Posted inଜାତୀୟ

ଟୁଲକିଟ ମାମଲା: ଫେବୃୟାରୀ ୨୩ରେ ଦିଶା ରବିଙ୍କ ଜାମିନ ଆବେଦନ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦।୨: ଟୁଲକିଟ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଜାମିନ ଆବେଦନ ଶନିବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଥିଲା। ଆଡିସନାଲ ସେଶନ ଜଜ୍‌ ଧର୍ମେନ୍ଦ୍ର ରାଣାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଦିଶା ରବିଙ୍କ ଜାମିନ ଆବେଦନ ଶୁଣାଣି ବେଳେ ଦିଲ୍ଲୀ ପୋଲିସ କୋର୍ଟଙ୍କୁ କହିଛି ଯେ ଏହା କେବଳ ଏକ ଟୁଲକିଟ ନୁହେଁ। ଭାରତକୁ ଅସମ୍ମାନ କରିବା ଏବଂ ଏଠାରେ ଅଶାନ୍ତି ସୃଷ୍ଟି କରିବା ଏହା ପ୍ରକୃତ ଯୋଜନା ଥିଲା। ଆଇନଗତ କାର୍ଯ୍ୟ ସମ୍ପର୍କରେ ଅବଗତ ଥିବାରୁ ଦିଶା ରବି ହ୍ବାଟସଆପ୍‌ ବାର୍ତ୍ତାଳାପକୁ ଡିଲିଟ କରିଛନ୍ତି ବୋଲି ପୋଲିସ କହିଛି। ଏହା ଦର୍ଶାଏ ଯେ ଟୁଲକିଟ୍‌ ପଛରେ ତାଙ୍କର ଏକ ଘୃଣ୍ୟ ଧାରଣା ଥିଲା। ଏଥି ସହ ଦିଶା ରବିଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରୱାଲ କୋର୍ଟରେ କହିଛନ୍ତି ଯେ, ଖାଲିସ୍ତାନ ସହିତ ଦିଶା ରବିଙ୍କର କୌଣସି ସମ୍ପର୍କ ନାହିଁ। ଶିଖ ଫର ଜଷ୍ଟିସ କିମ୍ବା ପୋଏଟିକ୍‌ ଜଷ୍ଟିସ ଫାଉଣ୍ଡେସନ (ପିଜେଏଫ) ସହିତ ତାଙ୍କର ସମ୍ପର୍କ ନ ଥିଲା। ଏଥିସହିତ ଦିଶା ରବିଙ୍କ ଜାମିନ ଆବେଦନ ଉପରେ ପଟିଆଲା ହାଉସ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃୟାରୀ ୨୩ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ୨ ବର୍ଷ ହେଲା ସରକାରୀ କାର୍ଯ୍ୟାଳୟରେ ଘୁରି ବୁଲୁଛନ୍ତି ମହିଳା

ଭୋପାଳ,୧।୩: ଫିଲ୍ମ କାହାଣୀରେ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେ ଜୀବିତ ଥିବା ଦେଖିବାକୁ ମିଳିଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କ ଜୀବନ ଏବେ ଫିଲ୍ମ...

ହିନ୍ଦୁ ମହିଳାଙ୍କୁ ବଞ୍ଚାଇବା ପାଇଁ ରୋଜା ଭାଙ୍ଗିଲେ ମୁସଲମାନ ଯୁବକ

ଜୟପୁର, ୨୭।୫: ଭାଇଚାରାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ନାଗୌରରେ ଦେଖିବାକୁ ମିଳିଛି। ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଜା(ଓଷା) ଭାଙ୍ଗି ଦେଇଛନ୍ତି ମୁସଲମାନ...

ଦୂତାବାସ କର୍ମଚାରୀଙ୍କୁ ଧରି କାବୁଲ ଛାଡ଼ିଲା ଭାରତୀୟ ବାୟୁସେନା ବିମାନ…

କାବୁଲ/ନୂଆଦିଲ୍ଲୀ,୧୭।୮: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଭାରତୀୟ ବାୟୁସେନାର ସି -୧୭ ବିମାନ କାବୁଲ ବିମାନବନ୍ଦରରେ ଜାରି ରହିଥିବା ବିଶୃଙ୍ଖଳା ମଧ୍ୟରେ ଭାରତୀୟ ଦୂତାବାସ ଅଧିକାରୀଙ୍କ...

ପଦୋନ୍ନତି ପ୍ରସ୍ତାବକୁ କେନ୍ଦ୍ରର ମୋହର: ସୁପ୍ରିମକୋର୍ଟରେ ନିଯୁକ୍ତି ପାଇବେ ୪ ବିଚାରପତି

ନୂଆଦିଲ୍ଲୀ,୨୩ା୫: ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ନେଇ ପୁଣି ୪ ଜଣଙ୍କ ନାମକୁ ସରକାର ବୁଧବାର ମୋହର ମାରିଛନ୍ତି। ଏହି ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ...

ବୀରଭୁମର ନିର୍ମାଣାଧିନ ଘରୁ ମିଳିଲା ୪୦ ଦେଶୀ ବୋମା

କୋଲକାତା,୨୭ ।୩: ପଶ୍ଚିମବଙ୍ଗ ବିରଭୂମ ଜିଲା ରାମପୁରହାଟର ମାରଗ୍ରାମରେ ଶନିବାର ୪୦ ଦେଶି ବୋମା ଜବତ କରାଯାଇଛି । ସେଠାକାର ପୋଲିସ ଅଧିକ୍ଷକ(ଏସପି) ନଗେନ୍ଦ୍ର ନାଥ...

ମାନସିକ ଚିକିତ୍ସା ପାଇଁ ଭାରତୀୟଙ୍କ ପାଖରେ ନାହିଁ ଟଙ୍କା

ନୂଆଦିଲ୍ଲୀ, ୧୮।୬: ପରିବର୍ତ୍ତିତ ଜୀବନ ଶୈଳୀରେ ବହୁ ଭାରତୀୟ ମାନସିକ ଅବସାଦ ଗ୍ରସ୍ତ ହୋଇଥାନ୍ତି। କେତେକ ଏହାର ଚିକିତ୍ସା ମଧ୍ୟ କରିଥାନ୍ତି। ଅପରପକ୍ଷରେ ଏହାର ଚିକିତ୍ସା...

୩୦ କୋଟି ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯିବ କରୋନା ଟିକା: ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର

ନୂଆଦିଲ୍ଲୀ, ୧୭।୧୦: ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଳୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ତାଲିକା ପ୍ରସ୍ତୁତି କାର୍ଯ୍ୟ କରୁଛନ୍ତି। ୩୦...

ଭାରତ-ଚାଇନା ମଧ୍ୟରେ ଦୀର୍ଘ ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକ: ବିବାଦୀୟ ଅଞ୍ଚଳରୁ ସେନା ହଟାଇବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୨୧ ।୨: ପୂର୍ବ ଲଦ୍ଦାଖର ପୋଙ୍ଗୟାଙ୍ଗ ହ୍ରଦ ପରେ ଅନ୍ୟ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସେନାଙ୍କୁ ଫେରାଇ ନେବା ଲାଗି ଭାରତ-ଚାଇନା ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ...

Advertisement
Archives

Model This Week