Posted inଫୁରସତ

ବିଶ୍ୱ ଦୁଗ୍ଧ ଦିବସ

ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରାଣୀ ଶୈଶବ ଅବସ୍ଥାରେ କେବଳ ଦୁଗ୍ଧପାନ କରୁଥିବାବେଳେ ମନୁଷ୍ୟ କ୍ଷେତ୍ରରେ ଆବାଳବୃଦ୍ଧବନିତା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଗ୍ଧପାନ କରିଥାନ୍ତି । ଦୁଗ୍ଧ କେବଳ ପାନୀୟ ଭାବରେ ବ୍ୟବହାର କରାଯାଏ ତାହା ନୁହେଁ, ଏହା ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ଯଥା – ବଟରମିଲ୍କ, ଆଇସ୍‌କ୍ରିମ୍‌, ଲସି, ଛେନା ଆଦିର ମୌଳିକ ପଦାର୍ଥ ଭାବେ ବ୍ୟବହୃତ ହୁଏ । ଦୁଗ୍ଧରେ ଉଚ୍ଚଗୁଣାମତ୍କ ମାନର ଖାଦ୍ୟସାର ଯଥା – କ୍ୟାଲ୍‌ସିୟମ୍‌, ଫସ୍‌ଫରସ୍‌, ଭିଟାମିନ୍‌ ବି, ପୋଟାସିୟମ ଓ ଭିଟାମିନ୍‌ ଡି’ ଭରପୂର୍‌ ହୋଇ ଥାଏ । ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଆମ ସ୍ବାସ୍ଥ୍ୟ ରକ୍ଷାରେ ସହାୟକ ହେବା ସଙ୍ଗେସଙ୍ଗେ ହାଡ଼ଭଙ୍ଗା ଓ ହାଡ଼ର ଓଷ୍ଟିଓ ପୋରୋସିସ୍‌ରୁ ମୁକ୍ତ କରିଥାଏ । ସାଧାରଣତଃ, ଏକ ଗ୍ଲାସ୍‌ ଦୁଗ୍ଧରେ କ୍ୟାଲସିୟମ୍‌ ୨୯ ପ୍ରତିଶତ ଓ ଭିଟାମିନ୍‌ ଡି’ ୨୫ ପ୍ରତିଶତ ଥିବାବେଳେ ଫସ୍‌ଫରସ୍‌ ୨୩ ପ୍ରତିଶତ, ରାଇବୋଫ୍ଲାବିନ୍‌ ୨୩ ପ୍ରତିଶତ ଓ ଭିଟାମିନ୍‌ ବି-୧୨/୧୫ ପ୍ରତିଶତ ନିହିତ ଥାଏ, ଯାହାକି ଆମ ଶରୀର ପାଇଁ ଏକାନ୍ତ ଆବଶ୍ୟକ ।
ବିଶ୍ୱରେ ଏପରି କୌଣସି ଖାଦ୍ୟ ନାହିଁ, ଯାହାକି ଦୁଗ୍ଧର ପରିପୂରକ ବା ସମକକ୍ଷ ହୋଇପାରିବ। ବିଭିନ୍ନ ଖାଦ୍ୟ ମଧ୍ୟରେ ଦୁଗ୍ଧ ସମ୍ଭବତଃ ମନୁଷ୍ୟକୁ ପ୍ରକୃତିର ଶ୍ରେଷ୍ଠ ଦାନ। ସୁଷମ ଖାଦ୍ୟ ମଧ୍ୟରେ ଦୁଗ୍ଧ ହେଉଛି ସର୍ବୋତ୍ତମ। ଏଥିରେ ଆମ ଶରୀର ପାଇଁ ଆବଶ୍ୟକ ହେଉଥିବା ୬ଗୋଟି ମୌଳିକ ଉପାଦାନ ଯଥା- ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଧାତବ ଲବଣ, ଭିଟାମିନ୍‌ ଓ ଜଳ ସୁଷମ ଭାବରେ ନିହିତ ଥିବାରୁ ଦୁଗ୍ଧକୁ ଆଦର୍ଶ ପାନୀୟ ବା ସଂପୂର୍ଣ୍ଣ ଖାଦ୍ୟ ଭାବେ ଗ୍ରହଣ କରାଯାଇଛି।
ପ୍ରାୟ ୮୭ ପ୍ରତିଶତ ଜଳ ସହିତ ଅନ୍ୟାନ୍ୟ ଉପାଦେୟ ଖାଦ୍ୟସାର ନିହିତ ଥିବାରୁ ଏହା ଏକ ଉକୃଷ୍ଟ ଆଦର୍ଶ ପାନୀୟରୂପେ ବ୍ୟବହାର ହୋଇଥାଏ। ଆମ ରାଜ୍ୟର ଲୋକେ ଗାଈ ପାଳନକୁ ବିଶେଷ ଭାବରେ ଗ୍ରହଣ କରିଥିବା ବେଳେ ଗୁଜରାଟ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ପ୍ରଭୃତି ଦୁଗ୍ଧ ଉପତ୍ାଦନକାରୀ ପ୍ରମୁଖ ରାଜ୍ୟରେ ମୁରା ବା ଅନ୍ୟାନ୍ୟ ପ୍ରଜାତିର ମଇଁଷି ପାଳନ ଘରେ ଘରେ ଦେଖିବାକୁ ମିଳେ। ତେବେ ମଇଁଷି ଦୁଗ୍ଧରେ ଅଧିକ ସ୍ନେହସାର ସହିତ ସମୁଦାୟ କଠିନାଂଶ ଅଧିକ ଥିବା ହେତୁ ଦୁଗ୍ଧ ସମବାୟ ସମିତିରେ ଦୁଗ୍ଧ ବିକ୍ରିକରି ବେଶ୍‌ ଦି’ପଇସା ଅଧିକ ପାଉଥିବାରୁ ଉତ୍ତର ଭାରତରେ ମଇଁଷି ପାଳନ ଅଧିକ ଦେଖିବାକୁ ମିଳେ। ଦୁଗ୍ଧଚାଷୀମାନେ କେବଳ ଦୁଗ୍ଧ ବଜାରରେ ବିକ୍ରିକରି ଯେତିକି ପଇସା ପାଇଥାନ୍ତି। ତା’ ଅପେକ୍ଷା ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ଯଥା- ଦହି, ଛେନା, ପନିର, ରାବିଡ଼ି, ଛେନାପୋଡ଼, ରସଗୋଲା, ଛେନାଝିଲ୍ଲି, ରସ୍‌ମଲେଇ, ଆଇସ୍‌କ୍ରିମ୍‌ ଆଦି ପ୍ରସ୍ତୁତ କରି ୨ରୁ ୩ ଗୁଣ ଲାଭ ପାଇଥାନ୍ତି। ଦୁଗ୍ଧ ଅପେକ୍ଷା ଦୁଗ୍ଧଜାତ ଦ୍ରବ୍ୟ ଅଧିକ ଦିନ ସାଇତି ରଖିହୁଏ। ଆମ ହାଡ଼ ଓ ଦାନ୍ତର ଗଠନ ସହିତ ସୁଦୃଢ଼ତା ଆଣିବା ପାଇଁ ଦୈନିକ ୧ ଗ୍ରାମ୍‌ କ୍ୟାଲ୍‌ସିୟମ୍‌ ଓ ୮୦୦ ମି.ଗ୍ରା. ଫସ୍‌ଫରସ୍‌ ଦରକାର। ତେଣୁ ଏକ ଲିଟର ଦୁଗ୍ଧରୁ ୧ ଗ୍ରାମ୍‌ରୁ ଅଧିକ କ୍ୟାଲ୍‌ସିୟମ୍‌ ଓ ୯୦୦ ମି.ଗ୍ରା. ଫସ୍‌ଫରସ୍‌ ମିଳିଥାଏ। ଦୁଗ୍ଧରେ କ୍ୟାଲ୍‌ସିୟମ୍‌ ଥିବା ହେତୁ ଦୁଗ୍ଧ ସଫା, ଧଳା ଓ ସ୍ବଚ୍ଛ ଦେଖାଯାଏ।
ଦେଶ ବିଶ୍ୱସ୍ତରରେ ୧୯୯୮-୯୯ ବର୍ଷଠାରୁ କ୍ରମାଗତଭାବେ ଦୁଗ୍ଧ ଉପତ୍ାଦନରେ ପ୍ରଥମ ସ୍ଥାନ ଅଧିକାର କରିଛି। ଦୁଗ୍ଧରେ ଜୈବିକ ମୂଲ୍ୟ ୮୪.୫ ବା ଅଧିକ ଥିବାରୁ ଶିଶୁ, ମହିଳା ଓ ବୟସ୍କ ଲୋକଙ୍କ ପୁଷ୍ଟିହୀନତା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ା ଆମ ଦେଶରେ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଗୁଜରାଟ ରାଜ୍ୟର ଆନନ୍ଦଠାରୁ ହିଁ କେନ୍ଦ୍ରୀଭୂତ ହୋଇଥିଲା। ୧୯୪୦ ମସିହାରେ ଭାରତୀୟ ଡେରୀ ଶିଳ୍ପର ଅଭ୍ୟୁଦୟ ଘଟିଲା। ସେ ସମୟରେ ବଜାରରେ ନିମ୍ନମାନର ଦୁଗ୍ଧ ମିଳୁଥିବାବେଳେ ବିଦେଶରୁ ଗୁଣ୍ଡ ଦୁଗ୍ଧ ଆଣି ବିକ୍ରିବଟା ହେଉଥିଲା। ଶ୍ୱେତବିପ୍ଳବ ବା ଦୁଗ୍ଧ ବିକାଶ ଧାରାର ପିତାମହ ଭର୍ଗିସ୍‌ କ୍ୟୁରିଆନ୍‌ ଡେରୀ ଶିଳ୍ପର ବିକାଶ ଲାଗି ଗବେଷଣା ନିମନ୍ତେ ବିଦେଶ ଯାତ୍ରା କଲେ। ୧୯୪୬ରୁ ୧୯୬୪ ପର୍ଯ୍ୟନ୍ତ ସେ ଅମୂଲର ସାଧାରଣ ପରିଚାଳକ ଭାବେ ଦାୟିତ୍ୱ ସଂପାଦନ କରିବା ସମୟରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ଆହ୍ବାନକ୍ରମେ ଅମୂଲକୁ ଖେଡା ଜିଲ୍ଲାରେ ସୀମିତ ନ ରଖି ୧୯୬୫ ମସିହାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ହେଲା।
ଭର୍ଗିସ୍‌ କ୍ୟୁରିଆନ୍‌ଙ୍କ ଜନ୍ମଦିବସରେ ଆମ ଦେଶରେ ପ୍ରତିବର୍ଷ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଅଛି। ଚଳିତ ବିଶ୍ୱ ଦୁଗ୍ଧ ଦିବସର ବାର୍ତ୍ତାଟି ହେଲା ‘ଡେରୀ ଉପଭୋଗ କରିବା’। ଆମ ଭାରତରେ ଦୁଗ୍ଧ ସମବାୟ ଆନ୍ଦୋଳନରେ ଆଜୀବନ ଉସତ୍ର୍ଗୀକୃତ ସେବା ପାଇଁ ଶ୍ୱେତ ବିପ୍ଳବର ପିତାମହ ଭାବେ ଡ. ଭର୍ଗିସ୍‌ କ୍ୟୁରିଆନ୍‌ଙ୍କୁ ଆଖ୍ୟା ଦିଆଯାଇଛି। ବର୍ତ୍ତମାନ ଆମ ଦେଶରେ ବାର୍ଷିକ ଦୁଗ୍ଧ ଉପତ୍ାଦନ ୨୨୧ ଟନ୍‌ ହେଉଅଛି । ଜାତୀୟସ୍ତରରେ ଉନ୍ନତ ସଙ୍କର ଗାଈଙ୍କ ଦୈନିକ ଦୁଗ୍ଧ ଉପତ୍ାଦନ ହାରାହାରି ୮.୫୨ କେଜି ଥିବାବେଳେ ଦେଶୀଗାଈଙ୍କ ଦୈନିକ ଦୁଗ୍ଧ ଉପତ୍ାଦନ ଦକ୍ଷତା ହେଉଛି ୩.୩୬ କେଜି । ଆମ ରାଜ୍ୟ ତଥା ଦେଶର ଦୁଗ୍ଧଚାଷୀଙ୍କ ଅନବରତ ଗୋସେବା ଓ ନିଷ୍ଠାପର ଉଦ୍ୟମ ଯୋଗୁ ଏହା କେବଳ ସମ୍ଭବ ହୋଇପାରିଛି। ଆମ ରାଜ୍ୟରେ ଦୁଗ୍ଧ ଉପତ୍ାଦନ ୨୦୧୪-୧୫ ବର୍ଷରେ ୧୯୦୩ ହଜାର ମେଟ୍ରିକ ଟନ୍‌ ହୋଇଥିବା ବେଳେ ଅଦ୍ୟାବଧି ଏହା ଆଶାତୀତ ଭାବେ ବୃଦ୍ଧିପାଇ ୨୦୨୦-୨୧ ବର୍ଷରେ ୨୩୭୩ ହଜାର ମେଟ୍ରିକ ଟନ୍‌ରେ ପହଞ୍ଚତ୍ପାରିଛି ଏବଂ ଆମ ପଡ଼ୋଶୀ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟକୁ ବଳକା ଦୁଗ୍ଧ ବିକ୍ରିବଟା ପାଇଁ ପଠାଯାଉଅଛି । ବର୍ତ୍ତମାନ ଆମ ରାଜ୍ୟରେ ମୁଣ୍ଡ ପିଛା ଉପଲବ୍ଧ ହେଉଥିବା ଦୈନିକ ଦୁଗ୍ଧର ପରିମାଣ ହେଉଛି ୧୩୮ ଗ୍ରାମ୍‌ ।
ରାଜ୍ୟରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ, ସଂରକ୍ଷଣ ଓ ବିକ୍ରିବଟାର ସୁବିଧା ପାଇଁ ଓମ୍‌ଫେଡ୍‌ କାର୍ଯ୍ୟ କରୁଛି। ଓମ୍‌ଫେଡ୍‌ ଗୁଜରାଟର ଆନନ୍ଦ ଢାଞ୍ଚା ଭଳି ତ୍ରିସ୍ତରୀୟ ସମବାୟ ବ୍ୟବସ୍ଥା ସ୍ବରୂପ ଗ୍ରାମୀଣସ୍ତରରେ ଦୁଗ୍ଧ ଉପତ୍ାଦକ ସମବାୟ ସମିତି, ଜିଲାସ୍ତରରେ ଜିଲା ଦୁଗ୍ଧ ସଂଘ ଏବଂ ୧୯୮୦ ମସିହାରେ ରାଜ୍ୟସ୍ତରରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉପତ୍ାଦକ ମହାସଂଘ ଗଠିତ ହୋଇଅଛି। ସର୍ବପ୍ରଥମେ କଟକ, ପୁରୀ, କେନ୍ଦୁଝର ଓ ଢେଙ୍କାନାଳ ଜିଲା ଦୁଗ୍ଧ ସଂଘକୁ ଅନ୍ତର୍ଭୁକ୍ତ କରାଯାଇ ଓମ୍‌ଫେଡ୍‌ ସ୍ଥାପନ କରାଯିବା ସହିତ ରାଜ୍ୟରେ ଦୁଗ୍ଧ ପ୍ରକ୍ରିୟାକରଣ ଓ ବିପଣନ ବ୍ୟବସ୍ଥାକୁ ସଂଗଠିତ କରାଗଲା।
ଓମ୍‌ଫେଡ୍‌ ଖାଉଟିମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ବଚ୍ଛ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଗୁଣବତ୍ତା ପ୍ରତି ସଦାସର୍ବଦା ଗୁରୁତ୍ୱ ଦେଇଆସିଛି। ଅଦ୍ୟାବଧି ବଜାରରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ବଜାରରେ ଖାଉଟିମାନଙ୍କୁ ଯୋଗାଇଦେବା ନିମନ୍ତେ ପ୍ରାଇଭେଟ୍‌ ସ୍ତରରେ ଅନେକ ସଂସ୍ଥା ଯଥା – ପ୍ରଗତି ମିଲ୍କ ପ୍ରଡକ୍ସ୍‌, ମିଲ୍କ ମନ୍ତ୍ର, ବନସ୍‌ ଡାଏରୀ ଆଦି ଆଗେଇ ଆସିଛନ୍ତି । ତେଣୁ ଆଗାମୀ ଦିନରେ ଡେରୀ ଶିଳ୍ପରେ ଏକ ପରିବର୍ତ୍ତନ ଆସିବା ସହିତ ଦୁଗ୍ଧ ଚାଷୀ ଉଚିତ ମୂଲ୍ୟରେ ଦୁଗ୍ଧ ବିକ୍ରିକରି ଅଧିକ ଲାଭ ପାଇବା ପାଇଁ ଏକ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି ହୋଇଛି। ଦୁଗ୍ଧର ଉପତ୍ାଦନ ଖର୍ଚ୍ଚ କମାଇ ଅଧିକ ପଇସା ପାଇବାକୁ ହେଲେ ଗୋପାଳନ କ୍ଷେତ୍ରରେ ଆମକୁ ସବୁଜ ଘାସ ଚାଷ କରିବା ଏକାନ୍ତ ଅପରିହାର୍ଯ୍ୟ ।

-ଡା. ବୀରକିଶୋର ପରିଡ଼ା
ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜଗତ୍‌ସିଂହପୁର
ମୋ: ୯୪୩୭୬୦୭୩୧୨


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?