ଡାକ୍ତର ନାହାନ୍ତି, ଚିକିତ୍ସାରୁ ବଞ୍ଚିତ ରୋଗୀ

କୁଜଙ୍ଗ, ୧୪ା୫ (ଡି.ଏନ.ଏ.): ସ୍ବାସ୍ଥ୍ୟ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଛନ୍ତି। ହେଲେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ରୋଗୀ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କେବଳ ଜଣେ ଆୟୁଷ ଡାକ୍ତରଙ୍କୁ ଭରସା କରି ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଅଭିଯୋଗ ହେଉଛି।
କୁଜଙ୍ଗ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ତତ୍କାଳୀନ ବଙ୍ଗୀୟ ଜମିଦାର ଉଦୟଚାନ୍ଦ ମହତାବ ୧୮୯୩ରେ ଏଠାରେ ଏକ ଡିସ୍‌ପେନ୍‌ସାରୀ ପ୍ରତିଷ୍ଠା କରିଥିଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଉକ୍ତ ଡିସ୍‌ପେନ୍‌ସାରୀକୁ ହାତକୁ ନେଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ର ମାନ୍ୟତା ପ୍ରଦାନ କରିଥିଲେ। ୨୦୦୬ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟମ ଅନୁସାରେ, ଅଧୀକ୍ଷକଙ୍କ ସମେତ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ, ଜଣେ ଶିଶୁ ରୋଗ, ଜଣେ ସର୍ଜରୀ, ଜଣେ ଭେଷଜ ବିଶେଷଜ୍ଞ ଓ ଜଣେ ଏମ୍‌ବିବିଏସ୍‌ ଡାକ୍ତର ଏହିପରି ମୋଟ୍‌ ୬ ଜଣ ଡାକ୍ତର ରହିବା କଥା। କିନ୍ତୁ ପରିତାପର ବିଷୟ ଦୀର୍ଘବର୍ଷ ହେବ ଏଠାରେ ଜଣେ ହେଲେ ବିଶେଷଜ୍ଞ ନ ଥିବା ବେଳେ ଅଧୀକ୍ଷକ ଓ ଜଣେ ଏମ୍‌ବିବିଏସ୍‌ ଡାକ୍ତର ନିଯୁକ୍ତ ଅଛନ୍ତି। ଅଧୀକ୍ଷକ ଅଧିକାଂଶ ସମୟ ଜଗତ୍‌ସିଂହପୁର ଜିଲା ସଦର ମହକୁମାକୁ ବିଭିନ୍ନ କାମ ଓ ଅନ୍ୟ ସରକାରୀ କାର୍ଯ୍ୟରେ କ୍ଷେତ୍ର ପରିଦର୍ଶନରେ ଯାଉଥିବାରୁ ଅନୁପସ୍ଥିତ ରହୁଛନ୍ତି। ଅନ୍ୟ ଜଣେ ଏମ୍‌ବିବିଏସ୍‌ ଡାକ୍ତର ସପ୍ତାହକୁ ୩ ଦିନ ଉଭୟ ରାତି ଓ ଦିନ ବେଳା ଡ୍ୟୁଟି କରି ଡାକ୍ତରଖାନାରେ ଅନୁପସ୍ଥିତ ରହନ୍ତି। ଫଳରେ ରୋଗୀ ଅନ୍ୟ ଉପାୟ ନ ପାଇ ଆୟୁଷ ଡାକ୍ତରଙ୍କ ଉପରେ ଭରସା କରୁଛନ୍ତି। ପ୍ରସୂତିଙ୍କ ପ୍ରସବ ଯନ୍ତ୍ରଣା ସମୟରେ ଖର୍ଚ୍ଚାନ୍ତ ହୋଇ ପ୍ରାୟ ୬୦ କିମି ଦୂର ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଏଠାରେ ଶିଶୁ ବିଶେଷଜ୍ଞ ନ ଥିବାରୁ ଛୋଟଛୁଆଙ୍କୁ ଖର୍ଚ୍ଚାନ୍ତ ହୋଇ କଟକ ନେବାକୁ ପଡୁଛି। କାହାର କୌଣସି ସାଧାରଣ ଅସ୍ତ୍ରୋପଚାର ଆବଶ୍ୟକତା ପଡିଲେ ବା କୌଣସି ରୋଗ ପାଇଁ ଭେଷଜ ବିଶେଷଜ୍ଞଙ୍କ ଆବଶ୍ୟକତା ପଡିଲେ ଜନସାଧାରଣଙ୍କୁ ୧୦୦ କିମି ଦୂର କଟକ ଯିବାକୁ ପଡୁଛି। ଅନ୍ୟପକ୍ଷେ କୁଜଙ୍ଗ, ଏରସମା, ଜଟାଧାର, ପାରାଦୀପ ଲକ୍‌, ଅଭୟଚାନ୍ଦପୁର, ସାମୁଦ୍ରିକ ଥାନା ଓ ପାରାଦୀପ ଆଦର୍ଶ ଥାନା ଅଞ୍ଚଳରେ କୌଣସି ଅପମୃତ୍ୟୁ ବା ଦୁର୍ଘଟଣାଜନିତ ମୃତ୍ୟୁରେ ମୃତଦେହ ବ୍ୟବଚ୍ଛେଦ ଏଠାରେ ହୋଇଥାଏ। ତେଣୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତର ଚାଲିଗଲେ, ଡାକ୍ତରଖାନାରେ ରୋଗୀ ସେବା ଠପ୍‌ ହୋଇଯାଉଛି। ଏଠାରେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କୁଜଙ୍ଗ ବ୍ଲକର ୨୮ଟି ପଞ୍ଚାୟତ ସମେତ ଏରସମା ବ୍ଲକର ୧୦ଟି ପଞ୍ଚାୟତ, କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ମାର୍ଶାଘାଇ ଓ ଗରଦପୁର ବ୍ଲକ୍‌ର ୧୦ଟି ପଞ୍ଚାୟତର ଲୋକେ ନିର୍ଭରଶୀଳ। ପ୍ରତ୍ୟହ ୫ ନଂ.(କ) ଜାତୀୟ ରାଜପଥ, ପାରାଦୀପ ଶିଳ୍ପାଞ୍ଚଳ, କଟକ-ପାରାଦୀପ ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ଗୁରୁତର ହୋଇ ଆସୁଥିବା ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ, ୧୫ ବର୍ଷର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ପାଇବା ପରେ କେବଳ ୨ ବର୍ଷ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଏଠାରେ କାର୍ଯ୍ୟ କରିଛନ୍ତି। ଡାକ୍ତର ନ ଥିବା ସମ୍ପର୍କରେ ଅଧୀକ୍ଷକ ଡା. ପ୍ରସନ୍ନ ପଣ୍ଡାଙ୍କୁ ପଚାରିବାରେ ସମସ୍ୟା ସମ୍ପର୍କରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ଆମର କିଛି କରିବାର ନାହିଁ। ଡାକ୍ତର ନିଯୁକ୍ତି ସରକାରଙ୍କ ଉପରେ ନିର୍ଭର କରୁଛି। ଆଗକୁ ବର୍ଷାଦିନ ଆସୁଛି। ଜ୍ୱର, ଥଣ୍ଡା, କାଶ, ଝାଡ଼ାବାନ୍ତି, ଡେଙ୍ଗୁ ରୋଗ ବଢ଼ିବା ଆଶଙ୍କା ଅଛି। ବିନା ଡାକ୍ତରରେ କେମିତି ରୋଗୀ ଚିକିତ୍ସା ପାଇବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri