ଛାଡ଼ଖାଇରେ ବେପାର ମାନ୍ଦା, ଆନ୍ଧ୍ର ମାଛକୁ ନାପସନ୍ଦ କରୁଛନ୍ତି ଲୋକେ, ବ୍ୟବସାୟୀ ନିରାଶ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ସରିଲା କାର୍ତ୍ତିକ ବ୍ରତ। ଏହା ପରେ ଛାଡ଼ଖାଇ ପାଳନ କରାଯାଏ। ଯାହା ମାସ ତମାମ ଖାଇବା ଛାଡ଼ିଥିବ ତାକୁ ଛାଡ଼ଖାଇ ଦିନ ଖାଇବ ତେବେ ଏହି କ୍ରମରେ ଅଧିକାଂଶ ଶ୍ରଦ୍ଧାଳୁ ଆମିଷ ଏବଂ ପିଆଜ, ରସୁଣ ଛାଡ଼ିଥାନ୍ତି। ତେବେ ଏହି ଛାଡ଼ଖାଇରେ ସେସବୁ ଖାଇବା ପୁନଃ ଆରମ୍ଭ କରନ୍ତି। ଗତକାଲି ଗୁରୁବାର ଥିବାରୁ ଅଧିକାଂଶ ଲୋକ ଛାଡ଼ଖାଇ ପାଳନ କରିପାରିନାହାନ୍ତି। ତେବେ ଶୁକ୍ରବାର ଛାଡ଼ଖାଇ ରହିଥିଲେ ମଧ୍ୟ ପୂର୍ବ ଭଳି ଆମିଷ ଦୋକାନରେ ଭିଡ଼ ଦେଖିବାକୁ ମିଳିନାହିଁ। ଅନେକ ମାଛ ବ୍ୟବସାୟୀ ମାଛ ସହ ଚିଙ୍ଗୁଡ଼ି, କଙ୍କଡ଼ା ସହ ବିଭିନ୍ନ ପ୍ରକାର ମାଛ କୁଇଣ୍ଟାଲ ସଂଖ୍ୟାରେ ଆଣିଥିଲେ ମଧ୍ୟ ସେହି ପରିମାଣର ଗ୍ରାହକଙ୍କ ଭିଡ଼ ନ ଥିବାରୁ ନିରାଶ ହୋଇଥିବା ବରିଷ୍ଠ ମାଛ ବ୍ୟବସାୟୀ ସତ୍ୟନାରାୟଣ ବେହେରା କହିଛନ୍ତି। ସେ କହିଛନ୍ତି, ନିୟମିତ ବଜାର ଯେଉଁ ଭଳି ବ୍ୟବସାୟ ହେଉଛି ଛାଡ଼ଖାଇରେ ମଧ୍ୟ ସେ ସମାନ ବ୍ୟବସାୟ ହେଉଛି।

ସେହିପରି ମଟନ, ଚିକେନ ଦୋକାନରେ ମଧ୍ୟ ସେଭଳି ଆଖିଦୃଶିଆ ବ୍ୟବସାୟୀ ନ ଥିବା ମଟନ ବ୍ୟବସାୟୀ ଫିଲମାନ ଦିଗାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଜଣେ ଗ୍ରାହକ ତାଙ୍କ ନାମ ଗୋପନ ରଖି କହିଛନ୍ତି ଯେ, ପନିପରିବା ଦର ଆକାଶ ଛୁଆଁ ହୋଇଥିବାରୁ କାର୍ତ୍ତିକ ବ୍ରତ କରୁଥିଲେ ମଧ୍ୟ ଆମିଷ ଖାଇବାକୁ ଇଚ୍ଛା ପ୍ରକାଶ କରିଛୁ କାରଣ ଆମିଷ ଓ ପନିପରିବା ଦର ପ୍ରାୟ ସମାନ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ମଣ୍ଡଳୀ ଥିଲା। ଗତ ୨୦୦୮ରୁ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri