‘ପଠାନ୍‌’ ପାଇଁ ଷ୍ଟାର୍‌କାଷ୍ଟ୍‌ ନେଇଛନ୍ତି ମୋଟା ଅଙ୍କର ଟଙ୍କା

ମୁମ୍ବାଇ: ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ପଠାନ୍‌’ ବହୁ ବିବାଦ ପରେ ବୁଧବାର ମୁକ୍ତିଲାଭ କରିଛି। ଯାହା ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ୫୫ କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି। ଫିଲ୍ମରେ ଶାହାରୁଖ ଖାନଙ୍କ ଜବରଦସ୍ତ ଆକ୍ସନକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏଥିସହିତ ଜନ୍‌ ଆବ୍ରାହମ୍‌ଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଫିଲ୍ମ ପାଇଁ କାଷ୍ଟ୍‌ମାନେ କଠିନ ପରିଶ୍ରମ କରିଛନ୍ତି। ଯାହା ପରଦାରେ ସ୍ପଷ୍ଟ ଦେଖାଯାଉଛି। ତେବେ ‘ପଠାନ୍‌’ ଫିଲ୍ମର ଷ୍ଟାର୍‌କାଷ୍ଟ୍‌ଙ୍କ ଫି’ବିଷୟରେ କହିବାକୁ ଗଲେ ସବୁ ଷ୍ଟାର୍‌କାଷ୍ଟ୍‌ ମୋଟା ଅଙ୍କର ଟଙ୍କା ନେଇଛନ୍ତି।

ଦୀପିକା ପାଦୁକୋନ: ଫିଲ୍ମରେ ଦୀପିକା ଲିଡ୍‌ ରୋଲରେ ନଜର ଆସିଛନ୍ତି। ଫିଲ୍ମର ଗୀତ ‘ବେସରମ ରଙ୍ଗ’ ସହିତ ପରଦାରେ ନିଆଁ ଲଗାଇ ଲଗାଇଦେଇଛନ୍ତି ଦୀପିକା। ତେବେ ଫି’ବିଷୟରେ କହିବାକୁ ଗଲେ ଦୀପିକା ୧୫ କୋଟି ଟଙ୍କା ନେଇଥିବା ଜଣାପଡିଛି।

ଜନ୍‌ ଆବ୍ରାହମ୍‌: ଫିଲ୍ମରେ ଜନ୍‌ ଆବ୍ରାହମ୍‌ଙ୍କୁ ନକାରାତ୍ମକ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ପାଇଁ ସେ ୨୦ କୋଟି ଟଙ୍କା ନେଇଛନ୍ତି। ଅନ୍ରପଟେ, ଏହି ଫିଲ୍ମରେ ସୁପରଷ୍ଟାର ସଲମାନ ଖାନଙ୍କର ଏକ ଝଲକ ରହିଛି। ତାଙ୍କର କ୍ୟାମୋ ରୋଲ ବିଷୟରେ ଅନେକ ଚର୍ଚ୍ଚା ହୋଇଛି ଏବଂ ଫିଲ୍ମ ପାଇଁ ପ୍ରଶଂସକଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି। ହେଲେ ସୁପରଷ୍ଟାର ତାଙ୍କ ଭୂମିକା ପାଇଁ ଟଙ୍କା ନେବାକୁ ମନା କରିଦେଇଛନ୍ତି।

ଶାହାରୁଖ ଖାନ୍‌: ଏହି ଫିଲ୍ମ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ଶାହାରୁଖ ପରଦାକୁ ଫେରିଛନ୍ତି। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ଜିରୋ ଯାହା ୨୦୧୮ରେ ମୁକ୍ତିଲାଭ କରିଥିଲା। ଖବର ଅନୁଯାୟୀ କିଙ୍ଗ ଖାନ୍‌ ଏହି ଫିଲ୍ମରେ ତାଙ୍କ ଭୂମିକା ପାଇଁ ୧୦୦ କୋଟି ଟଙ୍କା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri