ବିନା ପ୍ରମାଣପତ୍ରରେ ରୋଗୀ ସେବା; ନକଲି ଡାକ୍ତର ଗିରଫ

ବାରଙ୍ଗ,୧୦।୧୦(ଡି.ଏନ୍‌.ଏ.): ବିନା ପ୍ରମାଣପତ୍ରରେ ରୋଗୀ ସେବା କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଜଣେ ରୋଗୀଙ୍କ ଦେହ ସୁସ୍ଥ ହେବା ବଦଳରେ ବିଗିଡ଼ିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ଚନ୍ଦକା ଥାନା ପୋଲିସ ଉକ୍ତ ନକଲି ଡାକ୍ତରଙ୍କୁ ଶନିବାର ଗିରଫ କରିଛି। ସେ ହେଲେ ଏହି ଥାନା ଗଙ୍ଗପଡା ଭାତକୁରିର ଜାନକୀ ବଲ୍ଲଭ ପଟ୍ଟନାୟକ। ଏ ନେଇ ପୋଲିସ ମାମଲା(ନଂ.୨୪୨/୨୧) ରୁଜୁ କରି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଗଙ୍ଗପଡ଼ା ଗ୍ରାମର ମୀନାକରୀ ଦାସ କର୍କଟ ରୋଗରେ ପୀଡ଼ିତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଠାରେ ଜଣେ ବ୍ୟକ୍ତି ଜାନକୀଙ୍କ ପାଖରେ ଦେଖାଇଲେ ଆରୋଗ୍ୟ ହୋଇଯିବ ବୋଲି କହିଥିଲେ। ପରେ ରୋଗୀଙ୍କ ପରିବାରଲୋକ ବିଶ୍ୱାସ କରି ହସ୍ପିଟାଲ ଛାଡ଼ି ଜାନୁୟାରୀ ୨୦୨୧ ପରଠାରୁ ଜାନକୀଙ୍କ ଅଧୀନରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ସତ୍ତ୍ୱେ ମୀନାଙ୍କ ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଥିଲା। ପରିବାର ଲୋକଙ୍କ ସନ୍ଦେହ ହେବାରୁ ମୀନାଙ୍କ ଭାଇ ପ୍ରଦୀପ୍ତପ୍ରସାଦ ରାମ ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗ କରିଥିଲେ। ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଅଭିଯୋଗ ଆଧାରରେ ଜାନକୀଙ୍କୁ ଥାନାକୁ ଆଣିଥିଲେ। ଯାଞ୍ଚବେଳେ ତାଙ୍କର କୌଣସି ପ୍ରାମାଣିକ ପ୍ରମାଣପତ୍ର ଦେଖାଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିୟମ ନ ମାନି ୩ ଚା ଦୋକାନୀ ଗିରଫ

ବୁଗୁଡ଼ା,୨୪ା୩(ଡି.ଏନ.ଏ.)- ବୁଗୁଡ଼ା ସହରରେ ଲକ୍‌ ଡାଉନ ଯୋଗୁ ଗାଡ଼ି ମଟର ସହ ସମସ୍ତ ଦୋକାନ ବନ୍ଦ ରହିଥିବାବେଳେ କେତେକ ଚା’ ଦୋକାନୀ ନିୟମ ନମାନି ଦୋକାନ...

ମିକ୍ସଚର ମେସିନ ବୋଝେଇ ଟ୍ରକକୁ ଧକ୍କା ଦେଲା କାର : ୨ ମୃତ, ୨ ଗୁରୁତର

ଛେଣ୍ଡିପଦା,୮।୬(ସ୍ବ.ପ୍ର)-ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ୫୫ ନଂ. ଜାତୀୟ ରାଜପଥର କତଡା ନିକଟରେ ସୋମବାର ଏକ ମିକ୍ସଚର ମେସିନ ବୋଝେଇ ଟ୍ରକ ସହ...

ଏସିଆନ ଚାମ୍ପିୟନଶିପରେ ଭାଗ ନେବେ କେନ୍ଦୁଝର ଝିଅ ମଧୁସ୍ମିତା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଏସିଆନ ତାଏକୋଣ୍ଡୋ ଚାମ୍ପିୟନଶିପରେ ଭାଗ ନେବା ପାଇଁ ଜାତୀୟ ଦଳରେ କେନ୍ଦୁଝର ଝିଅ ମଧୁସ୍ମିତା ମହାନ୍ତି ମନୋନୀତ ହୋଇଛନ୍ତି। ତାଙ୍କ ଘର କେନ୍ଦୁଝର...

ପ୍ରଚାରରେ ମନ୍ତ୍ରୀ, ଏମ୍‌ପି

ବରଗଡ଼ ଅଫିସ୍‌/ବରପାଲି,୧୭।୩(ଡି.ଏନ.ଏ): ବରଗଡ଼ ଜିଲାରେ ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଗ୍ରହଣ ହେବ। ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ପ୍ରଚାର...

ସତ୍ୟର ଅନ୍ୟ ନାମ ସାମ୍ବାଦିକତା

ଜଗତ୍‌ସିଂହପୁର ଅଫିସ୍‌, ୧୭।୧:ସତ୍ୟର ଅନ୍ୟ ନାମ ସାମ୍ବାଦିକତା। ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରିବା ଉଚିତ ବୋଲି ଗୁରୁବାର ଏକବିଂଶତମ...

କଳାହାଣ୍ଡିର ଦୁର୍ନୀତିଗ୍ରସ୍ତ ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର, ୨ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ

ଭବାନୀପାଟଣା, ୧୯।୮ (ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଦୁର୍ନୀତି ମୁକ୍ତ କରିବା ପାଇଁ ବର୍ତ୍ତମାନ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁର୍ନୀତିି...

ଗରିବଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ

ଗୁଡଭେଲା,୨।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ସହର ସମେତ ଆଖ ପାଖ ଅଞ୍ଚଳ କରୋନା ପାଇଁ ଲକ୍‌ ଡାଉନ୍‌ ରହିଛି। ଲୋକେ ଖାଇବାକୁ ହଇରାଣ ହେଉଛନ୍ତି।...

ପଞ୍ଚାୟତ ଜିପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୩୧ା୧୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ପୁଇଁତଲା ପଞ୍ଚାୟତର ଜିପିଇଓ ବିହାରୀଲାଲ ବାରିକଙ୍କ ଘରେ ଭିଜିଲାନ୍ସ ବିଭାଗ...

Advertisement
Archives

Model This Week