ପୂଜା ପ୍ରଦୂଷଣ କଟକଣା ନାମକୁମାତ୍ର

କେନ୍ଦ୍ରାପଡ଼ା ଅଫିସ, ୨୧ା୯: ଦୁଇବର୍ଷ ଧରି କରୋନା କଟକଣା ପରେ ଚଳିତବର୍ଷ କେନ୍ଦ୍ରାପଡା ଜିଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ କେତେକ କଟକଣା ଲାଗୁ ହେବ ବୋଲି ସୂଚନା ମିଳିଛି। ଉତ୍ସବ ସମୟରେ ଡିଜେ, ଅଶ୍ଳୀଳ ସଂଗୀତ, ମୂର୍ତ୍ତି ବିସର୍ଜନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଯାଇଛି। ଅଶ୍ଳୀଳ ସଂଗୀତର ପରିମାପକ କ’ଣ ରହିବ, ବିସର୍ଜନ ପୋଖରୀ ନାମକୁମାତ୍ର ହେଉଥିବା ବେଳେ ଏହାର ବାସ୍ତବିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଅପରପକ୍ଷରେ ଶବ୍ଦ, ବାୟୁ ଓ ଜଳ ପ୍ରଦୂଷଣ ଉପରେ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସହରର ବିଜୟ କୁମାର ମଣ୍ଡଳ କହିଛନ୍ତି, ପ୍ରଶାସନ ପକ୍ଷରୁ ଅଶ୍ଳୀଳ ନାଚ ଗୀତକୁ ବାରଣ ହୋଇଛି। ତେବେ କେଉଁ ଗୀତ ଭଲ ଓ କେଉଁ ଗୀତ ଖରାପ ବୋଲି କୌଣସି ପରିମାପକ ଦର୍ଶାଯାଇନାହିଁ; ଯାହା ପୂଜା କମିଟି ଉପରେ ଚାପ ସୃଷ୍ଟି କରିଛି। ସାମାଜିକ କର୍ମୀ ତୁଳସୀ ମହାରଣା କହିଛନ୍ତି, ପୂଜା ପାର୍ବଣଠାରୁ ବାହାଘର ଉତ୍ସବରେ ଏବେ ଦୁଇଅର୍ଥ ବୋଧକ ଗୀତ ଆମ ହିନ୍ଦୁ ସଂସ୍କୃତିକୁ ବିକୃତ କରୁଛି। ବିଭିନ୍ନ ସମୟରେ ଏହି ଗୀତର କେତେକ ପଦ ମହିଳାଙ୍କୁ ଲକ୍ଷ୍ୟ କରି ବୋଲା ଯାଉଥିବାରୁ ଯାତାୟାତ ସମୟରେ ସମସ୍ୟା ସୃଷ୍ଟି କରୁଛି। ଏପରି କି ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଛୋଟିର ନିହାର ରଞ୍ଜନ ପ୍ରଧାନ କହିଛନ୍ତି, ଗଣେଶ ପୂଜାଠାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ବିଭିନ୍ନ ପୂଜା ପାର୍ବଣ ପାଇଁ ମୂର୍ତ୍ତି ଗଠନ ହେଉଛି। ତେବେ ଏହି ମୂର୍ତ୍ତି ଗଠନ ସମୟରେ ପ୍ଲାଷ୍ଟର ଅଫ ପ୍ୟାରିସ ଓ କେତେକ ରାସାୟନିକ ଦ୍ରବ୍ୟର ରଙ୍ଗ ବ୍ୟବହାର ହେଉଛି। ପ୍ରଶାସନ ପକ୍ଷରୁ ଅସ୍ଥାୟୀ ପୋଖରୀ କେବଳ ନାମକୁ ମାତ୍ର ନଦୀ ଗଡ଼ିଆରେ ତିଆରି ହେଉଛି। ମୂର୍ତ୍ତି ବିସର୍ଜନ ପରେ ଅଳିଆ ଜଳଉତ୍ସକୁ ପ୍ରଦୂଷିତ କରୁଛି; ଯାହା ଜଳଚର ଜୀବଙ୍କ ପାଇଁ ହାନିକାରକ। ପରିବେଶବିତ୍‌ ବିରଜା ପ୍ରସାଦ ପାଣି କୁହନ୍ତି, ମୂର୍ତ୍ତିି କାରିଗରମାନେ ପ୍ଲାଷ୍ଟର ଅଫ ପ୍ୟାରିସ, କାଡମିୟମ, ଲିଡ୍‌, କପର, ଜିଙ୍କ, ପାରଦ, କ୍ରୋମିୟମ ଆଦି ରାସାୟନିକ ଦ୍ରବ୍ୟକୁ ବ୍ୟବହାର କରୁଛନ୍ତି। ଏହି ପଦାର୍ଥ ଜଳରେ ମିଳାଇ ନ ଯାଇ ଅଧିକ ସମୟ ରହିଥାଏ। ଫଳରେ ଏହି ରାସାୟନିକ ଦ୍ରବ୍ୟର ସଂସ୍ପର୍ଶରେ ଆସି ଜଳଚର ଜୀବ ମୃତ୍ୟୁମୁଖରେ ପଡିଥାନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କୁହନ୍ତି, ସାମ୍ପ୍ରତିକ ସମୟରେ ପର୍ବପର୍ବାଣି ପାଳନରେ ପ୍ରତିଦ୍ୱନ୍ଦ୍ୱିତା ବଢୁଛି। ସାଧାରଣ ଲୋକ ୫୦ରୁ ୬୦ ଡେସିବଲ ପର୍ଯ୍ୟନ୍ତ ଶବ୍ଦକୁ ସହ୍ୟ କରୁଥିବା ବେଳେ ଡିଜେ ଦ୍ୱାରା ୩୦୦ରୁ ଅଧିକ ଡେସିବଲ ଶବ୍ଦ ହେଉଛି; ଯାହା ରୋଗୀ, ଶିଶୁ, ବୃଦ୍ଧାବୃଦ୍ଧ ଏପରି କି ଦୁର୍ବଳ ହୋଇପଡିଥିବା ଘର ପ୍ରତି ବିପଦ ବଢ଼ାଉଛି। ସେହିପରି ପୂଜା ସରିବା ପରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରତି ଧ୍ୟାନ ଦିଆଯାଉନାହିଁ। ଖଡିଅଙ୍ଗ ପୂଜା କମିଟି ସଭାପତି ଭାବଗ୍ରାହୀ ସିଂହ କହିଛନ୍ତି, ଛକ ବଜାର, ସହରରେ ମୂର୍ତ୍ତି ପ୍ରତିଷ୍ଠା ଓ ଅଧିକ ମନୋରଞ୍ଜନ ମଧ୍ୟରେ ବଜାର ଅର୍ଥନୀତି ଲୁଚି ରହିଛି। ଯାତ୍ରୀ ଆଗମନ ସଂଖ୍ୟା ଅଧିକ ରହିଲେ ବ୍ୟବସାୟ ଭଲ ହେବ। ଶ୍ରଦ୍ଧାଳୁଙ୍କୁ ଧରି ରଖିବା ପାଇଁ ଆକର୍ଷଣୀୟ ସାଜସଜ୍ଜା ସହ ମନୋରଞ୍ଜନ କାର୍ଯ୍ୟକ୍ରମ କରିବାକୁ ପଡୁଛି। ପଣ୍ଡିତ ହୃଷୀକେଶ ରଥ କୁହନ୍ତି, ପୁରାଣ ଓ ବ୍ରତରେ ମୂର୍ତ୍ତି ନିର୍ମାଣ ପାଇଁ ବିଧି ବ୍ୟବସ୍ଥା ଅଛି। ଏହି ମୂର୍ତ୍ତି ସାଧାରଣରେ ସୁନା, ରୁପା, ପିତଳ, ପଥର ଆଦି ସହ ମାଟିରେ ନିର୍ମାଣ ହୁଏ। ମାଟି ମୂର୍ତ୍ତିକୁ ବିସର୍ଜନ କରାଯାଏ। ମୂର୍ତ୍ତିକୁ ଆକର୍ଷଣୀୟ କରିବାକୁ ପୂର୍ବରୁ ପ୍ରାକୃତିକ ସରଞ୍ଜାମ ବ୍ୟବହାର କରାଯାଉଥିଲା; ଯାହା ଜୀବଜଗତ ପାଇଁ କୌଣସି କ୍ଷତି ନ ଥିଲା। ମୂର୍ତ୍ତି କାରିଗର କୈଳାସ ମହାରଣା କୁହନ୍ତି, ସ୍ବଳ୍ପ ସମୟ, ଅଳ୍ପ ଅର୍ଥ ବ୍ୟୟରେ ସୁନ୍ଦର ମୂର୍ତ୍ତି ନେବା ପାଇଁ ଶ୍ରଦ୍ଧାଳୁ ସର୍ବଦା ଚାହିଁଥାନ୍ତି। ଏ କ୍ଷେତ୍ରରେ ପ୍ଲାଷ୍ଟର ଅଫ ପ୍ୟାରିସ ଓ ବଜାରରୁ ମିଳୁଥିବା ରଙ୍ଗକୁ ବ୍ୟବହାର କରିବାକୁ ପଡେ। ତେବେ ବଡ ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ ମାଟି ଓ ନଡାକୁ ପ୍ରାଧାନ୍ୟ ଦେଇଛୁ। ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ଛୋଟ ମୂର୍ତ୍ତି ଗଠନ ସମୟରେ ପ୍ଲାଷ୍ଟର ଅଫ ପ୍ୟାରିସ ବଦଳରେ ମଇଦା, ଅଟା, ମକା, ବାଜରା ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥକୁ ନେଇ ଗଠନ କରିପାରିବା। ସେହିପରି ହଳଦୀ, ଚନ୍ଦନ, କାଜଲ, ଗେରୁ ରଙ୍ଗ, ଫୁଲ ପତ୍ର ମାଧ୍ୟମରେ ମୂର୍ତ୍ତିର ସୌନ୍ଦର୍ଯ୍ୟ ଅଣାଯାଇପାରିବ। ଫଳରେ ମୂର୍ତ୍ତି ବିସର୍ଜନ ପରେ ଜଳଚର ଜୀବ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିପାରିବେ। ଏ ସମ୍ପର୍କରେ ଜନ ସମାଜ ସଚେତନ ନ ହେଲେ ଶବ୍ଦ, ବାୟୁ ଓ ଜଳ ପ୍ରଦୂଷଣ ପାଇଁ ଆଗାମୀଦିନରେ ମନୁଷ୍ୟ ଓ ଜୀବଜନ୍ତୁଙ୍କ ବଞ୍ଚତ୍ବା ଅସମ୍ଭବ ହୋଇପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ ଚଳାଚଳ ଦାବି: ଦାବି ପୂରଣ ନ ହେଲେ ରେଳରୋକୋ

କେନ୍ଦୁଝର,୫।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ହେଲେ ରେଳ ବିଭାଗ କେନ୍ଦୁଝର ଜିଲାକୁ...

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri