ପଟ୍ଟାମୁଣ୍ଡାଇ ସହର ବାଇପାସ୍‌ ବସ୍‌ଷ୍ଟାଣ୍ଡ ପାଲଟିଛି

ପଟ୍ଟାମୁଣ୍ଡାଇ, ୭ା୬(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରିଚାଲିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୀର୍ଘବର୍ଷ ହେଲା ବସ୍‌ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଏଥିପାଇଁ ରାଜନେତାମାନେ ବାରମ୍ବାର ଭିତ୍ତିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କୁ ଭୁଅଁା ବୁଲାଇ ଚାଲିଛନ୍ତି। କେବଳ ବସ୍‌ଷ୍ଟାଣ୍ଡ ପାଇଁ ଫଳକ ଲଗା ଚାଲିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଇପାସ୍‌ ଏବେ ବସ୍‌ଷ୍ଟାଣ୍ଡ ପାଲଟିଛି। ୨୦୦୫ରୁ ଏଠାରେ ଥିବା ବସ୍‌ଷ୍ଟାଣ୍ଡଟି ଅଚଳ ହୋଇ ପଡ଼ିଛି। ହେଲେ ଏଥିପ୍ରତି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସବୁ ଜାଣି ନ ଜାଣିବାର ବାହାନା କରୁଛନ୍ତି। ଏହାକୁ ଲୋକମାନେ ହୃଦୟଙ୍ଗମ କରିସାରିଲେଣି। ଏହାର ଉଚିତ ଜବାବ ଆଗାମୀ ଦିନରେ ଦିଆଯିବ ବୋଲି କହୁଛନ୍ତି। ପଟ୍ଟାମୁଣ୍ଡାଇକୁ ପୌରାଞ୍ଚଳର ମାନ୍ୟତା ମିଳିବା ଦୀର୍ଘ ୩୫ ବର୍ଷ ବିତିଗଲାଣି। କିନ୍ତୁ ଏଠି ବସ୍‌ଷ୍ଟାଣ୍ଡ ନାହିଁ। ପୁରୁଣା ବସ୍‌ଷ୍ଟାଣ୍ଡ ଅଚଳ ହୋଇ ପଡ଼ିଥିବାରୁ ଏବେ ବାଇପାସ୍‌ ରାସ୍ତା ବସ୍‌ଷ୍ଟାଣ୍ଡ ପାଲଟିଛି।
୧୯୮୮ ଡିସେମ୍ବର ୬ରେ ପଟ୍ଟାମୁଣ୍ଡାଇକୁ ଏନ୍‌ଏସିର ମାନ୍ୟତା ମିଳିଲା। ପରେ ୨୦୧୪ ଫେବୃୟାରୀ ୨୪ରେ ପଟ୍ଟାମୁଣ୍ଡାଇ ଏନ୍‌ଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ପଟ୍ଟାମୁଣ୍ଡାଇ ବଜାରରେ ଏକ ସରକାରୀ ବସ୍‌ଷ୍ଟାଣ୍ଡ ଥିଲା। ରାଉରକେଲା, କଟକ, ଭୁବନେଶ୍ୱର ଓ କୋଲକତା ପ୍ରଭୃତି ଅଞ୍ଚଳକୁ ସରକାରୀ, ବେସରକାରୀ ବସ୍‌ ଯିବା ଆସିବା କରୁଥିଲା। ୨୦୦୫ଠାରୁ ଏହି ବସ୍‌ଷ୍ଟାଣ୍ଡଟି ଆଚଳ ହୋଇ ପଡ଼ିଛି। ଫଳରେ ଏଠାକୁ କୌଣସି ସରକାରୀ କି ଘରୋଇ ବସ୍‌ ଆସୁନାହିଁ। ଏହାଦ୍ୱାରା ପଟ୍ଟାମୁଣ୍ଡାଇର ଲୋକମାନେ କଟକ, ଭୁବନେଶ୍ୱର ଆଦି ଅଞ୍ଚଳକୁ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଲୋକ କଟକ ଓ ଭୁବନେଶ୍ୱରରେ ଚାକିରି କରିଥିବାରୁ ଘରୋଇ ଗାଡ଼ିରେ ଅଧିକ ଖର୍ଚ୍ଚାନ୍ତ ହୋଇ ଯା’ଆସ କରୁଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସକାଳ ୫ ଓ ୬ଟା ବେଳେ ୨ଟି ବସ୍‌ କଟକ ଯାଉଛି। କିନ୍ତୁ ଏହାପରେ ଆଉ କୌଣସି ବସ୍‌ ନ ଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ବସ୍‌ଷ୍ଟାଣ୍ଡ ନ ଥିବାରୁ ଲୋକମାନେ ଖରା, ବର୍ଷାରେ ରାସ୍ତାକଡ଼ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି। ପଟ୍ଟାମୁଣ୍ଡାଇ ଦେଇ ରାଜକନିକା, ଆଳି, କେରଡ଼ାଗଡ଼, ଜରିମୂଳ, ତାଳଚୁଆ, ବାବର ପ୍ରଭୃତି ଅଞ୍ଚଳରୁ ପ୍ରାୟ ୬୦ଟି ବସ୍‌ କଟକ ଓ ଭୁବନେଶ୍ୱର ଚଳାଚଳ କରୁଛି। ସେହିପରି କଟକ ଓ ଭୁବନେଶ୍ୱରରୁ ମଧ୍ୟ ୧୫ଟିରୁ ଅଧିକ ବସ୍‌ ପଟ୍ଟାମୁଣ୍ଡାଇ ଦେଇ ଆଳି, ରାଜନଗର, ଜଗରଜୋର, ରାଜକନିକା ପ୍ରଭୃତି ଅଞ୍ଚଳକୁ ମଧ୍ୟ ଯାଉଛି। ହେଲେ ଦିନ ପ୍ରାୟ ୧୦ଟା ମଧ୍ୟରେ ପଟ୍ଟାମୁଣ୍ଡାଇରୁ ସିଧାସଳଖ କଟକ ଓ ଭୁବନେଶ୍ୱର ଯିବାକୁ ବସ୍‌ ମିଳୁନାହିଁ। ଅନ୍ୟପକ୍ଷରେ ୨୦୦୫ ରେ ପଟ୍ଟାମୁଣ୍ଡାଇ ବସ୍‌ଷ୍ଟାଣ୍ଡ ଲାଗି ମାତ୍ର ୯୦ ଡେସିମିଲ ଜମି ରଖାଯାଇ ଅବଶିଷ୍ଟ ଜମିକୁ ସରକାର ତଥା ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଲିଜ୍‌ ଆକାରରେ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରିଥିଲେ। ଏହାଦ୍ୱାରା ବସ୍‌ଷ୍ଟାଣ୍ଡ ପାଇଁ ଜାଗା ସଂକୀର୍ଣ୍ଣ ହୋଇଯିବାରୁ ଏହା ବନ୍ଦ ହୋଇ ପଡ଼ିଛି। ୨୦୧୯ ସେପ୍ଟେମ୍ବର ୨୯ରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ବସ୍‌ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ଭିତରେ ପ୍ରାୟ ୪ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନାହିଁ। ପଟ୍ଟାମୁଣ୍ଡାଇ ବସ୍‌ଷ୍ଟାଣ୍ଡକୁ ସମସ୍ତ ବସ୍‌ ଆସିବା ଏବଂ ପୂର୍ବାହ୍ନ ସାଢ଼େ ୧୦ ଭିତରେ ପଟ୍ଟାମୁଣ୍ଡାଇରୁ କଟକ, ଭୁବନେଶ୍ୱର ଓ ପୁରୀକୁ ବସ୍‌ ଚଳାଚଳ ପାଇଁ ପୂର୍ବରୁ ବହୁଥର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରଶାସନିକ ସ୍ତରରେ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଉନାହିଁ। ତୁରନ୍ତ ଏହାର ସମାଧାନ ପାଇଁ ରାଜ୍ୟ ସଡ଼କ ଓ ପରିବହନ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri