Posted inଜାତୀୟ

ନିର୍ବାଚନୀ ରାଲି ପାଇଁ ମିଳୁନାହାନ୍ତି ଲୋକ, ଚିନ୍ତାରେ ନେତା

ନୂଆଦିଲ୍ଲୀ,୩୧।୧୦: ଆରମ୍ଭ ହେଲାଣି ନିର୍ବାଚନୀ ଋତୁ। ଏହି କ୍ରମରେ ମୋଟ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହିସବୁ ରାଜ୍ୟଗୁଡିକ ହେଲା ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମ। ହେଲେ ନିର୍ବାଚନ ରାଲି ଓ ପ୍ରଚାରକୁ ନେଇ ଚିନ୍ତାରେ ଏବେ ନେତା। କାରଣ ବର୍ତ୍ତମାନ ଗହମ ଅମଳର ସମୟ। ମୁଖ୍ୟତଃ ମଧ୍ୟପ୍ରଦେଶ, ରାଜସ୍ଥାନ ଏହି ଦୁଇଟି ବଡ ରାଜ୍ୟରେ ଅଧିକ ଗହମ ଉତ୍ପାଦନ କରାଯାଏ। ଫଳରେ ଏଠାକାର ଗ୍ରାମାଞ୍ଚଳର କୃଷକମାନେ ଏବେ ଚାଷକାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଯାହାଦ୍ୱାରା ବିଭିନ୍ନ ରାଜନୈତିକ ଦଳ ଦ୍ୱାରା କରାଯାଉଥିବା ପ୍ରଚାର ଓ ରାଲିରେ ଗ୍ରାମାଞ୍ଚଳ ଲୋକମାନେ ଯୋଗଦେଇ ପାରୁ ନାହାନ୍ତି। ଏତିକିବେଳେ ନେତାଙ୍କର ଏବେ ଭରସା ସହରୀମାନଙ୍କ ଉପରେ। ହେଲେ ସହରୀମାଡ଼ଙ୍କ ଡିମାଣ୍ଡ ରହୁଛି ଅଧିକ। ଯଦି ଆମେ ଏହାକୁ ସାଧାରଣ ଭାଷାରେ କହିବା ତେବେ ଗ୍ରାମାଞ୍ଚଳର ଲୋକମାନେ ବିଭିନ୍ନ ରାଜନୈତିକ ରାଲିରେ ଯୋଗଦେବା ପାଇଁ ୨ଶହରୁ ୩ଶହ ଟଙ୍କା ନେଉଥିବାବେଳେ ସହରୀମାନଙ୍କ ଡିମାଣ୍ଡ କିନ୍ତୁ ୮ଶହୁ ହଜାରେ ଯାଏଁ ରହୁଛି। ଯାହାଦ୍ୱାରା ନେତାଙ୍କୁ ଏବେ ଖର୍ଚ୍ଚାନ୍ତର ଚିନ୍ତା ଘାରିଛି।

ନିର୍ବଚନୀ ରାଲିରେ ଶକ୍ତି ପ୍ରଦର୍ଶନ ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଏକାଠି କରି ଭିଡ କରାଇବା ଜରୁରୀ ହୋଇପଡେ। ତେବେ ଏହି ସମୟରେ ଗାଁ ଲୋକ ଖାସ୍‌ କରି କୃଷକଙ୍କୁ ଏକାଠି କରି ନିର୍ବାଚନୀ ପ୍ରଚାର, ରାଲି, ସଭାରେ ବସାଇବା ଦ୍ୱାରା ସେମାନଙ୍କର ହାତଖର୍ଚ୍ଚ ପାଇଁ ବିଭିନ୍ନ ଆଡୁ ଆମଦାନୀ ହୋଇଯାଏ। କିନ୍ତୁ ବର୍ତ୍ତମାନ ସମୟ ବିପରୀତ ହୋଇଯାଇଛି। ସେମାନେ ଏବେ ଅମଳ କାମରେ ବ୍ୟସ୍ତ ରହିବା ଯୋଗୁ ସହରୀଙ୍କୁ ରାଲିରେ ଯୋଗଦେବାକୁ ଡକାଯାଉଛି। ଗାଁ ଲୋକଙ୍କୁ କେବଳ ହାତଖର୍ଚ୍ଚ ଦେଉଦେଉଥିଲେ କାମ ସରୁଥିଲା କିନ୍ତୁ ସହରୀଙ୍କୁ ଆଣିବା ଦ୍ୱାରା ସେମାନଙ୍କ ଯିବାଆସିବା ଖର୍ଚ୍ଚ ଠାରୁ ଆରମ୍ଭ କରି ଖାଇବା-ପିଇବା, ହାତଖର୍ଚ୍ଚ ଇତ୍ୟାଦି ବୁଝିବାକୁ ପଡୁଛି।

ସେପଟେ ନିର୍ବାଚନୀ ରାଲିରେ ଯୋଗଦେବାକୁ ଆସୁଥିବା ସହରୀମାନେ କହିଛନ୍ତି, ସହରରେ ଚାଷ କିମ୍ବା ମୂଲ ଲାଗିରେ ଯେତିକି ପାରଶ୍ରମିକ ମିଳୁଥିଲା ରାଜନୈତିକ ଦଳ ଠାରୁ ଏଠାରେ ଦୁଇଗୁଣା ଅଧିକ ଟଙ୍କା ମିଳୁଛି। ଦିନକର ପାରଶ୍ରମିକ ଠାରୁ ଦୁଇ ତିନୋଟି ରାଲିରେ ଯୋଗଦେଲେ ତା’ଠାରୁ କେଇଗୁଣା ଅଧିକ ଟଙ୍କା ମିଳୁଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?