ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ PCB ଅଧ୍ୟକ୍ଷ, ପାକିସ୍ତାନରେ ବଢ଼ିଲା ଉତ୍ତେଜନା; ଚାମ୍ପିଅନ୍ସ ଟ୍ରଫି ଉପରେ କଳା ବାଦଲ

ଇସଲାମାବାଦ,୨୬।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବ। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାରତ ସରକାର ପାକିସ୍ତାନରେ ସୁରକ୍ଷାକୁ ନେଇ ବିପଦ ଦର୍ଶାଇ ଟିମ୍‌ ଇଣ୍ଡିଆକୁ ପଠାଇବାକୁ ମନା କରିଦେଇଛନ୍ତି। ଅପରପକ୍ଷେ ପାକିସ୍ତାନୀ ବୋର୍ଡ ଟୁର୍ନାମେଣ୍ଟର ହାଇବ୍ରିଡ ମଡେଲର ଆୟୋଜନକୁ ସହମତି ପ୍ରକାଶ କରୁନାହିଁ। ପିସିବି ଅଧ୍ୟକ୍ଷ ମୋହସିନ ନକବି ସୁରକ୍ଷାକୁ ନେଇ ଲଗାତାର ବଡ଼ ବଡ଼ ଦାବି କରୁଛନ୍ତି। ହେଲେ ଏବେ ସେ ପାକିସ୍ତାନୀ ସେନାକୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କାରଣରୁ ସେ ଏହି ଆଦେଶ ଦେଇଛନ୍ତି, ତାହା ଚକିତ କରିଥିବା ବେଳେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନକୁ ନେଇ ଅଡ଼ୁଆ ବଢ଼ିଛି।

କହିବାକୁ ଗଲେ ବର୍ତ୍ତମାନ ସମୟରେ ପାକିସ୍ତାନର ଆଭ୍ୟନ୍ତରୀଣ ଅବସ୍ଥା ଖରାପ ଅଛି। ପ୍ରାୟ ୩ ମାସ ପରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଜେଲରୁ ମୁକ୍ତ କରିବାକୁ ନେଇ ତାଙ୍କ ଦଳର ସମର୍ଥକମାନେ ରାଜଧାନୀ ଇସଲାମାବାଦକୁ ଘେରି ରହିଛି, ଏହା ପରେ ସେଠାରେ ସୁରକ୍ଷା କର୍ମୀ ଏବଂ କର୍ମୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି।

ପାକିସ୍ତାନରୁ ଆସୁଥିବା ରିପୋର୍ଟ ମୁତାବକ, ‘ଲକ୍‌ଡାଉନ୍‌’ ବିଫଳ ହେବା ପରେ ପାରାମିଲିଟାରୀ ରେଞ୍ଜରମାନେ ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ୍‌ ଚଳାଇଥିଲେ। ଏହାପରେ ବିକ୍ଷୋଭକାରୀମାନେ ସିଧାସଳଖ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪ ପାକିସ୍ତାନୀ ରେଞ୍ଜର ନିହତ ହୋଇଥିଲେ। ଏହାପରେ ମୋହସିନ ନାକଭି ବିକ୍ଷୋଭକାରୀଙ୍କ ଗୁଳିର ଜବାବ ଗୁଳିରେ ଦେବାକୁ ଚେତାବନୀ ଦେଇଥିଲେ।କେବଳ ଏତିକି ନୁହେଁ ସେନା ମୁତୟନ ହେବା ପରେ ‘ଶୁଟ୍‌ ଆଣ୍ଡ ସାଇଟ୍‌’ ନେଇ ଆଦେଶ ଦେଇଥିଲେ। କହିରଖୁଛୁ ଯେ, ମୋହସିନ ନାକଭି କେବଳ ପିସିବିର ଅଧ୍ୟକ୍ଷ ନୁହନ୍ତି, ସେ ପାକିସ୍ତାନର ଆଭ୍ୟନ୍ତରିଣ (ଗୃହ ମନ୍ତ୍ରୀ) ମଧ୍ୟ ଅଟନ୍ତି।

ତାଜା ପରିସ୍ଥିତି କେବଳ ଯେ ଦେଶ ପାଇଁ ତାହା ନୁହେଁ ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ଥିବା ଆଶାକୁ ଝଟ୍‌କା ଲାଗିଛି। କାରଣ ଟୁର୍ନାମେଣ୍ଟର ଏକ ସ୍ଥାନ ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ରାଜଧାନୀ ଇସଲାମାବାଦଠାରୁ ମାତ୍ର ୧୪-୧୫ କିମି ଦୂରରେ ରହିଛି। ଏମିତିରେ ଆଇସିସି ନଭେମ୍ବର ୨୯ରେ ଟ୍ରଫିକୁ ନେଇ ନିଷ୍ପତ୍ତି ନେବାକୁ ବୈଠକ ଡାକିଛି, ଏଥିରେ ବିସିସିଆଇ ଏବଂ ପିସିବି ବ୍ୟତିତ ଅନ୍ୟ ବୋର୍ଡ ସଦସ୍ୟମାନେ ଉପସ୍ଥିତ ରହିବେ। ଏହି ବୈଠକ ପରେ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ହାଇବ୍ରିଡ ମଡେଲ ମଧ୍ୟ ପିସିବି ପାଇଁ ବଡ଼ କଥା ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?