ଏଣିକି ଟୋଲ୍‌ଗେଟ୍‌ରେ ଚାଲିବନି ଆପଣଙ୍କ ପେଟିଏମ୍‌, ଏହି ୩୨ଟି ଅଥୋରାଇଜ ବ୍ୟାଙ୍କର ଚାଲିବ ଫାସଟାଗ

ନୂଆଦିଲ୍ଲୀ,୧୬।୨: ଦିନକୁ ଦିନ ପେଟିଏମର ସମସ୍ୟା ବଢିବାରେ ଲାଗିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ଲୋକଙ୍କୁ NHAIରେ ତାଲିକାଭୁକ୍ତ ବ୍ୟାଙ୍କଗୁଡିକରୁ ଫାସଟାଗ କିଣିବାକୁ ଆଗ୍ରହ୍ୟ କରାଯାଇଛି। ଏହି ତାଲିକାରୁ ପେଟିଏମ ବ୍ୟାଙ୍କକୁ ବାଦ୍‌ ଦିଆଯାଇଛି। ଯେଉଁ ଉପଭୋକ୍ତାମାନଙ୍କର ପେଟିଏମ ଫାସଟାଗ ଥିଲା ସେମାନଙ୍କୁ ଏବେ ଏକ ନୂତନ ଫାସଟାଗ କରିବାକୁ ପଡିବ।
ବିଜନେସ୍‌ ଟୁଡେର ରିପୋର୍ଟର କହିବା ଅନୁଯାୟୀ, IHMCL(Indian Highway Management Company Limited) ସୋସିଆଲ ମିଡିଆ ଏକ୍ସରେ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୩୨ଟି ବ୍ୟାଙ୍କ ତାଲିକାଭୁକ୍ତ ରହିଛନ୍ତି। ଏଥିରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଅର୍ନ୍ତଭୁକ୍ତ ନାହିଁ। ଟ୍ବିଟ୍‌ କରି IHMCL କହିଛି, ନିମ୍ନଲିଖିତ ଫାସଟାଗରେ ବିନା କୌଣସି ଅସୁବିଧାରେ ଯାତ୍ରା କରନ୍ତୁ।

ବିଜନେସ୍‌ ଟୁଡେର ରିପୋର୍ଟ ଅନୁଯାୟୀ, ପେଟିଏମକୁ ତାଲିକାରୁ ବାହାର କରିବା ପରେ ପ୍ରାୟ ୨କୋଟି ଉପଭୋକ୍ତା ଏଥିପାଇଁ ପ୍ରଭାବିତ ହେବେ। ଏହି ଉପଭୋକ୍ତାମାନଙ୍କୁ ବର୍ତ୍ତମାନ ଏକ ନୂଆ ଫାସଟାଗ ନେବାକୁ ପଡିବ। ଫେବୃଆରୀ ୨୯ ପରେ ପେଟିଏମର ଫାସଟାଗକୁ ଆଉ ରିଚାର୍ଜ କରିପାରିବେ ନାହିଁ ।
ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ଫେବୃଆରୀ ୨୯ପରେ ପେଟିଏମ ଫାସଟାଗ ରିଚାର୍ଜ କରିପାରିବେ ନାହିଁ। ଯଦି ପେଟିଏମ୍‌ ଓ୍ବାଲେଟରେ ପୂର୍ବରୁ ଆପଣଙ୍କର ଟଙ୍କା ରହିଛି ତେବେ ଫେବୃଆରୀ ୨୯ ପରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ପେଟିଏମ ଫାସଟାଗକୁ ବନ୍ଦ କରି ତା’ ସ୍ଥାନରେ ଅନ୍ୟ ଏକ ବ୍ୟାଙ୍କର ଏକ ନୂଆ ଫାସଟାଗ ପାଇପାରିବେ, ଏନେଇ IHMCL ଆପଣଙ୍କ ପାଇଁ ବିକଳ୍ପ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ: ୧,୧୭୭ କିଲୋଗ୍ରାମ ଓଜନର…

ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ…

ବନ୍ଦ ହେବ ଯୁଦ୍ଧ! ‘ସାମରିକ ଅଭିଯାନକୁ ହ୍ରାସ କରିବ ଆମେରିକା’ – ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି

ଓ୍ବାଶିଂଟନ,୨୧।୩: ଶନିବାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୨୨ ତମ ଦିନ। ସଂଘର୍ଷ ଚତୁର୍ଥ ସପ୍ତାହରେ ପ୍ରବେଶ କରିବା ସତ୍ତ୍ୱେ, ପରିସ୍ଥିତି ଅସ୍ଥିର ରହିଛି। ଉଭୟ ପକ୍ଷ ଡ୍ରୋନ…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ବ୍ଲକ୍‌ କାର୍ଯ୍ୟାଳୟ ପ୍ରବେଶ ପଥ ବିପଦସଙ୍କୁଳ: ଆଖି ବୁଜି ଦେଇଛି ପ୍ରଶାସନ

ଥୁଆମୂଳ ରାମପୁର, ୨୧।୩ (ଦୁର୍ଗା କୀର୍ତ୍ତୀ):ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ବିପଦସଙ୍କୁଳ ହୋଇପଡ଼ିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍‌ ଉପରେ ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri