Posted inଫୁରସତ

ପିତୃଦେବ ଭବ, ମାତୃଦେବ ଭବ

ମାତାପିତା ମାନବ ଇତିହାସ ଆରମ୍ଭରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି! ପିଲାମାନଙ୍କୁ ଦୁନିଆକୁ ଆଣିବା ଏବଂ ସେମାନଙ୍କୁ ସମାଜରେ ସୁସ୍ଥ ଏବଂ ସୁରକ୍ଷିତ ଭାବେ ଜୀବିତ ରଖିବା କିଛି ଛୋଟ କାମ ନୁହେଁ।
ସେମାନଙ୍କ ପିଲାମାନଙ୍କର ସମଗ୍ର ଜୀବନ ପାଇଁ ଯୋଗ୍ୟ ଏବଂ ସ୍ବାବଲମ୍ବୀ କରି, ପିତାମାତାମାନେ ନିଜ ପରିବାରକୁ ଭଲ ପାଇବା ଏବଂ ପୋଷଣ କରିବା ପାଇଁ ଯଥାସମ୍ଭବ କାର୍ଯ୍ୟ କରିବାକୁ କଠିନ ପରିଶ୍ରମ କରିଥାନ୍ତି। ତେଣୁ ମାତାପିତାଙ୍କ ଏଭଳି ମହାନ୍‌ ପ୍ରୟାସକୁ ସମ୍ମାନ ଦେବା ପାଇ ପ୍ରତିବର୍ଷ ଜୁନ୍‌ ୧ରେ ‘ବିଶ୍ୱ ଅଭିଭାବକ ଦିବସ’ ପାଳନ କରାଯାଇଥାଏ।
ପିତୃଦେବ ଭବ, ମାତୃଦେବ ଭବ। ଅର୍ଥାତ୍‌ ପିତାମାତା ଭଗବାନଙ୍କ ପ୍ରତିରୂପ। ଜୀବନର ପ୍ରତିଟି ମୁହୂର୍ତ୍ତ ଓ ପ୍ରତ୍ୟେକ ଦିନ ମାତାପିତା ନିଜ ସନ୍ତାନଙ୍କୁ ଖୁସି ଦେବା ପାଇଁ ପ୍ରୟାସ କରିଥାଆନ୍ତି। ସେଭଳି ମାତାପିତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ଓ ସନ୍ତାନଙ୍କ ପାଇଁ ତାଙ୍କ ବଳିଦାନକୁ ମନେପକାଇ ତାଙ୍କ ନିମନ୍ତେ ଏହି ଦିନକୁ ପାଳନ କରାଯାଇଥାଏ।
ଏହି ଦିବସର ପାଳନ ଖୁବ୍‌ ମହତ୍ୱପୂର୍ଣ୍ଣ ।
ମାତାପିତାଙ୍କୁ ସ୍ନେହ, ଭକ୍ତି ଓ ଯଥାର୍ଥ ସମ୍ମାନ ଦେବା ଦ୍ୱାରା ଭଗବାନ ଏଥିରେ ସନ୍ତୁଷ୍ଟ ହୋଇଥାଆନ୍ତି। ମାତାପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ। ଶିଶୁଟି ମଧ୍ୟରେ ଭଗବାନ ପ୍ରାଣ ସଂଚାର କରିଥାଆନ୍ତି, ପ୍ରତ୍ୟେକ ସନ୍ତାନ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ। ମାତ୍ର ସେ ନିଜର ସମସ୍ତ ପିଲାଙ୍କ ନିକଟରେ ସମସ୍ତ ସ୍ଥାନରେ ଓ ସବୁବେଳେ ରହି ତାଙ୍କର ଟିକିନିକି କଥା ସମ୍ପୂର୍ଣ୍ଣ ଭାବେ ବୁଝିବା ପାଇଁ ପ୍ରତି ପିଲାଙ୍କୁ ମାତାପିତା ସ୍ବରୂପ ଉପହାର ଦେଇଥାଆନ୍ତି।
ପିଲାଙ୍କ ପାଇଁ ଏ ପୃଥିବୀ ପୃଷ୍ଠରେ ମାତାପିତା ହେଉଛନ୍ତି ସାକ୍ଷାତ୍‌ ଈଶ୍ୱରଙ୍କ ରୂପ, ଯେ କି ନିଜ ସନ୍ତାନକୁ ସୁଖ ଓ ଶାନ୍ତି ଦେବା ପାଇଁ କେବେ ମଧ୍ୟ ଭୁଲି ନ ଥାଆନ୍ତି। ନିଜ ପିଲାଙ୍କ ପାଇଁ ମାତାପିତା ଦିନରାତି ପରିଶ୍ରମ କରିଥାଆନ୍ତି। ଯେପରି ତାଙ୍କ ସନ୍ତାନକୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡ଼େ। ନିଜ ସନ୍ତାନଙ୍କ ପାଇଁ ସର୍ବଦା ବଳିଦାନ ଦେବା ହିଁ ମାତାପିତାଙ୍କର ମନୋବୃତ୍ତି। ଏହି ସମସ୍ତ ମହତ୍‌ ଗୁଣ ପାଇଁ ମାତାପିତା ସାରା ଦୁନିଆରେ ମହତ୍ୱପୂର୍ଣ୍ଣ ।
ସନ୍ତାନ ଯଦି ମା’ଙ୍କଠାରୁ ସଂସ୍କାର ଗ୍ରହଣ କରେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ଲାଗି ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କଠାରୁ ଶିକ୍ଷା କରିଥାଏ। ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ମା’ ଯେଉଁଠି ସନ୍ତାନର ଟିକେ କ୍ଷତିରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତିର ପରିଚୟ ଦେଇଥାନ୍ତି ।
ଜାତିସଂଘ ଅନୁଯାୟୀ, ସାରା ବିଶ୍ୱରେ ବିଶ୍ୱ ଅଭିଭାବକ ଦିବସ ପାଳନ କରାଯାଇଥାଏ। ୧୯୮୦ ଦଶକରେ ମିଳିତ ଜାତିସଂଘ ପରିବାର ସହ ଜଡ଼ିତ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା। ୧୯୮୩ ମସିହାରେ ଅର୍ଥନୈତିକ ଏବଂ ସାମାଜିକ ପରିଷଦର ସୁପାରିସକୁ ଆଧାର କରି ସାମାଜିକ ବିକାଶ ଆୟୋଗ ବିକାଶ ପ୍ରକ୍ରିୟାରେ ପରିବାରର ଭୂମିକା ଉପରେ ନିଷ୍ପତ୍ତି ନେଇ ୯ ଡିସେମ୍ବର ୧୯୮୯ର ୪୪/୮୨ ରିଜୋଲ୍ୟୁଶନରେ ସାଧାରଣ ସଭା ୧୯୯୪ କୁ ପରିବାରର ଅନ୍ତର୍ଜାତୀୟ ବର୍ଷ ଭାବରେ ଘୋଷଣା କଲା। ୧୯୯୩ର ରିଜୋଲ୍ୟୁଶନ ୪୭/୨୩୭ରେ, ସାଧାରଣ ସଭା ସ୍ଥିର କଲା ପ୍ରତିବର୍ଷ ୧୫ ମେ’ ଅନ୍ତର୍ଜାତୀୟ ପରିବାର ଦିବସ ଭାବରେ ପାଳନ କରାଯିବ। ୨୦୧୨ରେ, ସାଧାରଣ ସଭା ମାତାପିତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ୧ ଜୁନ୍‌କୁ ବିଶ୍ୱ ଅଭିଭାବକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ।
ମାଧ୍ୟମରେ ଜାତିସଂଘ ବିଶ୍ୱର ସମସ୍ତ ପିଲାଙ୍କ ପାଇଁ ସକାରାତ୍ମକ ବିକାଶ ଲାଗି ଆବଶ୍ୟକ ଉପକରଣ, ସୁରକ୍ଷା ତଥା ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇବାରେ ମାତାପିତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକୃତି ଦେବାକୁ ଚେଷ୍ଟା କରିଥାଏ। ତେଣୁ ବିଶ୍ୱ ଅଭିଭାବକ ଦିବସ (ଗ୍ଲୋବାଲ ପ୍ୟାରେଣ୍ଟ୍ସ ଡେ’)ରେ ମାତାପିତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri