Posted inଖେଳ

ଭୁବନେଶ୍ୱରରେ ପଠାନ୍ସ କ୍ରିକେଟ ଏକାଡେମୀ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ପଠାନ୍ସ କ୍ରିକେଟ ଏକାଡେମୀ। ପଠାନ୍ସ ବ୍ରଦର୍ସ (ଇରଫାନ ଓ ୟୁସୁଫ)ଙ୍କ ନାମରେ ଭାରତର ୨୬ଟି ସ୍ଥାନରେ ଖୋଲି ସାରିଥିବା ‘କ୍ରିକେଟ ଏକାଡେମୀ ଅଫ୍‌ ପଠାନ୍ସ (କ୍ୟାପ୍‌)’ର ଭୁବନେଶ୍ୱର ଶାଖା ଚଳିତ ମାସ ୧୦ ତାରିଖରେ ଉଦ୍‌ଘାଟିତ ହେବ। ଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଥିବା ଲୟୋଲା ସ୍କୁଲ ପରିସରରେ ଏହା କାର୍ଯ୍ୟ କରିବ। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କ୍ୟୁରେଟରଙ୍କ ତତ୍ତ୍ୱାବଧାନରେ ଏକାଡେମୀ ପାଇଁ ପିଚ୍‌ ପ୍ରସ୍ତୁତି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ପ୍ରଶିକ୍ଷାର୍ଥୀମାନଙ୍କୁ ଉଚ୍ଚମାନର ଟ୍ରେନିଂ ସହ ରାଜ୍ୟ ଏବଂ ଦେଶର କ୍ରିକେଟକୁ ଏକ ଭିନ୍ନ ସୋପାନକୁ ନେବା ଏକାଡେମୀର ଲକ୍ଷ୍ୟ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ୟାପ୍‌ର ମ୍ୟାନେଜିଂ ପାର୍ଟନର ଅଶୋକ କୁମାର ପ୍ରକାଶ କରିଛନ୍ତି। କ୍ୟାପ୍‌ର ଭୁବନେଶ୍ୱର ଶାଖାରେ ପ୍ରତି ବର୍ଷ ୨୦୦ ପ୍ରତିଭାଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି। କୋଚିଂ ପଦ୍ଧତି ୩ ପର୍ଯ୍ୟାୟ ବିଶିଷ୍ଟ ରହିବ। ବିଗନର, ଇଣ୍ଟରମିଡିଏଟ୍‌ ଓ ଆଡଭାନ୍ସ ଲେଭଲ। ଏକାଡେମୀରେ ଭର୍ତ୍ତି ହେବାପାଇଁ ଚାହୁଁଥିବା ପିଲାମାନଙ୍କୁ ଟ୍ରାଏଲ୍‌ ଦେବାକୁ ପଡ଼ିବ। ଏଥିରୁ ଉକ୍ତ ଖେଳାଳି କେଉଁ ପର୍ଯ୍ୟାୟରେ ଟ୍ରେନିଂ ନେବାପାଇଁ ଉପଯୁକ୍ତ ତାହା ଧାର୍ଯ୍ୟ ହେବ। ୬ରୁ ୨୧ ବର୍ଷ ବୟସ ବର୍ଗରେ ଉଭୟ ବାଳିକା ଓ ବାଳକଙ୍କୁ ଉକ୍ତ ଏକାଡେମୀ ପାଇଁ ଚୟନ କରାଯିବ ବୋଲି ଅଶୋକ କହିଛନ୍ତି। ଲୟୋଲା ସ୍କୁଲ ରେକ୍ଟର ଫାଦର ଅଗଷ୍ଟିନ ଏଜହାକୁନେଲ ଓ ପ୍ରିନ୍ସିପାଲ ଏଫ୍‌ଆର୍‌ ଭିକ୍ଟର ଏଫ୍‌. ମିସ୍‌କ୍ୱିଥ୍‌ ସ୍କୁଲର ଦୃଢ଼ କ୍ରୀଡ଼ା ଭିତ୍ତିଭୂମି ସମ୍ପର୍କରେ ବର୍ଣ୍ଣନା କରିବା ସହ ବିଭିନ୍ନ କ୍ରୀଡ଼ା ପାଇଁ ଉନ୍ନତ କୋଚିଂ ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୦୧ରେ ପ୍ରତିଷ୍ଠା ହୋଇଥିବା ଲୟୋଲା ସ୍କୁଲ ଭଲ ପାଠପଢ଼ା ସହ ଉଚ୍ଚସ୍ତରର ସ୍ପୋଟର୍‌ସ କୋଚିଂ ଉପରେ ଧ୍ୟାନ ଦେଉଥିତ୍ବା ପ୍ରକାଶ କରିଥିଲେ।
ଅନ୍ତର୍ଜାତୀୟ କ୍ରିକେଟରେ ସଫଳତା ପରେ ପଠାନ ବ୍ରଦର୍ସ ତାଙ୍କ ସ୍ବପ୍ନର କ୍ରିକେଟ ଏକାଡେମୀ ୨୦୧୪ ସେପ୍ଟେମ୍ବର ୧୧ରେ ଶୁଭାରମ୍ଭ କରିଥିଲେ। ଗତ ୯ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଇତିମଧ୍ୟରେ ୨୬ଟି ଏକାଡେମୀ କାର୍ଯ୍ୟକ୍ଷମ ହୋଇଛି। ଏକାଡେମୀର ଭୁବନେଶ୍ୱର ଶାଖାରେ ୨ଟି ଟର୍ଫ ମ୍ୟାଚ ପିଚ୍‌ ଏବଂ ୩ଟି ପ୍ରାକ୍ଟିସ ପିଚ୍‌ ରହିବ। ଫ୍ଲଡ୍‌ଲାଇଟ୍‌ର ସୁବିଧା ଥିବାରୁ ଛାତ୍ରୀଛାତ୍ରମାନେ ସ୍କୁଲ ଛୁଟି ହେବାପରେ ସନ୍ଧ୍ୟା ସମୟରେ ମଧ୍ୟ ଅଭ୍ୟାସ କରିପାରିବେ। ଲୟୋଲା ସ୍କୁଲ ପରିସରରେ କ୍ୟାପ୍‌, ଭୁବନେଶ୍ୱରର କାର୍ଯ୍ୟାଳୟ ରହିବ। ଏକାଡେମୀ ପାଇଁ ୩ ଜଣ କୋଚ୍‌, ସ୍ପୋଟର୍‌ସ ସ୍ପେଶାଲିଷ୍ଟ ଫିଜିଓ, ମାଲିସବାଲା, ସ୍ପୋଟର୍‌ସ ମେଡିସିନ ସ୍ପେଶାଲିଷ୍ଟ ରହିବେ। ଉଚ୍ଚ ପ୍ରତିଭାସମ୍ପନ୍ନ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ ବୋଲି ଏକାଡେମୀ ଭୁବନେଶ୍ୱର ଶାଖାର ମ୍ୟାନେଜର (ଅପରେଶନ୍ସ) ଆଜେଜା ଖାନମ୍‌ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀ ଅବସରରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଲ୍‌ରାଉଣ୍ଡର ଇରଫାନ ପଠାନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ଚଳିତ ମାସ ୨୫ କିମ୍ବା ୨୬ ତାରିଖରେ ଇରଫାନ ଓ ୟୁସୁଫ ଭୁବନେଶ୍ୱର ଆସିବା କାର୍ଯ୍ୟକ୍ରମ ରହିଛି ବୋଲି ଏକାଡେମୀ ଭୁବନେଶ୍ୱର ଶାଖାର ପରାମର୍ଶଦାତା ଶେଖ ଅବଦୁଲ ରାବ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri