ପଟ୍ଟାମୁଣ୍ଡାଇ କଲେଜ ଓବିସି ହଷ୍ଟେଲ ଫାଟକରେ ତାଲା

ପଟ୍ଟାମୁଣ୍ଡାଇ,୨୧ା୯(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା ପଡିଛି। ନବନିର୍ମିତ ୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ତାଲା ପଡି ରହିବା କାରଣରୁ ତାହା ଜରାଜୀର୍ଣ୍ଣ ହୋଇପଡିଛି। ହଷ୍ଟେଲ ମଧ୍ୟରେ ଲଗା ଯାଇଥିବା ଲକ୍ଷାଧିକ ଟଙ୍କାର ଆକ୍ୱାଗାର୍ଡ ଓ ଜଳଯୋଗାଣ ପାଇଁ ନିର୍ମିତ ପମ୍ପ ହାଉସ କାର୍ଯ୍ୟକ୍ଷମ ନ ହେବାରୁ ଅଚଳ ହୋଇପଡିଲାଣି। ୨୦୨୦ରେ ଏହି ଓବିସି ହଷ୍ଟେଲରେ ଉତ୍ସର୍ଗୀକୃତ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା, ରାଜନଗର, କେନ୍ଦ୍ରାପଡ଼ା ଆଦି ଅଞ୍ଚଳର କୋଭିଡ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିଲା। କେନ୍ଦ୍ରାପଡ଼ା ଜିଲା ଜରୁରିକାଳୀନ ବିଭାଗ ଏହାର ପରିଚାଳନା କରୁଥିବାବେଳେ ଜିଲା ଚିକିତ୍ସାଧିକାରୀ ଚିକିତ୍ସା କେନ୍ଦ୍ର ଦାୟିତ୍ୱରେ ଥିଲେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପଟ୍ଟାମୁଣ୍ଡାଇ ପୌର ପରିଷଦ ଓ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ ଥିଲା। ତେବେ ୨ ବର୍ଷ ହେବ ଏଠାକୁ କୌଣସି ରୋଗୀ ଆସୁ ନ ଥିବାବେଳେ ଏହା ଆଉ କାର୍ଯ୍ୟକ୍ଷମ ହେଉନାହିଁ। କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ପୂର୍ବରୁ ପଟ୍ଟାମୁଣ୍ଡାଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଜିଲା କର୍ତ୍ତୃପକ୍ଷ ଓବିସି ହଷ୍ଟେଲକୁ ନିଜ ଦାୟିତ୍ୱକୁ ନେଇଥିଲେ। ତେବେ ବର୍ଷେ ହେବ ଏଠାରେ ଖୋଲା ଯାଇଥିବା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନ ଥିଲେ ହେଁ କଲେଜ କର୍ତ୍ତୃପକ୍ଷଙ୍କୁ ଓବିସି ହଷ୍ଟେଲ ଦାୟିତ୍ୱ ହସ୍ତାନ୍ତର କରାଯାଇନାହିଁ।
୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ୩୦ଟି କୋଠରି ରହିଛି। ଏଠାରେ ଛାତ୍ରୀଛାତ୍ରଙ୍କ ରହଣି ପାଇଁ ୧୦୦ ଶଯ୍ୟା ବିଶିଷ୍ଟ କରାଯାଇଥିବା ଏହି ହଷ୍ଟେଲଟି କଲେଜ ଛାତ୍ରୀଛାତ୍ରଙ୍କ ସମେତ ବାହାର ପିଲାମାନଙ୍କ ପାଇଁ ମଧ୍ୟ ଉନ୍ମୁକ୍ତ। ଏହି ହଷ୍ଟେଲରେ ରହିବାକୁ ଚାହୁଁଥିବା ଯେକୌଣସି ଛାତ୍ରୀଛାତ୍ର କଲେଜ କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବେ। ଦୀର୍ଘ ୨ବର୍ଷ ଧରି ହଷ୍ଟେଲ ତାଲା ପଡି ରହିବାରୁ ସେଥିରେ ଲାଗିଥିବା ମୂଲ୍ୟବାନ ଜିନିଷପତ୍ର ନଷ୍ଟ ହେବାକୁ ବସିଲାଣି ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଭାକର ରାଉତ କହିଛନ୍ତି। ବନ୍ଦ ରହିଥିବାରୁ କବାଟ, ଝରକାଗୁଡିକ ଉଇ ଖାଇ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ବୋଲି ଅଧ୍ୟକ୍ଷ ରାଉତ କହିଛନ୍ତି। ଖାଲି ସେତିକି ନୁହେଁ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁଥିବା ସମୟରେ ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ଏହି ବିଲ୍‌ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀମାନେ ପୈଠ କରି ନ ଥିବାରୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସଂଯୋଗ କାଟି ଦିଆଯାଇଛି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ କଲେଜରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରେଣୀଗୃହ ଅଭାବ ଥିବାରୁ ଏହି ଓବିସି ହଷ୍ଟେଲର ୩ ମହଲା କୋଠାରେ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯାଇପାରନ୍ତା ବୋଲି ପ୍ରାଧ୍ୟାପକମାନେ ମତବ୍ୟକ୍ତ କରିଛନ୍ତି। ଜିଲା ଅତିରିକ୍ତ ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଓବିସି ହଷ୍ଟେଲରେ ଉତ୍ସର୍ଗୀକୃତ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା। ପୌର ପରିଷଦ ଏହାର ତଦାରଖ ଦାୟିତ୍ୱରେ ଥିଲା। ଏହା କଲେଜକୁ ହସ୍ତାନ୍ତର ହୋଇଯାଇଛି। କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ ନ ଥିବାବେଳେ କାହିଁକି ତାଲା ପଡି ରହିଛି କହିପାରିବେନାହିଁ ବୋଲି ସେ କହିଛନ୍ତି। ତେବେ ଯାହା ହେଉନା କାହିଁକି କୋଟି କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଓବିସି ହଷ୍ଟେଲ ତା’ର ମୌଳିକ ଲକ୍ଷ୍ୟ ପୂରଣଠାରୁ ଦୂରେଇ ଯାଇଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri