Posted inଖେଳ

ଭୁବନେଶ୍ୱରରେ ପଠାନ୍ସ କ୍ରିକେଟ ଏକାଡେମୀ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ପଠାନ୍ସ କ୍ରିକେଟ ଏକାଡେମୀ। ପଠାନ୍ସ ବ୍ରଦର୍ସ (ଇରଫାନ ଓ ୟୁସୁଫ)ଙ୍କ ନାମରେ ଭାରତର ୨୬ଟି ସ୍ଥାନରେ ଖୋଲି ସାରିଥିବା ‘କ୍ରିକେଟ ଏକାଡେମୀ ଅଫ୍‌ ପଠାନ୍ସ (କ୍ୟାପ୍‌)’ର ଭୁବନେଶ୍ୱର ଶାଖା ଚଳିତ ମାସ ୧୦ ତାରିଖରେ ଉଦ୍‌ଘାଟିତ ହେବ। ଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଥିବା ଲୟୋଲା ସ୍କୁଲ ପରିସରରେ ଏହା କାର୍ଯ୍ୟ କରିବ। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କ୍ୟୁରେଟରଙ୍କ ତତ୍ତ୍ୱାବଧାନରେ ଏକାଡେମୀ ପାଇଁ ପିଚ୍‌ ପ୍ରସ୍ତୁତି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ପ୍ରଶିକ୍ଷାର୍ଥୀମାନଙ୍କୁ ଉଚ୍ଚମାନର ଟ୍ରେନିଂ ସହ ରାଜ୍ୟ ଏବଂ ଦେଶର କ୍ରିକେଟକୁ ଏକ ଭିନ୍ନ ସୋପାନକୁ ନେବା ଏକାଡେମୀର ଲକ୍ଷ୍ୟ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ୟାପ୍‌ର ମ୍ୟାନେଜିଂ ପାର୍ଟନର ଅଶୋକ କୁମାର ପ୍ରକାଶ କରିଛନ୍ତି। କ୍ୟାପ୍‌ର ଭୁବନେଶ୍ୱର ଶାଖାରେ ପ୍ରତି ବର୍ଷ ୨୦୦ ପ୍ରତିଭାଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି। କୋଚିଂ ପଦ୍ଧତି ୩ ପର୍ଯ୍ୟାୟ ବିଶିଷ୍ଟ ରହିବ। ବିଗନର, ଇଣ୍ଟରମିଡିଏଟ୍‌ ଓ ଆଡଭାନ୍ସ ଲେଭଲ। ଏକାଡେମୀରେ ଭର୍ତ୍ତି ହେବାପାଇଁ ଚାହୁଁଥିବା ପିଲାମାନଙ୍କୁ ଟ୍ରାଏଲ୍‌ ଦେବାକୁ ପଡ଼ିବ। ଏଥିରୁ ଉକ୍ତ ଖେଳାଳି କେଉଁ ପର୍ଯ୍ୟାୟରେ ଟ୍ରେନିଂ ନେବାପାଇଁ ଉପଯୁକ୍ତ ତାହା ଧାର୍ଯ୍ୟ ହେବ। ୬ରୁ ୨୧ ବର୍ଷ ବୟସ ବର୍ଗରେ ଉଭୟ ବାଳିକା ଓ ବାଳକଙ୍କୁ ଉକ୍ତ ଏକାଡେମୀ ପାଇଁ ଚୟନ କରାଯିବ ବୋଲି ଅଶୋକ କହିଛନ୍ତି। ଲୟୋଲା ସ୍କୁଲ ରେକ୍ଟର ଫାଦର ଅଗଷ୍ଟିନ ଏଜହାକୁନେଲ ଓ ପ୍ରିନ୍ସିପାଲ ଏଫ୍‌ଆର୍‌ ଭିକ୍ଟର ଏଫ୍‌. ମିସ୍‌କ୍ୱିଥ୍‌ ସ୍କୁଲର ଦୃଢ଼ କ୍ରୀଡ଼ା ଭିତ୍ତିଭୂମି ସମ୍ପର୍କରେ ବର୍ଣ୍ଣନା କରିବା ସହ ବିଭିନ୍ନ କ୍ରୀଡ଼ା ପାଇଁ ଉନ୍ନତ କୋଚିଂ ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୦୧ରେ ପ୍ରତିଷ୍ଠା ହୋଇଥିବା ଲୟୋଲା ସ୍କୁଲ ଭଲ ପାଠପଢ଼ା ସହ ଉଚ୍ଚସ୍ତରର ସ୍ପୋଟର୍‌ସ କୋଚିଂ ଉପରେ ଧ୍ୟାନ ଦେଉଥିତ୍ବା ପ୍ରକାଶ କରିଥିଲେ।
ଅନ୍ତର୍ଜାତୀୟ କ୍ରିକେଟରେ ସଫଳତା ପରେ ପଠାନ ବ୍ରଦର୍ସ ତାଙ୍କ ସ୍ବପ୍ନର କ୍ରିକେଟ ଏକାଡେମୀ ୨୦୧୪ ସେପ୍ଟେମ୍ବର ୧୧ରେ ଶୁଭାରମ୍ଭ କରିଥିଲେ। ଗତ ୯ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଇତିମଧ୍ୟରେ ୨୬ଟି ଏକାଡେମୀ କାର୍ଯ୍ୟକ୍ଷମ ହୋଇଛି। ଏକାଡେମୀର ଭୁବନେଶ୍ୱର ଶାଖାରେ ୨ଟି ଟର୍ଫ ମ୍ୟାଚ ପିଚ୍‌ ଏବଂ ୩ଟି ପ୍ରାକ୍ଟିସ ପିଚ୍‌ ରହିବ। ଫ୍ଲଡ୍‌ଲାଇଟ୍‌ର ସୁବିଧା ଥିବାରୁ ଛାତ୍ରୀଛାତ୍ରମାନେ ସ୍କୁଲ ଛୁଟି ହେବାପରେ ସନ୍ଧ୍ୟା ସମୟରେ ମଧ୍ୟ ଅଭ୍ୟାସ କରିପାରିବେ। ଲୟୋଲା ସ୍କୁଲ ପରିସରରେ କ୍ୟାପ୍‌, ଭୁବନେଶ୍ୱରର କାର୍ଯ୍ୟାଳୟ ରହିବ। ଏକାଡେମୀ ପାଇଁ ୩ ଜଣ କୋଚ୍‌, ସ୍ପୋଟର୍‌ସ ସ୍ପେଶାଲିଷ୍ଟ ଫିଜିଓ, ମାଲିସବାଲା, ସ୍ପୋଟର୍‌ସ ମେଡିସିନ ସ୍ପେଶାଲିଷ୍ଟ ରହିବେ। ଉଚ୍ଚ ପ୍ରତିଭାସମ୍ପନ୍ନ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ ବୋଲି ଏକାଡେମୀ ଭୁବନେଶ୍ୱର ଶାଖାର ମ୍ୟାନେଜର (ଅପରେଶନ୍ସ) ଆଜେଜା ଖାନମ୍‌ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀ ଅବସରରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଲ୍‌ରାଉଣ୍ଡର ଇରଫାନ ପଠାନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ଚଳିତ ମାସ ୨୫ କିମ୍ବା ୨୬ ତାରିଖରେ ଇରଫାନ ଓ ୟୁସୁଫ ଭୁବନେଶ୍ୱର ଆସିବା କାର୍ଯ୍ୟକ୍ରମ ରହିଛି ବୋଲି ଏକାଡେମୀ ଭୁବନେଶ୍ୱର ଶାଖାର ପରାମର୍ଶଦାତା ଶେଖ ଅବଦୁଲ ରାବ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?