଛି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗ୍ରାମବାସୀ ସେଠାରେ ପହଞ୍ଚତ୍ ଏଠାରେ କେଉଁ ବିଭାଗ କାର୍ଯ୍ୟ କରାଉଛି ବୋଲି ପଚାରିବା ସହ ମେଶିନ ଯୋଗେ କାମ ନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଯେଉଁ ଗ୍ରାମକୁ ରାସ୍ତା ନାହିଁ, ସେଠାରେ ପ୍ରଥମେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରିବାର ସରକାରୀ ନିୟମ ରହିଛି। କିଛି ବର୍ଷ ତାହାର ଉନ୍ନତୀକରଣ କାମ ଉକ୍ତ ଯୋଜନା ଅଧୀନରେ କରାଯିବା ପରେ ରାସ୍ତାକୁ ଆର୍‌ଡି ବିଭାଗକୁ ହସ୍ତାନ୍ତର କରିବା ନିୟମ ରହିଛି। ଏହି ନିୟମ ଉଲ୍ଲଂଘନ କରାଯାଉଥିବା ସ୍ପଷ୍ଟ ବାରି ହେଉଛି। ଏନେଇ ପ୍ରଥମେ ରାଲେଗଡା ପଞ୍ଚାୟତ ଦାୟିତ୍ୱରେ ରହିଥିବା ବ୍ଲକର କନିଷ୍ଠ ଯନ୍ତ୍ରୀ ରଶ୍ମିତା ରାଉତଙ୍କୁ ଉକ୍ତ କାମ କିଏ କରୁଛି ଏବଂ କାହା ନିର୍ଦ୍ଦେଶରେ ହେଉଛି ବୋଲି ପଚରା ଯାଇଥିଲା। ମୁଁ କିଛି ଜାଣି ନାହିଁ କିମ୍ବା କୌଣସି ନିର୍ଦ୍ଦେଶ ଏବଂ ଉକ୍ତ କାମ ସମ୍ପର୍କରେ କୌଣସି ସରକାରୀ ରେକର୍ଡ ଖୋଲା ହୋଇ ନାହିଁ ବୋଲି ସେ କହିଥିଲେ। ସେହିପରି ଉକ୍ତ କାମ ସମ୍ପର୍କରେ ଆର୍‌ଡି ବିଭାଗର ଏସ୍‌ଡିଓ ସୁନିଲ କୁମାର ଦାସଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯିବାରୁ ଉକ୍ତ କାମ ଆମ ବିଭାଗ ପକ୍ଷରୁ ହେଉନାହିଁ କିମ୍ବା ରାଲେଗଡା ପଞ୍ଚାୟତରେ ବର୍ତ୍ତମାନ ଆମ ବିଭାଗ ପକ୍ଷରୁ କୌଣସି କାମ ହେଉ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଉପରୋକ୍ତ ୨ ବିଭାଗ ଯନ୍ତ୍ରୀ ବା ଅଧିକାରୀଙ୍କଠାରୁ ଏହିପରି ମତାମତ ଶୁଣିବା ପରେ ଉକ୍ତ କାମ କିଏ କରୁଛି ଏବଂ ଏହା କାହା ନିର୍ଦ୍ଦେଶରେ ହେଉଛି ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି। କେବଳ ସୁନିୱାଲସା ଗ୍ରାମରେ ନୁହେଁ, ଏହିପରି କାମ ବ୍ଲକ ଅଧୀନରେ ରହିଥିବା ବିଭିନ୍ନ ପଞ୍ଚାୟତରେ ଲୁଛାଛପାରେ କରାଯାଉଛି, ଯାହାକି ତଦନ୍ତସାପେକ୍ଷ ବୋଲି ବ୍ଲକ ଉପାଧ୍ୟକ୍ଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri