ନୂଆଦିଲ୍ଲୀରେ ପତଞ୍ଜଳିର ବିଶାଳ ମହିଳା ସମ୍ମିଳନୀ

ନୂଆଦିଲ୍ଲୀ,୯।୫: ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନ ପତଞ୍ଜଳି ଯୋଗପୀଠ ପକ୍ଷରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏକ ବିଶାଳ ମହିଳା ସମାବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏପରିକି ଯୋଗଗୁରୁ ସ୍ବାମୀ ରାମଦେବଙ୍କ ନେତୃତ୍ୱରେ ପତଞ୍ଜଳି ବିଶ୍ୱବିଦ୍ୟାଳୟ ଭାରତ ସ୍ବାଭିମାନ (ମହିଳା ୱିଙ୍ଗ) ସମେତ ଜି-୨୦ ସହଯୋଗୀ ସଙ୍ଗଠନ ଇଡବ୍ଲ୍ୟୁ-୨୦ର ମିଳିତ ଉଦ୍ୟମରେ ଏଭଳି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୫,୫୦୦ରୁ ଅଧିକ ମହିଳା ଯୋଗ ଦେଇଥିଲେ । ବିଶେଷ କରି ମହିଳାମାନଙ୍କୁ ଶାରୀରିକ, ମାନସିକ ଏବଂ ଅଧ୍ୟାତ୍ମିକ ଭାବେ ଦୃଢ କରିବ ବୋଲି ସ୍ବାମୀ ରାମଦେବ ଉକ୍ତ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରିବା ସହିତ ଯୋଗାସନ ସହ ଜଡିତ ବିଶେଷ ଶିକ୍ଷା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବାମୀ ରାମଦେବ କହିଛନ୍ତି, ଯୋଗ କେବଳ ଭାରତ ନୁହେଁ ବିଶ୍ୱବ୍ୟାପୀ ହେବ। ଯୋଗଧର୍ମ ସହ ସାରାବିଶ୍ୱରେ ସନାତନ ଧର୍ମର ପ୍ରସାର ଦିଗରେ ବର୍ତ୍ତମାନ ଉଦ୍ୟମ ଜାରି ରହିଛି। ସେହିଭଳି ଭାରତ ସାରା ବିଶ୍ୱର ନେତୃତ୍ୱ ନେବାର କ୍ଷମତା ରଖିଛି। ଏପରିକି ଏକ ସୁସ୍ଥ,ସମର୍ଥ, ସଂସ୍କାରୀ ଏବଂ ପରମ ବୈଭବଶାଳୀ ଭାରତ ଗଠନ ଦିଗରେ ମହିଳାମାନଙ୍କର ସବୁଠାରୁ ବଡ ଭୂମିକା ରହିଛି। ଉକ୍ତ କାର୍ଯ୍ୟକ୍ରମରେ ସାଧ୍ୱୀ ଦେବପ୍ରିୟା ଏବଂ ଡ.ଏନ.ପି ସିଂ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ: ଏମିତି କହିଥିଲେ …

ଭୁବନେଶ୍ୱର,୨୧।୨: କିସ୍‌ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବିକଲେ ଉକ୍ତ ଛାତ୍ରଙ୍କ ବାପା। ପୁଅର ମତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ସେ କହିଛନ୍ତି, ୩…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri