ଦେଢ଼ କିମି ବୁହାହେଲେ ପ୍ରସୂତି, ଶିଶୁ

କାମାକ୍ଷାନଗର, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲାର ଆଦିବାସୀବହୁଳ ଦୁର୍ଗମ କାନ୍ତୋଲ ପଞ୍ଚାୟତରେ କମୁନି ଜନନୀ ଯନ୍ତ୍ରଣା। ଗ୍ରାମକୁ ଯିବା ରାସ୍ତାରେ ଏକାଧିକ ପାହାଡ଼ିଆ ନାଳ ସ୍ବାସ୍ଥ୍ୟସେବାରେ ସାଜିଛି ପ୍ରତିବନ୍ଧକ। ଫଳରେ ଜରୁରୀସମୟରେ ସ୍ରୋତପୂର୍ଣ୍ଣ ନାଳ ପାର ହୋଇ ମେଡିକାଲ ଆସିବାକୁ ସଂଘର୍ଷ କରୁଛନ୍ତି ଗର୍ଭବତୀ, ପ୍ରସୂତି। ଶନିବାର ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି ଏକୁଲ ଗ୍ରାମରେ। ପ୍ରସବ ପରେ ଜଣେ ମହିଳା ଏବଂ ନବଜାତ ଶିଶୁଙ୍କୁ ଡାକ୍ତରଖାନା ଆଣିବାରେ ନାହିଁ ନ ଥିବା ସମସ୍ୟା ଭୋଗିଥିଲେ ପରିବାର ସଦସ୍ୟ। ଷ୍ଟ୍ରେଚରରେ ବହୁକଷ୍ଟରେ ପିଛୁଳି ନାଳ ପାର କରାଇବା ପରେ ଏକ ବେସରକାରୀ ଗାଡ଼ିରେ ମା’ ପିଲା ପହଞ୍ଚତ୍ଥିଲେ ଡାକ୍ତରଖାନାରେ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି କସରତ ୬ଘଣ୍ଟା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ସହ ଶେଷ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏକୁଲ ଗ୍ରାମର ଆର୍ତ୍ତବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଅହଲ୍ୟା (୨୨)ଙ୍କ ଶନିବାର ସକାଳେ ପ୍ରସବ ବେଦନା ହୋଇଥିଲା। ଯୋଗାଯୋଗ ସମ୍ଭବ ହୋଇ ନ ପାରିବାରୁ ଆମ୍ବୁଲାନ୍ସ ପହଞ୍ଚତ୍ ପାରି ନ ଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ଘରେ ହିଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଅହଲ୍ୟା। ଅଧିକ ଚିକିତ୍ସା ଲାଗି ପରିବାର ଲୋକେ ଉଭୟଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏଥିଲାଗି ସେମାନେ ଏକ ବେସରକାରୀ ଗାଡ଼ି ସହିତ ଯୋଗାଯୋଗ କରିଥିଲେ। ହେଲେ ପାଣି ଭର୍ତ୍ତି ପିଛୁଳି ନାଳ ଡେଇଁ ନ ପାରି ଗାଡ଼ି ଅଟକି ରହିଥିଲା ଅପରପାର୍ଶ୍ୱରେ। ଅନ୍ୟ ଉପାୟ ନ ଥିବାରୁ ଘର ଲୋକେ ଆଶାଦିଦିଙ୍କ ସହାୟତାରେ ଏକ ଷ୍ଟ୍ରେଚରରେ ମହିଳା, ଶିଶୁକୁ ଧରି ଦେଢ଼କିମି ବାଟ ଚାଲିଚାଲି ଆସିଥିଲେ। ବଡ଼କଷ୍ଟରେ ନାଳ ପାର ହେବା ପରେ ଉକ୍ତ ବେସରକାରୀ ଗାଡ଼ିରେ ମା’ଶିଶୁଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏ ସଂକ୍ରାନ୍ତରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ରତ୍ନାକର ସାମଲ କୁହନ୍ତି, ଚିକିତ୍ସା ପରେ ମା’ଶିଶୁ ସୁସ୍ଥ ଅଛନ୍ତି। ରବିବାର ଉଭୟଙ୍କୁ ଘରକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଦୁର୍ଗମ କାନ୍ତୋଲ, ଏକୁଲ, ସେକୁଲ, କୋଟ ଅଞ୍ଚଳରେ ସବୁଦିନିଆ ସଡ଼କ ନ ଥିବାରୁ ବର୍ଷତମାମ ରୋଗୀମାନେ ଏପରି ସମସ୍ୟା ଭୋଗୁଛନ୍ତି। ସରକାରୀ ଏବଂ ପ୍ରଶାସନିକସ୍ତରରେ ଅନେକ ଯୋଜନା କରାଯାଉଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri