ସ୍ବାବଲମ୍ବୀର ପଥ

ଈପ୍ସିତା ମହାନ୍ତି

ଆମ ଦେଶରେ ଗାଈ ଏକ ଆର୍ଥିକ ଜୀବରେ ପରିଗଣିତ ହେଉଛି। ଗ୍ରାମାଞ୍ଚଳ ଅର୍ଥନୀତିରେ ଗୋସମ୍ପଦର ଭୂମିକା ଅତି ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ଏହା ବିନା ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରର ଜୀବନଜୀବିକାରେ ଭଟ୍ଟା ପଡ଼ିଯିବ। ଦେଶର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଗାଈ ହେଉଛି କାମଧେନୁ ସଦୃଶ। ଚାଷୀ, ଗୋପାଳକ ଓ ମିଠା ବ୍ୟବସାୟୀଙ୍କ ସହ ଅନ୍ୟ କେତେକ ବ୍ୟବସାୟୀଙ୍କ ଆୟ ବୃଦ୍ଧିରେ ଗାଈ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଏକ ହିସାବ ଅନୁଯାୟୀ ବିଗତ ୫ବର୍ଷରେ ଆମ ଦେଶର ଦୁଗ୍ଧ ଉତ୍ପାଦନ ୭୬ପ୍ରତିଶତ ବୃଦ୍ଧି ଘଟିଛି। ଗାଈ ଯୋଗୁ ଗରିବ ଶ୍ରେଣୀର ଲୋକଙ୍କ ସହ ଚାଷୀ ଓ ଗୋପାଳକଙ୍କ ଆୟ ୧୩% ବୃଦ୍ଧି ଘଟିଥିବା ସରକାରୀ ତଥ୍ୟ କହୁଛି। ସ୍ବାମୀ ଦୟାନନ୍ଦ ସରସ୍ବତୀ ଥରେ କହିଥିଲେ, ନିଜ ଜୀବନକାଳରେ ଗୋଟିଏ ଗାଈ ୪ ଲକ୍ଷ ଲୋକଙ୍କୁ ଗୋଟିଏ ଓଳାର ଖାଦ୍ୟ ଯୋଗାଇଥାଏ। ଏସବୁ ଦୃଷ୍ଟିରୁ ଗାଈର ମହତ୍ତ୍ବପୂର୍ଣ୍ଣ ଭୂମିକାକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ତା’ର ଆର୍ଥିକ ଦିଗକୁ ଦୃଷ୍ଟି ଦେବାକୁ ପଡ଼ିବ। ଯାହାକୁ ଆମେ ଗାଈର ଅର୍ଥଶାସ୍ତ୍ର ବୋଲି କହିପାରିବା।
୨୦୧୨ର ପଶୁଧନ ଗଣନା ଅନୁଯାୟୀ ଭାରତର କୃଷିକ୍ଷେତ୍ରରେ ବ୍ୟବହୃତ ୫୧ କୋଟି ପ୍ରାଣୀଙ୍କ ମଧ୍ୟରୁ ୧୧ କୋଟି ହେଉଛନ୍ତି ଗୋ ଜାତୀୟ। ସାରା ଦୁନିଆରେ ଦୁଗ୍ଧ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତର ସ୍ଥାନ ପ୍ରଥମ। ଏଠାରେ ପ୍ରତିଦିନ ପ୍ରାୟ ୧୮କୋଟି ଟନ୍‌ ଦୁଗ୍ଧ ଉତ୍ପାଦିତ ହେଉଛି। ପୃଥିବୀର ଶତକଡା ୨୦ ଭାଗ ଦୁଗ୍ଧ ଭାରତରେ ଉତ୍ପାଦିତ ହୋଇଥାଏ। ହିସାବ ଅନୁଯାୟୀ ଭାରତରେ ୬ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁଗ୍ଧଜାତ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ଦେଶର ମୋଟ ଜିଡିପିରେ ଏହାର ଯୋଗଦାନ ୪ ପ୍ରତିଶତ। ଆତ୍ମନିର୍ଭର ଓ ରୋଜଗାର କ୍ଷେତ୍ରରେ ଏସବୁ ଦୁଗ୍ଧ ଉତ୍ପାଦକ ଉଦ୍ୟୋଗ ଏକ ବଡ ସମ୍ଭାବନା ସୃଷ୍ଟି କରିଛନ୍ତି। ସାରା ଦେଶର ୨୫ କୋଟି ଲୋକଙ୍କୁ ଏହା ରୋଜଗାର ଯୋଗାଉଛି। ଆସନ୍ତା ଏକ ଦଶନ୍ଧି ମଧ୍ୟରେ ବାର୍ଷିକ ୨କୋଟିରୁ ଊର୍ଦ୍ଧ୍ୱ ଯୁବଗୋଷ୍ଠୀଙ୍କୁ ଏହି କ୍ଷେତ୍ର ରୋଜଗାର ଯୋଗାଇପାରିବ ବୋଲି ଆକଳନ କରାଯାଉଛି।
ପ୍ରତିବର୍ଷ ଗାଈଙ୍କଠାରୁ ୧୦କୋଟି ଟନ୍‌ ଓଜନର ଗୋବର ମିଳେ, ଯାହାର ଏକ ବଡ ଅଂଶ ଇନ୍ଧନ ରୂପେ ବ୍ୟବହୃତ ହେଉଛି। ଆକଳନ ଅନୁଯାୟୀ ଏହି ଇନ୍ଧନର ମୂଲ୍ୟ ପ୍ରାୟ ୫ହଜାର କୋଟି ଟଙ୍କା ହେବ। ଏଥିଯୋଗୁ ପ୍ରତିବର୍ଷ ୫କୋଟି ଟନ୍‌ ଜାଳେଣି କାଠ ସଞ୍ଚିତ ହେଉଛି। ଯାହା ପରୋକ୍ଷରେ ଜଙ୍ଗଲର ସଂରକ୍ଷଣ କରୁଛି। ଏଥିସହ ଧୂଆଁ ଦାଉରୁ ବାୟୁମଣ୍ଡଳକୁ ସୁରକ୍ଷା ମିଳୁଛି। ରାସାୟନିକ ସାର ବଦଳରେ ଗୋବରରୁ ସୃଷ୍ଟି ପ୍ରାକୃତିକ ତଥା ଜୈବିକ ଖତ ଜମି ପାଇଁ ବେଶ୍‌ ଉପଯୋଗୀ। ଏହାର ପ୍ରୟୋଗ ଦାରା ଜମିର ଉର୍ବରତା ୫୦ପ୍ରତିଶତ ବଢ଼ିଯାଏ। ଗୋବରରୁ ତିଆରି ଚିପ୍‌ ମୋବାଇଲରୁ ନିର୍ଗତ ବିକିରଣ (ରାଡିଏଶନ) ଓ ଅନେକ ରୋଗ ଦାଉରୁ ସୁରକ୍ଷା ଦେବ ବୋଲି ନିକଟ ଅତୀତରେ ରାଷ୍ଟ୍ରୀୟ କାମଧେନୁ ଆୟୋଗର ଅଧ୍ୟକ୍ଷ ବଲ୍ଲଭଭାଇ କଠରିଆ କହିଥିଲେ। ବୈଜ୍ଞାନିକ ଦୃଷ୍ଟି କୋଣରୁ ଏ କଥାର ସତ୍ୟତା କେତେ, ତାହା ସମୟ କହିବ।
ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ୧୯୬୮ରୁ ଓଡ଼ିଶାରେ ଆରମ୍ଭ ହୋଇଥିବା ସଙ୍କର ଗୋ-ପ୍ରଜନନ କାର୍ଯ୍ୟକ୍ରମରେ କ୍ରମଶଃ ଶିଥିଳତା ଆସିଛି। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୧୯୮୦ରେ ଓଡ଼ିଶାରେ ଦୁଗ୍ଧବନ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମୟକ୍ରମେ ଗୋରୁଙ୍କ ସ୍ବାସ୍ଥ୍ୟର ଯତ୍ନ ପାଇଁ ଭ୍ରାମ୍ୟମାଣ ଚିକିତ୍ସା ଆରମ୍ଭ ହୋଇଛି। ଅଥଚ ରାଜ୍ୟରେ ଗୋସମ୍ପଦ ସ୍ଥିତିରେ ସେଭଳି ଆଖିଦୃଶିଆ ସୁଧାର ଆସିନାହିଁ। ଏଥିପାଇଁ ସରକାରଙ୍କୁ ଦୋଷ ଦେଇ ଆମେ ଚୁପ ରହିବା ଯୁକ୍ତିସଙ୍ଗତ ନୁହେଁ। ଗୁଜରାଟ, ହରିୟାଣା, ଆନ୍ଧ୍ରପ୍ରଦେଶ ଭଳି ଆମ ରାଜ୍ୟର ଜଳବାୟୁ ଗୋରୁଙ୍କ ପାଇଁ ଅନୁକୂଳ ନୁହେଁ। ଏ ଦୃଷ୍ଟିରୁ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ଗୋରୁଙ୍କ ଶାରୀରିକ ଦକ୍ଷତା କିମ୍ବା ସ୍ବାସ୍ଥ୍ୟ ଉନ୍ନତତର ହୋଇ ନ ପାରେ। ତେଣୁ ଆମ ରାଜ୍ୟର ଗାଈଙ୍କଠାରୁ ଅଧିକ ଦୁଗ୍ଧ ଉତ୍ପାଦନର ଆଶା କରାଯାଇ ନ ପାରେ। କିନ୍ତୁ ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁ ଏ କଥା ଆଜି ଅସମ୍ଭବ ହୋଇ ରହିନାହିଁ। ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଦୁଗ୍ଧ ଉତ୍ପାଦନ କେନ୍ଦ୍ର ଓ ଦୁଗ୍ଧ ଶୀତଳୀକରଣ ଭଣ୍ଡାର ପ୍ରତିଷ୍ଠା ସହ ତୃଣମୂଳ ସ୍ତରରେ ଗୋରୁଙ୍କ ପାଇଁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ଯଦି ପ୍ରାଥମିକତା ଦିଅନ୍ତେ, ତେବେ ଗ୍ରାମାଞ୍ଚଳର ବହୁ ଲୋକ ଗୋପାଳନ ପାଇଁ ଆଗ୍ରହୀ ହେବେ,ଯାହାର ସୁପ୍ରଭାବ ଆମ ଅର୍ଥନୀତି ଉପରେ ପଡ଼ିବ।
ଗୋଟିଏ ଗାଈ ୩ଥର ବାଛୁରି ଜନ୍ମ କଲା ପରେ ତା’ର ମାତୃତ୍ୱ ଧାରଣ କ୍ଷମତା ହ୍ରାସପାଏ। ଏପରିକି କେତେକ ଗାଈ ଜନ୍ମ ପାଇଁ ସକ୍ଷମ ହୋଇ ନ ଥାନ୍ତି। ଏଭଳି ସ୍ଥିତିରେ ଏହି ଶ୍ରେଣୀୟ ଗାଈଙ୍କୁ ନେଇ ଗୋମୂତ୍ର ଉଦ୍ୟୋଗ ପ୍ରତିଷ୍ଠା କରିହେବ। ପ୍ରାକୃତିକ ଭାବେ ମୃତ୍ୟୁବରଣ କରୁଥିବା ଗୋରୁଙ୍କ ଚମଡା, ଶିଙ୍ଗ, ଅସ୍ଥିକୁ ନେଇ ଶିଳ୍ପ ପ୍ରତିଷ୍ଠାର ବ୍ୟବସ୍ଥା ହେଲେ ତାହା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ଆମ ଅର୍ଥନୀତିକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରି ଆମେରିକୀୟ ଅର୍ଥନୀତି ସହ ସମକକ୍ଷ ହେବାକୁ ଆମେ ସ୍ବପ୍ନ ଦେଖୁଛେ। କିନ୍ତୁ ଗାଈ ପାଳି ତା’ର ଯତ୍ନ ନେବାକୁ କୁହାଗଲେ ଆଜିର ଶିକ୍ଷିତ ଯୁବକଙ୍କୁ ଅଡୁଆ ଲାଗେ। କେହିକେହି ଏଭଳି କାର୍ଯ୍ୟକୁ ସମ୍ମାନବୋଧ ମନେକରନ୍ତି ନାହିଁ।
ବୈପାରୀଗୁଡ଼ା, କୋରାପୁଟ
ମୋ -୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri