Posted inଜାତୀୟ

ନିର୍ବାଚନୀ ରାଜ୍ୟକୁ ଯିବେ କୃଷକ ନେତା

ନୂଆଦିଲ୍ଲୀ, ୩ା୩: ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ୫ ରାଜ୍ୟରେ ଭାଜପାକୁ ଲୋକେ ଭୋଟ ନ ଦେବାକୁ କୃଷକ ସଙ୍ଗଠନ ଭାରତୀୟ କିଷାନ ୟୁନିଅନ(ବିକେୟୁ) ପକ୍ଷରୁ ଅନୁରୋଧ କରାଯିବ। ଏଥିପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଚାଷୀ ନେତା ଯାଇ ଭାଜପା ବିରୋଧରେ ଭୋଟ ଦେବାକୁ ଲୋକଙ୍କୁ କହିବେ ବୋଲି ବିକେୟୁ ନେତା ବଲବୀର ଏସ୍‌ ରାଜଓ୍ବୋଲ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ମାର୍ଚ୍ଚ ୧୨ରୁ ପ୍ରଥମେ ପଶ୍ଚିମବଙ୍ଗରୁ ଏହି ଅଭିଯାନ ଆରମ୍ଭ ହେବ। ଏହା ପୂର୍ବରୁ ଆସନ୍ତା ୬ ତାରିଖରେ କେଏମ୍‌ପି ଏକ୍ସପ୍ରେସ ଓ୍ବେ ଅବରୋଧ କରାଯିବ। କେନ୍ଦ୍ରର ଭାଜପା ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଆନ୍ଦୋଳନରତ ଚାଷୀଙ୍କ ଦାବି ଶୁଣୁ ନ ଥିବାରୁ ଏପରି କରାଯିବାକୁ ନିଷ୍ପତ୍ତି ହୋଇଥିବା ରାଜଓ୍ବୋଲ ପ୍ରକାଶ କରିଛନ୍ତି। ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସଙ୍ଗଠନ ସମର୍ଥନ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଥିବାବେଳେ ଯେଉଁ ପ୍ରାର୍ଥୀ ଭାଜପାକୁ ହରାଇପାରିବେ ତାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରାଯିବ। ସଙ୍ଗଠନ ନେତୃବୃନ୍ଦ ଜନସାଧାରଣଙ୍କ ନିକଟରେ ପହଞ୍ଚି କେନ୍ଦ୍ର ସରକାରଙ୍କ କୃଷକମାରଣ ନୀତି ବିଷୟରେ ଅବଗତ କରାଯିବ ବୋଲି ରାଜଓ୍ବୋଲ କହିଛନ୍ତି। ଏହାପରେ ଅଣ ନିର୍ବାଚନୀ ରାଜ୍ୟରେ ମଧ୍ୟ ଏହି ଢଙ୍ଗରେ ଆନ୍ଦୋଳନ ଚାଲିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସେନାଙ୍କ ସହାୟତାରେ ଦୋହା ଯାଇଥିବା ୧୫୦ ଭାରତୀୟ ଫେରିବେ ସ୍ୱଦେଶ

ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନରୁ ଭାରତୀୟ ନାଗରିକଙ୍କୁ ବାହାରକୁ ଆଣିବା କାମ ପୁଣିଥରେ ଆରମ୍ଭ ହୋଇଛି । ଆମେରିକା ସେନା ଆଫଗାନିସ୍ତାନରୁ ପ୍ରାୟ ୧୫୦ ଭାରତୀୟଙ୍କୁ କତାର...

ୟୁଏନ୍‌ଏଚ୍‌ଆର୍‌ସିର ୪୭ ସଦସ୍ୟ: ୫୮ ରାଷ୍ଟ୍ରକୁ ଧନ୍ୟବାଦ ଦେଲେ ଇମ୍ରାନ୍‌

ନୂଆଦିଲ୍ଲୀ,୧୪ା୯: ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ର ମୋଟ ସଦସ୍ୟ ସଂଖ୍ୟା ୪୭ ଥିବାବେଳେ ପାକିସ୍ତାନକୁ ୫୮ ରାଷ୍ଟ୍ର ସମର୍ଥନ ଦେଇଥିବା ସେଠାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌...

ପୋଲିସ ଷ୍ଟେଶନରେ ଖେଳୁଛନ୍ତି ମାଛ-ସାପ

ପାଟନା, ୨୮।୭: ଲଗାତାର ବର୍ଷା ଯୋଗୁ ବିହାରରେ ବନ୍ୟା ଦେଖାଦେଇଛି। ରାସ୍ତାଘାଟ ବନ୍ୟା ଜଳରେ ବୁଡ଼ି ରହିଛି। ଏପରିସ୍ଥଳେ ଦରଭଙ୍ଗାର କୁଶେଶ୍ୱରସ୍ଥାନ ପୋଲିସ ଷ୍ଟେଶନରେ ବନ୍ୟା...

ଆତଙ୍କବାଦୀ ସନ୍ଦେହରେ ୫ ଗିରଫ

ଜମ୍ମୁ,୧୬।୧୧: ଜମ୍ମୁ-କଶ୍ମୀରରେ ସୋପେର ଓ ବାରମୂଳା ଜିଲାରେ ଶନିବାର ଆତଙ୍କବାଦୀ ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ...

ଋଶିକେଶରେ ବିଦେଶୀ ମହିଳାଙ୍କୁ ବଳାତ୍କାର

ଋଶିକେଶ,୯।୧୦- ଋଶିକେଶରେ ଜଣେ ଆମେରିକୀୟ ମହିଳା (୩୭)ଙ୍କୁ ଜଣେ ସ୍ଥାନୀୟ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୋଗ ଶିକ୍ଷା ଲାଗି ସେ ଏଠାକୁ ଆସିଥିବାବେଳେ...

ମନ୍ତ୍ରୀ ନ ଆସିବାରୁ କୃଷକଙ୍କ ବୈଠକ ବର୍ଜନ

ନୂଆଦିଲ୍ଲୀ, ୧୫ା୧୦: ନୂଆ କୃଷି ଆଇନକୁ ବିରୋଧ କରି ପଞ୍ଜାବରେ କୃଷକଙ୍କ ବିରୋଧ ଜାରି ରହିଛି। ଏହାର ସମାଧାନ ଲାଗି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ...

ଭାକ୍ସିନ୍‌ ଷ୍ଟକ୍‌ ସମ୍ପର୍କରେ ନ ଜାଣି ଡବ୍ଲୁଏଚ୍‌ଓର ମାର୍ଗଦର୍ଶିକାକୁ ଅଣଦେଖା କରି ଟିକାଦାନ ଅଭିଯାନ କରିଛନ୍ତି ସରକାର: ସେରମ ଇନଷ୍ଟିଚ୍ୟୁଟ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଅପରପକ୍ଷରେ କେନ୍ଦ୍ର...

ପ୍ରଚାର ଅଧାରୁ ଦିଲ୍ଲୀ ଫେରିଲେ ଅମିତ ଶାହା

ନୂଆଦିଲ୍ଲୀ,୪।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସାମରେ ନିର୍ବାଚନ ପ୍ରଚାର ଅଧାରୁ ରବିବାର ଦିଲ୍ଲୀ ଫେରିଛନ୍ତି। ଶାହାଙ୍କ ଆସାମରେ ୩ଟି ରାଲି ରହିଥିଲା। ଗୋଟିଏ...

Advertisement


Archives

Model This Week