ବଦଳୁଛି ନାଲୁହା ନଦୀ ଗତିପଥ

କୁଆମରା,୨୨।୬(ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ନାଲୁହା ନଦୀ ଏବେ ବିପଦ ସାଜିଛି। ଗତିପଥ ବଦଳାଉ ଥିବାରୁ ପାର୍ଶ୍ୱବର୍ତ୍ତୀ ୨ ଗାଁ ଏହା ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ପଥର ପ୍ୟାକିଂ ନ ହେବା ଯୋଗୁ କୂଳ ଖାଇ ଏହା ଗାଁ ଆଡ଼କୁ ମାଡ଼ି ଆସୁଛି।
ନାଲୁହା ନଦୀ ଖଡ଼ିକାପଦାଠାରେ ଗଙ୍ଗାହରରେ ମିଶିଛି। ଏହି ସ୍ଥାନକୁ ଦୋମୁହାଣି କୁହାଯାଏ। ତେବେ ଦୁମୁହାଣିଠାରୁ ପଶ୍ଚିମକୁ ୫ଶହ ମିଟର ଦୂରରେ ନାଲୁହା ନଦୀର ଦୁଇ କୂଳରେ ଦୁଇଟି ଗ୍ରାମ ରହିଛି। ଦକ୍ଷିଣ ପାଶ୍ୱର୍ର୍ରେ କୁଆମରା ପଞ୍ଚାୟତର କସିବଣୀ ଓ ଉତ୍ତର ପାର୍ଶ୍ୱରେ ପଶୁଦା ପଞ୍ଚାୟତର ଭୋଳପଦା ଗ୍ରାମ। ଉକ୍ତ ଦୁଇଟି ଗ୍ରାମ ସମ୍ପୂର୍ଣ୍ଣ ଭାବେ ନଦୀକୂଳକୁ ଲାଗି ରହିଥିବା ବେଳେ ମୋଟ ୪୪ଟି ପରିବାର ସ୍ଥାୟୀ ବାସିନ୍ଦା ଭାବେ ବାସ କରୁଛନ୍ତି। ତେବେ ପ୍ରତିବର୍ଷ ବନ୍ୟା ଜଳରେ ଏହି ଗାଁର ବହୁ ଘରଦ୍ବାର ଓ ଚାଷ ଜମି ନଦୀ ଗର୍ଭରେ ଲୀନ ହେବାରେ ଲାଗିଛି। ଗତ ଫାଇଲିନ ସମୟରେ କସିବଣୀ ଗ୍ରାମର ସମସ୍ତ ପରିବାର ଘର ମାଟିରେ ମିଶି ଯାଇଥିବା ବେଳେ ଭୋଳପଦା ଗ୍ରାମର ୧୦ଟି ପରିବାର ସର୍ବସ୍ବାନ୍ତ ହୋଇଥିଲେ। ନଦୀ କୂଳରେ ଥିବା ପ୍ରାୟ ୫ ଏକର ଚାଷ ଜମି ଗତ ସାତ ଆଠ ବର୍ଷ ମଧ୍ୟରେ ନଦୀ ଗର୍ଭରେ ଲୀନ ହୋଇଗଲାଣି। ଉକ୍ତ ଦୁଇଟି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ନଦୀ କୂଳ କ୍ଷୟ। ନଦୀ କୂଳ ଖାଇବାର ମୁଖ୍ୟ କାରଣ ହେଉଛି ପ୍ରତି ବର୍ଷ ବେଆଇନ ଇଟା ଭାଟି ଗଢ଼ି ଉଠିବା ଓ ନଦୀରୁ ବାଲି ଉତ୍ତୋଳନ ହେବା। ପ୍ରତି ବର୍ଷ ଇଟା ଭାଟି ମାଲିକମାନେ ନଦୀ କୂଳରୁ ମାଟି ତାଡି ଇଟା ତିଆରି କରିବା ଫଳରେ ମୃତ୍ତିକା କ୍ଷୟ ହେଉଛି। ୧୯୯୯ ମହାବାତ୍ୟାରେ କେତେକ ଜମି ବାଲିଚର ହୋଇ ପଡ଼ିଥିଲା। ଅଦ୍ୟାବଧି ତାହା ଚାଷ ଉପଯୋଗୀ ହୋଇ ପାରିନାହିଁ। ବନ୍ୟା ଆସିବା ମାତ୍ରେ ଦୁଇ ଗ୍ରାମର ଲୋକେ ଗାଁ ଛାଡ଼ି ଦୂର ଓ ଉଚ୍ଚ ସ୍ଥାନକୁ ପଳାଇ ଯାଆନ୍ତି। ବର୍ଷା ଋତୁ ସମୟ ୪ ମାସ ଉକ୍ତ ଦୁଇ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟନ୍ତି। ଗ୍ରାମ ଓ ଚାଷ ଜମିର ସୁରକ୍ଷା ନିମନ୍ତେ ନଦୀର ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଉଭୟ ଗ୍ରାମର ଲୋକେ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନର ନୀରବତା ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତା ସମସ୍ୟା ସମାଧାନ କରିଦେବାର ପ୍ରତିଶ୍ରୁତି ଦେଇଥାନ୍ତି ମାତ୍ର ନିର୍ବାଚନ ସରିଲେ କେହି ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ କହିଛନ୍ତି। ତେବେ ନଦୀର ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ନ ହେବା ଯୋଗୁ ଆଗାମୀ ଦିନରେ ଏହି ଦୁଇଟି ଗ୍ରାମ ସମ୍ପୂର୍ଣ୍ଣ ନଦୀ ଗର୍ଭରେ ଲୀନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ନାଲୁହା ନଦୀର ଭୋଳପଦାଠାରେ ପୋଲ ନିର୍ମାଣ ପାଇଁ ୩ଥର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ନଁା ଗନ୍ଧ ନାହିଁ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦୁଇ ଗ୍ରାମର ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri