କଂଗ୍ରେସରେ ପୁଣି ପିସିସି ପରିବର୍ତ୍ତନ ମେଳି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):ରାଜ୍ୟ କଂଗ୍ରେସରେ ପିସିସି ପରିବର୍ତ୍ତନ ପାଇଁ ପୁଣିଥରେ ମେଳି ବାନ୍ଧିଛନ୍ତି ଅସନ୍ତୁଷ୍ଟ ନେତା। ପିସିସିର ଆମୂଳଚୂଳ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ପୁଣିଥରେ ଅଣ୍ଟାଭିଡ଼ିଛି। ଗତ କିଛିଦିନ ତଳେ ଯେଉଁ ଗୋଷ୍ଠୀ ଦିଲ୍ଲୀ ଯାଇଥିଲା, ସେମାନଙ୍କ ନେତୃତ୍ୱରେ ବୁଧବାର ସ୍ଥାନୀୟ ଏକ ହୋଟେଲ୍‌ରେ ଛାତ୍ର, ଯୁବ ଓ ବରିଷ୍ଠ ନେତାମାନେ ପୁଣିଥରେ ଏକାଠି ହୋଇଛନ୍ତି। ରାଜ୍ୟରେ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ମାନ୍ୟତା ହରାଇ ତୃତୀୟ ସ୍ଥାନକୁ ଖସି ଆସିଛି। ବିଭିନ୍ନ ଉପନିର୍ବାଚନରେ ଦଳର ପ୍ରାର୍ଥୀ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଭଳି ସ୍ଥିତିରେ ଦଳ କିପରି ଏକ୍‌ ହୋଇ ଆଗକୁ ବଢ଼ିବ, ସେ ଚିନ୍ତା ନ କରି ନେତୃତ୍ୱ ପ୍ରତି ଗୋଟିଏ ଗୋଷ୍ଠୀ ଅଙ୍ଗୁଳି ଉଠାଇଛନ୍ତି। ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ମେଳି ବାନ୍ଧିଥିବା ଦଳର ପୂର୍ବତନ ବିଧାୟକ, ଜିଲା ସଭାପତି ଓ ସମ୍ପାଦକଙ୍କ କହିବା କଥା ହେଲା, ରାଜ୍ୟରେ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ତଳସ୍ତର ପର୍ଯ୍ୟନ୍ତ ପରିବର୍ତ୍ତନ ଜରୁରୀ। ନେତୃତ୍ୱ ବଦଳିଲେ କଂଗ୍ରେସ ଆଗକୁ ବଢ଼ିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି। ଆଗକୁ ପିପିଲି ଉପନିର୍ବାଚନ, ପରେ ପରେ ପୌର ଓ ପଞ୍ଚାୟତ ଭୋଟ୍‌ ରହିଛି। ଏହାରି ଭିତରେ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆସନ୍ତା ୧୫ରେ ଓଡ଼ିଶା ବନ୍ଦ ଡାକରା ଦେଇଛି। ହେଲେ ମଙ୍ଗୁଆଳଙ୍କୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଆଗକୁ ବାହାରିଥିବାରୁ ଦଳ ଆଗକୁ ଏଦିଗରେ କେତେ ସଫଳ ହେବ; ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛିଦିନ ତଳେ ବ୍ରହ୍ମପୁରରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଏକ ବଡ ଧରଣର କାର୍ଯ୍ୟକ୍ରମ କରିଥିଲା। ହେଲେ ସେହିଦିନ ଉକ୍ତ ଅସନ୍ତୁଷ୍ଟ ଗୋଷ୍ଠୀ ଦିଲ୍ଲୀ ଯାଇ ସାଙ୍ଗଠନିକ ସମ୍ପାଦକ କେ ସି ଭେଣୁଗୋପାଳଙ୍କୁ ଭେଟି ପିସିସି ପରିବର୍ତ୍ତନ ନାରା ଦେଇଥିଲେ। ଅପରପକ୍ଷରେ ବୁଧବାର ଦଳୀୟ ନେତାମାନେ ମେଳି ବାନ୍ଧିଥିବା ନେଇ ଅବଗତ ନ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲ ବର୍ଷିଲା ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର,୨୨ା୯(ବ୍ୟୁରୋ): ଚଳିତ ମୌସୁମୀ ଋତୁରେ ରାଜ୍ୟକୁ ଭଲ ବର୍ଷା ମିଳିଛି। ଦକ୍ଷିଣ ପଶ୍ଚିମ ମୌସୁମୀର ଓଡ଼ିଶା ଉପରେ ଶୁଭଦୃଷ୍ଟି ରହିଛି। ରାଜ୍ୟରେ ବର୍ଷା ସ୍ବାଭାବିକଠାରୁ ୫%...

ଲଘୁଚାପ:ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୭।୮(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ତେବେ ଏହା ସେତେ ବଳଶାଳୀ ହେବ ନାହିଁ। ରାଜ୍ୟକୁ ଆବଶ୍ୟକ...

ବାଘଛାଲ ଜବତ, ୪ ଅଭିଯୁକ୍ତ ଗିରଫ

ଭବାନୀପାଟଣା,୧୦ା୭(ଡି.ଏନ୍‌.ଏ.): କଳାହାଣ୍ଡି ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌ ଚଢ଼ାଉ କରିଛି। ଏହି ଚଢ଼ାଉରେ ୪ ବାଘ ଛାଲ ଜବତ ହେବା ସହ ୪...

ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆମେରିକାର ବୋଷ୍ଟନ୍‌ ସହରରେ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବରେ ଭାଗନେଇ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ...

ଗୋଇନ୍ଦା ବ୍ୟୁରୋ କାର୍ଯ୍ୟାଳୟ, ସତ୍ୟନଗର ପ୍ଲଟ୍‌ ନଂ.୧୧/ଏ ସିଲ୍‌

ଭୁବନେଶ୍ୱର, ୮ା୪(ବ୍ୟୁରୋ): ଭୁବନେଶ୍ବର ବିଦ୍ୟୁତ୍‌ ମାର୍ଗରେ ଅବସ୍ଥିତ କେନ୍ଦ୍ର ସରକାରଙ୍କ ଗୋଇନ୍ଦା ବ୍ୟୁରୋ (ଆଇବି) କାର୍ଯ୍ୟାଳୟ, ଷ୍ଟାଫ୍‌ କଲୋନୀ ଓ ଜନପଥ ପାର୍ଶ୍ୱ ତଥା ସତ୍ୟନଗରସ୍ଥିତ...

ଜେଏମ୍‌ଏମ୍‌ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି

ରାଇରଙ୍ଗପୁର,୩୧ା୮ (ମନୋରଞ୍ଜନ ତିରିଆ): ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଝାଡ଼ଖଣ୍ଡ ମୁୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଜେଏମ୍‌ଏମ୍‌ ରାଜ୍ୟ ଉପ...

ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ଅପରାହ୍ନ ୪ରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ପୁରୀ ଅଫିସ ୧ା୮: ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ...

ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ବିଭାଗ କମିଶନରଙ୍କ ରଘୁରାଜପୁର ଗାଁ ପରିଦର୍ଶନ: କ୍ଷୟକ୍ଷତି ଅନୁଧ୍ୟାନ କଲେ, ସମସ୍ୟା ବୁଝିଲେ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଛାରଖାର ହୋଇଯାଇଛି ଐତିହ୍ୟ ଗାଁ ରଘୁରାଜପୁର। ବହୁ ଶିଳ୍ପୀଙ୍କ ପଟ୍ଟଚିତ୍ର ବର୍ଷା ପବନରେ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟାନ୍ୟ ହସ୍ତକଳା ବି କ୍ଷତିଗ୍ରସ୍ତ...

Advertisement
Archives

Model This Week