ପାଟ୍ଟାବନ୍ଧା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ଭୋଜିଭାତ କରି ଉଠାଉଛନ୍ତି ମଜା

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଯେତିକି ଶୀତ ବୃଦ୍ଧି ପାଉଛି, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ପର୍ଯ୍ୟଟନକ୍ଷେତ୍ରଗୁଡିକୁ ସେତିକି ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ  ପାଟ୍ଟାବାନ୍ଧା ଜଳପ୍ରପାତ ଅନ୍ୟତମ। ଏହି ଜଳପ୍ରପାତ ଦୁର୍ଗମ ଘାଟି, ପାହାଡ଼ ମଧ୍ୟରେ ରହିଥିଲେ ସୁଦ୍ଧା ପର୍ଯ୍ୟଟକ ଉକ୍ତ ଜଳପ୍ରପାତ ଖୋଜି ସେଠାରେ ପହଞ୍ଚି ଯାଆନ୍ତି ଓ ବଣ ଭୋଜି କରି ମଜା ନେଉଛନ୍ତି। ଉକ୍ତ କିସୁବାଡ଼ି ଗ୍ରାମ ଦେଇ ଯାଇଥିବା ନଦୀ ପ୍ରବାହିତ ହୋଇଥିବାବେଳେ ପାଟ୍ଟାବାନ୍ଧା ନିକଟରେ ବିସ୍ତୀର୍ଣ୍ଣ ପଥରରେ ଏକାଧିକ ଜଳପ୍ରପାତ ସୃଷ୍ଟି ହୋଇ ପର୍ଯ୍ୟଟକଙ୍କ ମନ ମୋହୁଛି। ନୂତନ ବର୍ଷର ପ୍ରଥମ ରବିବାରରେ ଉକ୍ତ ଜଳପ୍ରପାତରେ ପ୍ରବଳ ଭିଡ଼ ଜମିଥିଲା। ପର୍ଯ୍ୟଟକମାନେ ବଣଭୋଜି କରିବା ସହ ଜଳପ୍ରପାତରେ ଗାଧୋଇ ମଜା ଉଠାଇଥିଲେ।

କିଛି ପର୍ଯ୍ୟଟକ କୁହନ୍ତି, ଅନେକ ପଥର, ପାହାଡ଼ ଦେଇ ନଦୀ ପ୍ରବାହିତ ହେଉଛି। କନ୍ଧମାଳ ଜିଲା ଔଷଧୀୟ ବୃକ୍ଷରେ ଭରପୂର ରହିଥିବାରୁ ବୋହିଯାଉଥିବା ପାଣି ଅନେକ ଔଷଧୀୟ ବୃକ୍ଷ ସଂସ୍ପର୍ଶରେ ଆସିଥାଏ। ତେଣୁ ସେଠାରେ ଗାଧୋଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।

ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିଶୁବାଡ଼ି ଗ୍ରାମରେ ରହିଛି ପାଟ୍ଟାବାନ୍ଧା ଜଳପ୍ରପାତ। ଏହି ଜଳପ୍ରପାତ କାହିଁ କେଉଁ କାଳରୁ ବହି ଆସୁଥିଲେ ସୁଦ୍ଧା ଦୁର୍ଗମ ପାହାଡ଼ ଦେଇ ପାଦ ଚାଲି ଯିବାକୁ ପଡୁଥିଲା। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ସେହି ଜଳପ୍ରପାତକୁ କେବଳ ଅଞ୍ଚଳବାସୀ ହିଁ ଜାଣିଥିଲେ। ତେବେ ୩ ବର୍ଷ ତଳେ ଏହାକୁ ଲୋକଲୋଚନକୁ ଆଣିବା ପାଇଁ ତତ୍କାଳିନ ବିଧାୟକ ସାଲୁଗା ପ୍ରଧାନଙ୍କ ନିକଟରେ ଅଞ୍ଚଳବାସୀ ଦାବି ଜଣାଇଥିଲେ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ ଜଳପ୍ରପାତକୁ ପାହାଡ଼ କାଟି ରାସ୍ତା ସମ୍ପ୍ରସାରଣ କରାଯାଇ ଲୋକାର୍ପଣ କରାଯାଇଥିଲା।

ଏବେ ଏହି ଶୀତ ଦିନରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସିବା ସହ ବଣଭୋଜି କରି ପରିବାର, ସାଙ୍ଗସାଥୀଙ୍କ ସହ ମଜା ନିଅନ୍ତି। ତେବେ ଉକ୍ତ ଜଳପ୍ରପାତକୁ ଏବେ ମଧ୍ୟ ପକ୍କା ରାସ୍ତାସମ୍ପ୍ରସାରଣ କରାଯାଇ ନ ଥିବାରୁ ସମସ୍ତ ପ୍ରକାର ଗାଡ଼ି ସେହି ଜଳପ୍ରପାତ ନିକଟରେ ପହଞ୍ଚି ପାରୁନାହିଁ। ଯେଉଁ ସବୁ ଗାଡ଼ି ଯାଉଛି ଏକାଧିକ ଘାଟି ରହିଥିବାରୁ ପର୍ଯ୍ୟଟକମାନେ ବିପଦସଙ୍କୁଳ ଅବସ୍ଥାରେ ସେଠାରେ ପହଞ୍ଚୁଥିବା ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?