ପେନ୍‌ସନ ବ୍ୟୟ ବୋଝ

କେନ୍ଦ୍ର କ୍ୟାବିନେଟ୍‌ର ନୂଆ ଏକୀକୃତ ପେନ୍‌ସନ ଯୋଜନା(ୟୁପିଏସ୍‌)କୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁରୁଣା ପେନ୍‌ସନ ଯୋଜନା(ଓପିଏସ୍‌) ଏବଂ ଜାତୀୟ ପେନ୍‌ସନ ଯୋଜନା(ଏନ୍‌ପିଏସ୍‌)କୁ ଏକାଠି ବିଚାରକୁ ନେଇ ଏହା ଗଠନ କରାଯାଇଥିବା କୁହାଯାଉଛି। ପ୍ରକୃତରେ ଏଥିରେ କିଛି ନୂଆ ଲାଭ ମିଳୁଛି ନା ଏହା କେବଳ ପୁରୁଣା ସମସ୍ୟାଭିତ୍ତିକ ବିଚାରର ଏକ ପୁନଃ ସଂସ୍କରଣ? କୁହାଯାଉଛି, ୟୁପିଏସ୍‌ ଅଧୀନରେ ସରକାରୀ ଚାକିରିଆମାନେ ଏକ ଗ୍ୟାରେଣ୍ଟିଯୁକ୍ତ ପେନ୍‌ସନ ପାଇବେ। ଏଥିରେ ସରକାରଙ୍କ ଅଂଶଧନ ୧୪%ରୁ ୧୮.୫ %କୁ ବୃଦ୍ଧି ପାଇଛି। ଏହା ଯୋଗୁ କେବଳ ପ୍ରଥମ ବର୍ଷରେ ୬,୨୫୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଉଛି। ଆବଶ୍ୟକ ମାସିକ ଯୋଗଦାନକୁ ନେଇ ୟୁପିଏସ୍‌ରେ ବ୍ୟବସ୍ଥା ରଖାଯାଇଛି। ହେଲେ ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ବିତ୍ତୀୟ ବିପଦ ଏଡ଼ାଇବା ଲାଗି ଏହା ଏକ ଚତୁର ପଦକ୍ଷେପ। ପେନ୍‌ସନ ନିଅଣ୍ଟିଆକୁ ପୂରଣ କରିବାର ଚାପ ବଜେଟ ଉପରେ ରହିପାରେ। ଏଭଳି ବଜେଟକୁ ଏଡ଼ାଇବା ଲାଗି ୨୦୦୪ରେ ସଂସ୍କାର ଅଣାଯାଇଥିଲା। ଏବେ ୟୁପିଏସ୍‌ ସମାନ ପ୍ରକାର ବିପଦ ଆଣିପାରେ ସେମାନଙ୍କ ମତ। ୟୁପିଏସ୍‌କୁ ନେଇ କର୍ମଚାରୀମାନେ ବିଭାଜିତ ହୋଇଯାଇଛନ୍ତି। ଅନେକ କର୍ମଚାରୀ ସଂଘ ଯୁକ୍ତି ବାଢ଼ିିଛନ୍ତି ଯେ, ଉଭୟ ଏନ୍‌ପିଏସ୍‌ ଓ ୟୁପିଏସ୍‌ ପାରମ୍ପରିକ ଓପିଏସ୍‌ ତୁଳନାରେ ଯଥେଷ୍ଟ ନୁହେଁ। ଏଣୁ ସେମାନେ ଏହାର ପୁନର୍ଗଠନ ଚାହଁିଛନ୍ତି। ପ୍ରଶ୍ନ ଉଠୁଛି, ପ୍ରକୃତରେ ୟୁପିଏସ୍‌ରେ କିଛି ଉନ୍ନତି ଅଣାଯାଇଛି ନା ଆମେ ଚକଚକିଆ ନୂତନ ପ୍ୟାକେଜିଂରେ ପୁରୁଣା ଚିନ୍ତାଧାରାକୁ ପରିମାର୍ଜିତ କରିଛୁ? ଦୁଇଟିରୁ ଯେକୌଣସିଟି ବି ହେଉ, କିନ୍ତୁ ଏହା ସତ୍ୟ ଯେ, ଯଦି ଏହା ତ୍ରୁଟିପୂର୍ଣ୍ଣ ହୁଏ, ତେବେ ଟିକସଦାତଙ୍କୁ ପେନ୍‌ସନ ବ୍ୟୟ ବୋଝ ଉଠାଇବାକୁ ପଡ଼ିବ। ଆମେ ଏକ ବିପଦକୁ ବରଣ କରିବାକୁ ପ୍ରସ୍ତୁତ ହେଉଛୁ କି?
ନେତୃତ୍ୱ ପରିବର୍ତ୍ତନ
ନିକଟରେ ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ପଦବୀଗୁଡ଼ିକରେ ହୋଇଥିବା ଅଦଳବଦଳ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ଗତ ୩ ମାସରେ ପୃଥକ୍‌ ଭାବେ ୩ଜଣ ରାଜସ୍ବ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି। ଗତବର୍ଷ ଡିସେମ୍ବରରେ ଅପ୍ରତ୍ୟାଶିତ ଭାବେ ଆର୍‌ବିଆଇ ଗଭର୍ନର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତ କରାଯିବା ଯୋଗୁ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ପଦବୀ ଖାଲି ରହିଥିଲା। ଫଳରେ ଆଥିର୍ର୍କ ବ୍ୟାପାର ସଚିବ ଅଜୟ ସେଠ୍‌ଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ୱ ନେବାକୁ ପଡ଼ିଲା। ପରେ ଅରୁନିଶ୍‌ ଚାଓ୍ବାଲାଙ୍କୁ ରାଜସ୍ବ ସଚିବ ଭାବେ ନିଯୁକ୍ତ କରାଯାଇଥିଲା। କିନ୍ତୁ ୨ ସପ୍ତାହରୁ କମ୍‌ ସମୟ ରହିବା ପରେ ତାଙ୍କୁ ଡିଆଇପିଏଏମ୍‌କୁ ସ୍ଥାନାନ୍ତର କରାଯାଇଥିଲେ। ଶେଷରେ ତୁହିନକାନ୍ତ ପାଣ୍ଡେ ରାଜସ୍ବ ସଚିବ ଦାୟିତ୍ୱ ବହନ କରିଛନ୍ତି। ଜଟିଳ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ଏଭଳି ଦ୍ରୁତ ଅଦଳବଦଳ କେବେ ବି ସାଧାରଣ ବିଷୟ ନୁହେଁ। କେନ୍ଦ୍ର ବଜେଟର ପ୍ରମୁଖ ଅଂଶ ଭାବେ ଟିକସ ନୀତି ଚିଠା ପ୍ରସ୍ତୁତ ଏବଂ ରାଜସ୍ବ ଆକଳନରେ ରାଜସ୍ବ ସଚିବଙ୍କର ପ୍ରମୁଖ ଭୂମିକା ଥାଏ। ତେବେ ବାରମ୍ବାର ନେତୃତ୍ୱ ପରିବର୍ତ୍ତନ ଯୋଗୁ ନୀତିରେ ଅସଙ୍ଗତି ସୃଷ୍ଟିହେବା ସହ ବିତ୍ତୀୟ ଯୋଜନାର ରଣନୀତିକ ଦିଗ ପ୍ରଭାବିତ ହୋଇପାରେ। ଏଭଳି ବ୍ୟାଘାତ ଆର୍ଥିକ ମନ୍ତ୍ରଣାଳୟ ମଧ୍ୟରେ ବଡ଼ ସମସ୍ୟାର ଏକ ସଙ୍କେତ କି? ନାଗରିକ ଭାବରେ, ଆମେ କେବଳ ଆଶା କରିବା ଯେ, ଏହି ଅଦଳବଦଳଗୁଡ଼ିକ ଏକ ଚିନ୍ତାଶୀଳ, ସ୍ଥାୟୀ ତଥା ଅଭିବୃଦ୍ଧିଶୀଳ ବଜେଟ ଉପସ୍ଥାପନ କରିବାରେ ସରକାରଙ୍କ ଦକ୍ଷତାକୁ ବିଭ୍ରାନ୍ତ ନ କରୁ।
ପ୍ରଦୂଷଣ ବୋର୍ଡରେ ଖାଲି ପଦବୀ
ସାରା ଭାରତରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକରେ କର୍ମଚାରୀ ସଙ୍କଟ ଲାଗିରହିଛି। ଏବେ ସୁଦ୍ଧା ୧୦ ପ୍ରତିଶତରୁ କମ୍‌ ପଦବୀ ପୂରଣ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ନିକଟରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)କୁ ଜଣାଇଛି, ୧୨ ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ(ୟୁଟି)ରେ ଖାଲିଥିବା ୨,୨୨୮ ପଦବୀ ମଧ୍ୟରୁ କେବଳ ୨୬୭ ପୂରଣ ହୋଇଛି। ଏପରିକି ୧୬ ରାଜ୍ୟ ଓ ୬ ୟୁଟିର ବୋର୍ଡ ସେମାନଙ୍କ ପ୍ରୋଗ୍ରେସ ରିପୋର୍ଟ ଦାଖଲ କରିନାହାନ୍ତି। ନିଯୁକ୍ତିରେ ସ୍ଥାଣତାକୁ ଲକ୍ଷ୍ୟକରି ଏନ୍‌ଜିଟିକୁ ଏହା ଉପରେ ପଦକ୍ଷେପ ନେବାକୁ ପଡ଼ିଥିଲା ଏବଂ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟକୁ ବାଦ୍‌ଦେଇ(ଏହିସବୁ ରାଜ୍ୟ ସୁପ୍ରିମକୋର୍ଟଙ୍କ ନିରୀକ୍ଷଣ ପରିସରଭୁକ୍ତ) ଖାଲି ପଦବୀଗୁଡ଼ିକୁ ପୂରଣ କରିବାକୁ ୩୦ ଏପ୍ରିଲ ୨୦୨୫କୁ ଶେଷ ସମୟସୀମା ଭାବେ ଧାର୍ଯ୍ୟ କରିଥିଲା। ତେବେ ରାଜ୍ୟଗୁଡ଼ିକ କ’ଣ କରିଛନ୍ତି ତା’ଉପରେ ଦୃଷ୍ଟି ପକାଇବା। ଆସାମ, ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ମୋଟ ୧୬୭ ପଦବୀ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି। ରାଜସ୍ଥାନରେ ଖାଲିଥିବା ୩୯୫ ପଦବୀରୁ ୯୩ ପୂରଣ କରିଛି। ଏହାସହ ଏହିସବୁ ରାଜ୍ୟ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଏକ ପରୀକ୍ଷା କରିଥିବାରୁ ଅବଶିଷ୍ଟ ପଦବୀ ପୂରଣ ହେବ ବୋଲି ଆଶା କରାଯାଉଛି। ପଞ୍ଜାବରେ ଖାଲିଥିବା ୨୩୪ ପଦବୀରୁ ୨୬ଟିରେ ନିଯୁକ୍ତି ଦିଆଯାଇଛି। ସେଠାରେ ୧୪୮ ପଦବୀ ପାଇଁ ହୋଇଥିବା ପରୀକ୍ଷାର ଫଳାଫଳ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କେବଳ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ଲାକ୍ଷାଦ୍ୱୀପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସବୁ ପଦବୀରେ କର୍ମଚାରୀ ଅଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri