ବର୍ଷେ ନ ପୂରୁଣୁ ଭୁଶୁଡ଼ିଲା ପୋଲ, ସମସ୍ୟାରେ ଗ୍ରାମବାସୀ

ମାଲକାନଗିରି,୧୪ା୨(ଡି.ଏନ୍‌.ଏ.):ମାଲକାନଗିରି ଜିଲାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ତାହା ଜନସାଧାରଣଙ୍କ ସ୍ବାର୍ଥରେ ଲାଗିପାରୁନି। ତଳସ୍ତରରେ କେତେଜଣ ଅଧିକାରୀ ଓ କର୍ମଚାରୀ ଏଥିରେ ଅବହେଳା କରୁଥିବାରୁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁନି। ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଖଡିକାଜୋଡ଼ି ଗ୍ରାମରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଜନସାଧାରଣଙ୍କ ଯାତାୟାତ ରେ ସୁବିଧା ପାଇଁ ୨୦୨୧ ରେ ଏକ ପୋଲ ନିର୍ମାଣ କରାଯାଇଥିଲା। ହେଲେ ଏହି ପୋଲ ୨୦୨୨ରେ ଭୁଶୁଡ଼ି ପଡ଼ିଥିଲା। ଏବେ ଜନସାଧାରଣ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଖଡିକାଜୋଡ଼ି ଗ୍ରାମ ନିକଟରେ ଥିବା ଛୋଟ ନାଳ ଉପରେ ଏହି ପୋଲ ନିର୍ମାଣ କରାଯାଇଥିବା ବେଳେ ପୋଲ ଦେଇ ଆଖପାଖର ବହୁ ଗ୍ରାମବାସୀ ଯାତାୟତ କରିବା ସହ ବ୍ଲକ ସଦର ମହକୁମାକୁ ଆସୁଥିଲେ। ଏଠାରେ ପୋଲ ନିର୍ମାଣ ପାଇଁ ବହୁବାର ଦାବି କରିବା ପରେ ନାଳ ଉପରେ ଏହି ପୋଲ ନିର୍ମାଣ କରାଯାଇଥିଲା। ଏବେ ଲୋକେ କଷ୍ଟେମଷ୍ଟେ ଚାଲିଯାଉଥିବାବେଳେ ବର୍ଷାଦିନ ଆସିଲେ ଲୋକଙ୍କ ସମସ୍ୟା ବଢ଼ିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ବରୁ ବର୍ଷାଦିନେ ଏହି ଗ୍ରାମବାସୀ ଯାତାୟାତ କରିବାରେ ଅସୁବିଧା ହେଉଥିବାରୁ ଗ୍ରାମ ନିକଟ ନାଳ ଉପରେ ପୋଲ ନିର୍ମାଣ କରାଯାଇଥିଲା। ହେଲେ ତାହା ବର୍ଷେ ନ ପୁରୁଣ ଭୁଶୁଡ଼ି ପଡ଼ିଥିଲା। କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ଅବହେଳା, ଅସାଧୁତା ଯୋଗୁ ଏପରି ପରିସ୍ଥିତି ଉପୁଜିଛି ବୋଲି ଗ୍ରାମବାସୀ କହିଛନ୍ତି। ପୋଲ ଭୁଶୁଡ଼ିବା ପରେ ଗ୍ରାମବାସୀ ସମ୍ପୃକ୍ତ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ହେଲେ କେହି ଶୁଣି ନ ଥିଲେ ବୋଲି ସେମାନେ କହିଛନ୍ତି। ଏ ବିଷୟରେ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚଞ୍ଚକତା କରି ୩ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରୁ ବାଦ ଅଭିଯୋଗ

ଧାମନଗର, ୧।୯ (ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର ତଥା ଚକ୍ରାନ୍ତ କରି ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ଭୋଟର…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପ୍ରସଙ୍ଗରେ ଗର୍ଜିଲା ବିଜେଡି

ଧାମନଗର,୧।୯(ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର କରି ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ଧାମନଗର…

ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ…

ଖାଦ୍ୟ ଖୋଜି ଗାଁରେ ଭାଲୁ! ରାତି ଅଧରେ ମନ୍ଦିରରେ ପଶି ନେଇଗଲା ଘିଅ ଡବା, ଭୟରେ ଗ୍ରାମବାସୀ

ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍‌…

ଟିଟିଲାଗଡ଼ ସହରରେ ହାତୀ ଆତଙ୍କ: ରେଳ ଧାରଣା ନିକଟରେ ଥିବା ବୁଦାମୂଳ ଭିତରକୁ ପଶି…

ଟିଟିଲାଗଡ଼, ୧/୯ (ସଞ୍ଜୟ କୁମାର ବେହେରା): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ସକାଳୁ ଟିଟିଲାଗଡ଼ ସହରର ମାଳଗୋଦାମପଡ଼ା ନିକଟସ୍ଥ ରେଳ ଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri