ବର୍ଷେ ନ ପୂରୁଣୁ ଭୁଶୁଡ଼ିଲା ପୋଲ, ସମସ୍ୟାରେ ଗ୍ରାମବାସୀ

ମାଲକାନଗିରି,୧୪ା୨(ଡି.ଏନ୍‌.ଏ.):ମାଲକାନଗିରି ଜିଲାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ତାହା ଜନସାଧାରଣଙ୍କ ସ୍ବାର୍ଥରେ ଲାଗିପାରୁନି। ତଳସ୍ତରରେ କେତେଜଣ ଅଧିକାରୀ ଓ କର୍ମଚାରୀ ଏଥିରେ ଅବହେଳା କରୁଥିବାରୁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁନି। ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଖଡିକାଜୋଡ଼ି ଗ୍ରାମରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଜନସାଧାରଣଙ୍କ ଯାତାୟାତ ରେ ସୁବିଧା ପାଇଁ ୨୦୨୧ ରେ ଏକ ପୋଲ ନିର୍ମାଣ କରାଯାଇଥିଲା। ହେଲେ ଏହି ପୋଲ ୨୦୨୨ରେ ଭୁଶୁଡ଼ି ପଡ଼ିଥିଲା। ଏବେ ଜନସାଧାରଣ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଖଡିକାଜୋଡ଼ି ଗ୍ରାମ ନିକଟରେ ଥିବା ଛୋଟ ନାଳ ଉପରେ ଏହି ପୋଲ ନିର୍ମାଣ କରାଯାଇଥିବା ବେଳେ ପୋଲ ଦେଇ ଆଖପାଖର ବହୁ ଗ୍ରାମବାସୀ ଯାତାୟତ କରିବା ସହ ବ୍ଲକ ସଦର ମହକୁମାକୁ ଆସୁଥିଲେ। ଏଠାରେ ପୋଲ ନିର୍ମାଣ ପାଇଁ ବହୁବାର ଦାବି କରିବା ପରେ ନାଳ ଉପରେ ଏହି ପୋଲ ନିର୍ମାଣ କରାଯାଇଥିଲା। ଏବେ ଲୋକେ କଷ୍ଟେମଷ୍ଟେ ଚାଲିଯାଉଥିବାବେଳେ ବର୍ଷାଦିନ ଆସିଲେ ଲୋକଙ୍କ ସମସ୍ୟା ବଢ଼ିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ବରୁ ବର୍ଷାଦିନେ ଏହି ଗ୍ରାମବାସୀ ଯାତାୟାତ କରିବାରେ ଅସୁବିଧା ହେଉଥିବାରୁ ଗ୍ରାମ ନିକଟ ନାଳ ଉପରେ ପୋଲ ନିର୍ମାଣ କରାଯାଇଥିଲା। ହେଲେ ତାହା ବର୍ଷେ ନ ପୁରୁଣ ଭୁଶୁଡ଼ି ପଡ଼ିଥିଲା। କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ଅବହେଳା, ଅସାଧୁତା ଯୋଗୁ ଏପରି ପରିସ୍ଥିତି ଉପୁଜିଛି ବୋଲି ଗ୍ରାମବାସୀ କହିଛନ୍ତି। ପୋଲ ଭୁଶୁଡ଼ିବା ପରେ ଗ୍ରାମବାସୀ ସମ୍ପୃକ୍ତ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ହେଲେ କେହି ଶୁଣି ନ ଥିଲେ ବୋଲି ସେମାନେ କହିଛନ୍ତି। ଏ ବିଷୟରେ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri