ପଟ୍ଟାମୁଣ୍ଡାଇ କଲେଜ ଓବିସି ହଷ୍ଟେଲ ଫାଟକରେ ତାଲା

ପଟ୍ଟାମୁଣ୍ଡାଇ,୨୧ା୯(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା ପଡିଛି। ନବନିର୍ମିତ ୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ତାଲା ପଡି ରହିବା କାରଣରୁ ତାହା ଜରାଜୀର୍ଣ୍ଣ ହୋଇପଡିଛି। ହଷ୍ଟେଲ ମଧ୍ୟରେ ଲଗା ଯାଇଥିବା ଲକ୍ଷାଧିକ ଟଙ୍କାର ଆକ୍ୱାଗାର୍ଡ ଓ ଜଳଯୋଗାଣ ପାଇଁ ନିର୍ମିତ ପମ୍ପ ହାଉସ କାର୍ଯ୍ୟକ୍ଷମ ନ ହେବାରୁ ଅଚଳ ହୋଇପଡିଲାଣି। ୨୦୨୦ରେ ଏହି ଓବିସି ହଷ୍ଟେଲରେ ଉତ୍ସର୍ଗୀକୃତ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା, ରାଜନଗର, କେନ୍ଦ୍ରାପଡ଼ା ଆଦି ଅଞ୍ଚଳର କୋଭିଡ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିଲା। କେନ୍ଦ୍ରାପଡ଼ା ଜିଲା ଜରୁରିକାଳୀନ ବିଭାଗ ଏହାର ପରିଚାଳନା କରୁଥିବାବେଳେ ଜିଲା ଚିକିତ୍ସାଧିକାରୀ ଚିକିତ୍ସା କେନ୍ଦ୍ର ଦାୟିତ୍ୱରେ ଥିଲେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପଟ୍ଟାମୁଣ୍ଡାଇ ପୌର ପରିଷଦ ଓ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ ଥିଲା। ତେବେ ୨ ବର୍ଷ ହେବ ଏଠାକୁ କୌଣସି ରୋଗୀ ଆସୁ ନ ଥିବାବେଳେ ଏହା ଆଉ କାର୍ଯ୍ୟକ୍ଷମ ହେଉନାହିଁ। କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ପୂର୍ବରୁ ପଟ୍ଟାମୁଣ୍ଡାଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଜିଲା କର୍ତ୍ତୃପକ୍ଷ ଓବିସି ହଷ୍ଟେଲକୁ ନିଜ ଦାୟିତ୍ୱକୁ ନେଇଥିଲେ। ତେବେ ବର୍ଷେ ହେବ ଏଠାରେ ଖୋଲା ଯାଇଥିବା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନ ଥିଲେ ହେଁ କଲେଜ କର୍ତ୍ତୃପକ୍ଷଙ୍କୁ ଓବିସି ହଷ୍ଟେଲ ଦାୟିତ୍ୱ ହସ୍ତାନ୍ତର କରାଯାଇନାହିଁ।
୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ୩୦ଟି କୋଠରି ରହିଛି। ଏଠାରେ ଛାତ୍ରୀଛାତ୍ରଙ୍କ ରହଣି ପାଇଁ ୧୦୦ ଶଯ୍ୟା ବିଶିଷ୍ଟ କରାଯାଇଥିବା ଏହି ହଷ୍ଟେଲଟି କଲେଜ ଛାତ୍ରୀଛାତ୍ରଙ୍କ ସମେତ ବାହାର ପିଲାମାନଙ୍କ ପାଇଁ ମଧ୍ୟ ଉନ୍ମୁକ୍ତ। ଏହି ହଷ୍ଟେଲରେ ରହିବାକୁ ଚାହୁଁଥିବା ଯେକୌଣସି ଛାତ୍ରୀଛାତ୍ର କଲେଜ କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବେ। ଦୀର୍ଘ ୨ବର୍ଷ ଧରି ହଷ୍ଟେଲ ତାଲା ପଡି ରହିବାରୁ ସେଥିରେ ଲାଗିଥିବା ମୂଲ୍ୟବାନ ଜିନିଷପତ୍ର ନଷ୍ଟ ହେବାକୁ ବସିଲାଣି ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଭାକର ରାଉତ କହିଛନ୍ତି। ବନ୍ଦ ରହିଥିବାରୁ କବାଟ, ଝରକାଗୁଡିକ ଉଇ ଖାଇ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ବୋଲି ଅଧ୍ୟକ୍ଷ ରାଉତ କହିଛନ୍ତି। ଖାଲି ସେତିକି ନୁହେଁ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁଥିବା ସମୟରେ ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ଏହି ବିଲ୍‌ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀମାନେ ପୈଠ କରି ନ ଥିବାରୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସଂଯୋଗ କାଟି ଦିଆଯାଇଛି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ କଲେଜରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରେଣୀଗୃହ ଅଭାବ ଥିବାରୁ ଏହି ଓବିସି ହଷ୍ଟେଲର ୩ ମହଲା କୋଠାରେ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯାଇପାରନ୍ତା ବୋଲି ପ୍ରାଧ୍ୟାପକମାନେ ମତବ୍ୟକ୍ତ କରିଛନ୍ତି। ଜିଲା ଅତିରିକ୍ତ ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଓବିସି ହଷ୍ଟେଲରେ ଉତ୍ସର୍ଗୀକୃତ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା। ପୌର ପରିଷଦ ଏହାର ତଦାରଖ ଦାୟିତ୍ୱରେ ଥିଲା। ଏହା କଲେଜକୁ ହସ୍ତାନ୍ତର ହୋଇଯାଇଛି। କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ ନ ଥିବାବେଳେ କାହିଁକି ତାଲା ପଡି ରହିଛି କହିପାରିବେନାହିଁ ବୋଲି ସେ କହିଛନ୍ତି। ତେବେ ଯାହା ହେଉନା କାହିଁକି କୋଟି କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଓବିସି ହଷ୍ଟେଲ ତା’ର ମୌଳିକ ଲକ୍ଷ୍ୟ ପୂରଣଠାରୁ ଦୂରେଇ ଯାଇଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ପୂର୍ବତନ ଜିଆରଏସ୍‌ଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ, ୪ା୧୨(ରାକେଶ କୁମାର ରାଉତ): ଏକ ଲାଞ୍ଚ ନେବା ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରାଙ୍କୁ ୩...

ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ: ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଜଗନ୍ନାଥପ୍ରସାଦ,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘରୁ ଜବତ କରାଯାଇଛି। ମୃତକ...

ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ନେଇ ଯାଉଥିଲେ ମଝି ରାସ୍ତାରେ ଫାଟିଲା ଚକା : ଧରିଲା ପୋଲିସ 

ଯୋଡ଼ା,୪ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣ ସାହିଠାରେ ପୋଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ...

ଧରିତ୍ରୀ ପ୍ରଭାବ: ବଦଳିଲେ କନିଷ୍ଠ ଯନ୍ତ୍ରୀ

ମୋରଡ଼ା,୪ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କ ବାରିପଦା ବ୍ଲକକୁ ବଦଳି ହୋଇଛି। ଜିଲାପାଳଙ୍କ ଚିଠି ସଂଖ୍ୟା ୧୨୯୮୪/୨ା୪ା୨୩ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri