ଶାନ୍ତି ଲୋଡ଼ା

ଇଂ. ରୌଶନ ଖାନ୍‌

 

ବିଶ୍ୱବନ୍ଦିତ ରସୁଲ୍‌ ହଜରତ ମହମ୍ମଦଙ୍କ ଦ୍ୱାରା ଶରିୟତ ବା ଧର୍ମବିଧାନ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଥିବାରୁ ତାଙ୍କୁ ‘ଖାତମନ୍‌ ନବିୟିନ୍‌’ ବା ନବିଶ୍ରେଷ୍ଠ ରୂପେ ଅଭିହିତ କରାଯାଇଛି। ଇସଲାମ୍‌ର ପୁନରଭ୍ୟୁଦୟ ସମ୍ବନ୍ଧରେ ତାଙ୍କର ମହାନ୍‌ ବାଣୀକୁ ଚରିତାର୍ଥ କରି ୧୪୦୦ ବର୍ଷ ପରେ ଭାରତରେ ଜନ୍ମିତ ତାଙ୍କର ଦାସାନୁରକ୍ତ ଜଣେ ମୁସଲିମ ସନ୍ଥଙ୍କ ଦ୍ୱାରା ୧୮୮୯ ମାର୍ଚ୍ଚ ୨୩ ଦିନ ଲୁଧିଆନା ଠାରେ ଏକ ଆଧ୍ୟାମତ୍ିକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ନାମ ‘ଅହମଦିୟା ମୁସଲିମ ସମ୍ପ୍ରଦାୟ’ ରଖାଗଲା। ଏହା ପ୍ରତିଷ୍ଠା କରିବାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି, ଇସଲାମ ଧର୍ମର ବାସ୍ତବ ରୂପକୁ ଅଧିକ ସୁନ୍ଦର ଭାବରେ ସଂସାର ସମ୍ମୁଖରେ ରଖିବା ଏବଂ ଏହାର ମୂଳ ଲକ୍ଷ୍ୟ ଇସଲାମ ଶାନ୍ତି ଓ ନିରାପତ୍ତାର ଧର୍ମ ବୋଲି ମାନବ ସମାଜକୁ ବୁଝାଇବା। ସେହିପରି ଇସଲାମକୁ ଆଳ କରି ଜିହାଦ ନାମରେ ଯେଉଁମାନେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି, ସେମାନଙ୍କ ବିକୃତ ମାନସିକତାର ଦୃଢ ପ୍ରତିବାଦ କରିବା ସହିତ ଏହା ଜଣାଇବାକୁ ହେବ ଯେ ହଜରତ ମହମ୍ମଦ ସମଗ୍ର ମାନବଜାତି ପାଇଁ କରୁଣାର ସାଗର ହୋଇ ଆବିର୍ଭୂତ ହୋଇଥିଲେ।
ତେବେ ବର୍ତ୍ତମାନର ସଂକଟମୟ ସ୍ଥିତିରେ ‘ଜିହାଦ’ର ଅସଲ ତତ୍ତ୍ୱକୁ ଲୋକଲୋଚନକୁ ଆଣିବା ଦିଗରେ ମସିହ ମଉଦ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ; ଯାହାର ସମ୍ୟକ୍‌ ଆଲୋଚନା କରାଯାଉଛି। ତାଙ୍କର ଅନେକ ବହୁମୁଖୀ ଦୈବୀ ଯୋଜନା ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି: ‘ୟଜଉଲ୍‌ ହରବ୍‌’। ଅର୍ଥାତ୍‌ ସାମ୍ପ୍ରଦାୟିକ ସଂଘର୍ଷକୁ ସମାପ୍ତ କରିବା। ଏହାର ତାତ୍ପର୍ଯ୍ୟ ହେଉଛି, ଏହି ଯୁଗରେ କେବଳ ଆମତ୍ଶୁଦ୍ଧି ଓ କୁରଆନରେ ରହିଥିବା ଶାନ୍ତି ଓ ଅହିଂସାମୂଳକ ବାଣୀର ପ୍ରଚାର ଓ ପ୍ରସାର ପାଇଁ ଜିହାଦ କରାଯିବ। ସୁତରାଂ ଅହମଦ କହିଥିଲେ: ”ଯେଉଁ କାର୍ଯ୍ୟ ପାଇଁ ପ୍ରଭୁ ମୋତେ ଆଦେଶ ଦେଇଛନ୍ତି, ତାହା ହେଉଛି … ସତ୍ୟକୁ ପ୍ରକଟ କରିବା ପାଇଁ ଧର୍ମୀୟ ଯୁଦ୍ଧର ଅନ୍ତ କରି ମୈତ୍ରୀର ଭିତ୍ତି ପ୍ରତିଷ୍ଠା କରିବି।“ (ଲେକଚର ଲାହୋର, ପୃ- ୩୪)
ଧାର୍ମିକ କଠୋରବାଦ ଯେଉଁ ସଂକୀର୍ଣ୍ଣତାକୁ ଜନ୍ମ ଦେଇଛି, ତାହା ଆତଙ୍କବାଦ ନାମରେ ଧର୍ମାନ୍ଧତା ଓ ନିଷ୍ଠୁରତାର ରାକ୍ଷସ ସାଜି ଆଜି କେବଳ ଭାରତବର୍ଷ କାହିଁକି ସମଗ୍ର ପୃଥିବୀକୁ ଗ୍ରାସ କରିବାରେ ଲାଗିଛି। ଆଇ.ଏସ୍‌., ଅଲ୍‌ କାଏଦା ଓ ଜେ.ଇ.ଏମ୍‌. ଇତ୍ୟାଦି ତଥାକଥିତ ଜିହାଦୀ ସଂଗଠନ ନରହନ୍ତା ରାକ୍ଷସ ସାଜି ମାନବିକତା ବିରୋଧରେ କ୍ରୂର ଅଟ୍ଟହାସ୍ୟର ସ୍ପଷ୍ଟ ଚିତ୍ର ଦେଖାଉଛି। ଅନ୍ୟପଟେ ଶାନ୍ତି ପ୍ରତିଷ୍ଠା ବାହାନାରେ ମହାଶକ୍ତିଗୁଡ଼ିକର ଅଯଥା ହସ୍ତକ୍ଷେପ ମାନବଜଗତକୁ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଠେଲି ଦେଇଛି। ରୁଷିଆର ୟୁକ୍ରେନ ଆକ୍ରମଣ ପରେ ଏବଂ ନିକଟରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ତାଙ୍କର ଆଣବିକ ଶକ୍ତିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବା ଫଳରେ ଆଣବିକ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି।
ସଂପ୍ରତି ପୃଥିବୀବାସୀ ଶାନ୍ତି କାମନା କରି ଯୁଦ୍ଧ ନ ହେବା ପାଇଁ ଚାହୁଁଛନ୍ତି। ଏହି ସ୍ଥିତିକୁ ସ୍ପଷ୍ଟ କରିବାକୁ ଯାଇ ଅହମଦୀୟା ଜମାଅତର ସଂସ୍ଥାପକ ହଜରତ ମିର୍ଜା ଗୁଲାମ ଅହମଦ କହିଛନ୍ତି :‘ସଦ୍ୟ ଆବିଷ୍କୃତ ମହା ଶକ୍ତିଶାଳୀ ପରମାଣୁ ଓ ଉଦ୍‌ଜାନ ବୋମା ତଥା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଓ ତାହାର ସହଯୋଗୀ ରାଷ୍ଟ୍ର ଏବଂ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ମଧ୍ୟରେ ଲଢ଼େଇ ହେବା ପରେ ସେମାନଙ୍କ ଶକ୍ତି ଦୁର୍ବଳ ହୋଇପଡ଼ିବ। ସନ୍ତ୍ରାସବାଦ ବିରୋଧରେ ସଂଘର୍ଷ ହେଉ ଅବା ଜିହାଦ ନାମରେ ନିରୀହ ମଣିଷଙ୍କ ରକ୍ତପାତ, ସମଗ୍ର ମାନବ ସମାଜ ଆଜି ଆସନ୍ନ ମହାଯୁଦ୍ଧର ବିଭୀଷିକାରେ ଆତଙ୍କିତ। ଏପରି ଶଙ୍କାକୁଳ ପରିସ୍ଥିତିରେ ଅହମଦୀୟା ସଂପ୍ରଦାୟର ପଞ୍ଚମ ଖଲିଫା ହଜରତ୍‌ ମିର୍ଜା ମସରୁର ଅହମଦ୍‌ ବିଶ୍ୱର ପ୍ରମୁଖ ଧର୍ମଗୁରୁ ଓ ରାଷ୍ଟ୍ରମୁଖ୍ୟମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଶକ୍ତିଶାଳୀ ରାଷ୍ଟ୍ରଗଣ ଶାନ୍ତିରକ୍ଷା ପାଇଁ ଚେଷ୍ଟା ଚଳାଇ ଥିବାର ବାହାନା କରି ନିଜ ଶକ୍ତି ପ୍ରୟୋଗ କରିବା ପରିବର୍ତ୍ତେ କଥାବାର୍ତ୍ତା ଜରିଆରେ ବିବାଦର ସମାଧାନ କରନ୍ତୁ। ନ୍ୟାୟ ଭିତ୍ତିକ ଶାନ୍ତିର ଲକ୍ଷ୍ୟ ନେଇ ପୃଥିବୀକୁ ଏକତ୍ରିତ କରିବା ପାଇଁ କୌଣସି ଯୁଦ୍ଧକ୍ଷେତ୍ର ନୁହେଁ, ବରଂ ଗୋଟିଏ ଟେବୁଲରେ ମିଳିତ ହୋଇ ଭାବ ବିନିମୟ କରିବା ଅଧିକ ଶ୍ରେୟସ୍କର।
ଯୁଗ ପ୍ରବର୍ତ୍ତକ ମସିହ ମଉଦ କହିଥିଲେ:”ଏବେ ଧର୍ମରକ୍ଷା ଓ ପ୍ରସାର ପାଇଁ କୌଣସି ଫୌଜି ଜିହାଦର ଆବଶ୍ୟକତା ନାହିଁ। ଧର୍ମ ଆଳରେ ଯୁଦ୍ଧ, ନରସଂହାର ଓ ରକ୍ତପାତକୁ ନିଷିଦ୍ଧ କରାଯାଇଛି। କାରଣ ଜିହାଦ ଏବେ ଆଧ୍ୟାମତ୍ିକ ରୂପ ଧାରଣ କରିଛି।“ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ଯୁଗରେ ଆଉ ବନ୍ଧୁକ ଚାଳନାର ଅନୁମତି ନାହିଁ। ଆସନ୍ତୁ, ଆମେମାନେ ସମାଜରୁ ହିଂସା ଓ କୁସଂସ୍କାରର କାଳିମା ଦୂର କରିବା ପାଇଁ ଶପଥ ନେବା।
କେରଙ୍ଗ (ଖୋର୍ଦ୍ଧା), ମୋ:୯୪୩୭୬୮୪୮୫୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri